ଜଗତସିଂହପୁର,(ବି.ବି.ବୁ୍ୟରୋ): ଚାକିରି ନ ମିଳିିବା ପ୍ରତିବାଦରେ ସୋବୁ (ଷ୍ଟୁଡେଣ୍ଟ ଅର୍ଗାନାଇଜେସନ୍ ଅଫ୍ ବିଜୁ ପ;ନାୟକ ୟୁନିଭର୍ସିଟି) ପକ୍ଷରୁ ଆଜି ପାରାଦୀପ ସ୍ଥିତ ଜେଏସ୍ଡବ୍ଲୁ ପାରାଦୀପ ଟର୍ମିନାଲ ପ୍ରାଇଭେଟ୍ ଲିମିଟେଡ୍୍ କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା କରାଯାଇଛି । ସୋବୁ ଅନୁÂାନର ପାଖାପାଖି ୫୦ରୁ ଉଦ୍ଧ୍ୱର୍ ଯୁବକ ଏପ୍ରକାର ହଙ୍ଗାମା କରିବା ଫଳରେ ଜେଏସ୍ଡବ୍ଲୁ ଦପ୍ତରର ପାଖାପାଖି ୧୦ ଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଛି । ଭଙ୍ଗାରୁଜା ଦ୍ୱାରା ଜିନ୍ଦଲ ବା ଜେଏସଡବ୍ଲୁ ପାରାଦୀପ ଟର୍ମିନାଲ ପ୍ରାଇଭେଟ୍ ଲିମିଟେଡ୍ର କାର୍ଯ୍ୟାଳୟରେ ରହିଥିବା କମ୍ପୁ୍ୟଟର, ଚେୟାର, ଟେବୁଲ, ପ୍ରିଣ୍ଟର୍ ସହ କାଚ କବାଟ ଆଦି ଭାଙ୍ଗି ଛିନ୍ଛତ୍ର ହୋଇଯାଇଛି । ଜେଏସ୍ଡବ୍ଲୁ ପକ୍ଷରୁ ଏ ନେଇ ପାରାଦୀପ ଥାନାରେ ଅଭିଯୋଗ କରାଯାଇଛି । ପୁଲିସ ଏହି ଘଟଣାରେ ୧୦ ଜଣ ଯୁବକଙ୍କୁ ଗିରଫ କରିଥିବା ଥାନାଧିକାରୀ ରଜନୀକାନ୍ତ ସାମଲ ପ୍ରକାଶ କରିଛନ୍ତି । ଗିରଫ ଯୁବକମାନେ ହେଲେ କୁଜଙ୍ଗ ଥାନା ଅନ୍ତର୍ଗତ ସହରଡିଆ ଗ୍ରାମର ଯୁଗଜ୍ୟୋତି ସ୍ୱାଇଁ, ବାଲିକୁଦା ଥାନା ଅନ୍ତର୍ଗତ ରହଣା ଗ୍ରାମର ସାରଦା ପ୍ରସନ୍ନ ବେହେରା, ପୁରୀ ଜିଲ୍ଲା କଣାସ ଥାନା ଅନ୍ତର୍ଗତ ମୁଳବସନ୍ତ ଗ୍ରାମର ନୃସିଂହ ଚରଣ ସ୍ୱାଇଁ, କଣାସ ଥାନା ଅନ୍ଦରସିଂହ ଗ୍ରାମର ମଣ୍ଟୁ ବରାଳ, ନାଉଗାଁ ଅଲଣାହାଟର ପିତାମ୍ବର ଜେନା, ନିଆଳି ଥାନା ଅନ୍ତର୍ଗତ ଦିଘି ଗ୍ରାମର ପ୍ରଦିପ ବାରିକ, ପାରାଦୀପ ଲକ୍ ଥାନା ଅନ୍ତର୍ଗତ ବାଲିଢ଼ିହ ଗ୍ରାମର ଲୋକନାଥ ଜେନା, ତିର୍ତ୍ତୋଲ ଥାନା ଧୂସରା ଗ୍ରାମର ଶଶିଭୂଷଣ ଦାସ, ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ମଧୁପୁର ଗ୍ରାମର ସିପୁନୁ ନାୟକ ଏବଂ ପାରାଦୀପ ମଡେଲ ଥାନା ଅନ୍ତର୍ଗତ ଲକପଡା ଗ୍ରାମର ସମୀର ବର୍ମନ ।
Comments are closed, but trackbacks and pingbacks are open.