ଜେଟ୍ଲୀଙ୍କ ଶେଷ ଯାତ୍ରା:ପୁଅ ରୋହନ ଦେଲେ ମୁଖାଗ୍ନି

Get real time updates directly on you device, subscribe now.

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍ଲୀଙ୍କର ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଦଳୀୟ ନେତା ଓ ହଜାର ହଜାର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଦିଲ୍ଲୀର ଯମୁନାନଦୀ କୂଳ ନିଗମବୋଧ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ପଞ୍ଚଭୂତରେ ବିଲୀନ ହୋଇଯାଇଛି ଜେଟ୍ଲୀଙ୍କ ପାର୍ଥିବ ଶରୀର । ପରିବାର ସଦସ୍ୟଙ୍କ ଉପସ୍ଥିତିରେ ପଣ୍ଡିତଙ୍କ ବୈଦିକ ମନ୍ତ୍ର ଉଚ୍ଚାରଣ ମଧ୍ୟରେ ପୁତ୍ର ରୋହନ ଜେଟ୍ଲୀ ମୁଖାଗ୍ନି ଦେଇଥିଲେ । ଗତ ୯ ତାରିଖରୁ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା ଜେଟ୍ଲୀଙ୍କର ଗତକାଲି ୬୬ ବର୍ଷ ବୟସରେ ପରଲୋକ ଘଟିଥିଲା ।ଅନ୍ତିମ ସଂସ୍କାର ବେଳେ ଉପରାଷ୍ଟ୍ରପତି ଏମ୍. ଭେଙ୍କେୟା ନାଇଡୁ, ଲୋକସଭା ବାଚସ୍ପତି ଓମ୍ ବିର୍ଲା, ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ, କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ରାଜନାଥ ସିଂହ, ନିର୍ମଳା ସୀତାରମଣ, ସ୍ମୃତି ଇରାନୀ, ଅନୁରାଗ ଠାକୁର, ବିଜେପି ନେତା ଜେ.ପି. ନଡ୍ଡା, ବିଜୟ ଗୋୟଲ ଓ ବିନୟ ସହସ୍ରବୁଦେ୍ଧ, କଂଗ୍ରେସ ନେତା ଗୁଲାମନବୀ ଆଜାଦ, ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ କପିଲ ସିବଲ ଏବଂ ଏନ୍ସିପି ନେତା ପ୍ରଫଲ୍ଲ ପଟେଲ ପ୍ରମୁଖ ସେଠାରେ ଉପସ୍ଥିତ ରହି ଜେଟ୍ଲୀଙ୍କୁ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସେହିଭଳି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ, ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦିୟୁରପ୍ପା, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ ପ୍ରମୁଖ ଉପସ୍ଥିତ ଥିଲେ ।ଗତକାଲି ଜେଟ୍ଲୀଙ୍କ ପାର୍ôଥବ ଶରୀରକୁ ଏମ୍ସରୁ ଅଣାଯାଇ ତାଙ୍କ କୈଳାସ କଲୋନୀ ବାସଭବନରେ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ରଖାଯାଇଥିଲା । ଆଜି ସକାଳ ୧୧ଟାରେ ମରଶରୀରକୁ ଶୋଭାଯାତ୍ରାରେ ଦୀନ ଦୟାଲ ଉପାଧ୍ୟାୟ ମାର୍ଗରେ ଥିବା ବିଜେପି ମୁଖ୍ୟାଳୟକୁ ନିଆଯାଇଥିଲା । ସେଠାରେ ଦଳୀୟ କାର୍ଯ୍ୟକର୍ତ୍ତାମାନେ ଶେଷଦର୍ଶନ କରିଥିଲେ । ସେଠାରୁ ଶୋଭାଯାତ୍ରାରେ ମରଶରୀରକୁ ଅନ୍ତିମ ସଂସ୍କାର ପାଇଁ ନିଗମବୋଧ ଘାଟକୁ ନିଆଯାଇଥିଲା । ହଜାର ହଜାର ଲୋକ ରାସ୍ତାର ଉଭୟ ପାଶ୍ୱର୍ରେ ଉପସ୍ଥିତ ରହି ସେମାନଙ୍କ ପ୍ରିୟ ନେତାଙ୍କୁ ଶେଷ ଦର୍ଶନ କରିଥିଲେ । ଜେଟ୍ଲୀଜୀ ଅମର ରହେ ସ୍ଳେଗାନରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇପଡିଥିଲା । ଶୋଭାଯାତ୍ରାରେ ଶାହା ଓ ନଡାଙ୍କ ସମେତ ବହୁ ନେତା ସାମିଲ ହୋଇଥିଲେ । ବିଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଜେଟ୍ଲୀଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପ୍ରତି ଭାବିହ୍ୱଳପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons