ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଧରମୈୟା ଏବେ ଏକ ବିବାଦୀୟ ବୟାନ ଦେଇଛନ୍ତି । ସେ କଂଗ୍ରେସର ସହଯୋଗୀ ଦଳ ଜେଡିଏସର କର୍ମୀମାନଙ୍କୁ ବେଶ୍ୟାଙ୍କ ସହିତ ତୁଳନା କରିଛନ୍ତି । ଜେଡିଏସ କର୍ମୀମାନେ ରାଜ୍ୟରେ ଉଭୟ ଦଳର ମେଣ୍ଟ ସରକାର ଭାଙ୍ଗିବା ପାଇଁ ତାଙ୍କୁ ଦାୟୀ କରୁଥିବାରୁ ଏହା ଉପରେ ସାମ୍ବାଦିକମାନେ ତାଙ୍କର ପ୍ରତିକ୍ରିୟା ମାଗିଥିଲେ । ଏହାର ଜବାବରେ ସିଦ୍ଧରମୈୟା କର୍ଣ୍ଣାଟକରେ ପ୍ରଚଳିତ ଗୋଟିଏ ଲୋକକଥାର ଦୃଷ୍ଟାନ୍ତ ଦେଇଥିଲେ ଯାହା ହେଉଛି ‘ ଯେଉଁ ବେଶ୍ୟାମାନଙ୍କୁ ନାଚିବା ଜଣା ନାହିଁ, ସେମାନେ ଭୂମିକୁ ଦୋଷ ଦିଅନ୍ତି’ । ଏହି ବୟାନରୁ ସେ ଜେଡିଏସ କର୍ମୀମାନଙ୍କୁ ବେଶ୍ୟା ବୋଲି କହିଥିବାର ସ୍ପଷ୍ଟ ହେଉଛି । କିନ୍ତୁ ପରେ ସେ ସଫେଇ ଦେଇଛନ୍ତି କି ତାଙ୍କର ବୟାନ ବିଜେପି ପାଇଁ ଉଦ୍ଧିଷ୍ଟ ଥିଲା ।
Comments are closed, but trackbacks and pingbacks are open.