ଜେଡିୟୁକୁ ନିର୍ବାଚନ କମିଶନଙ୍କ ଶକ୍ତ ଝଟ୍କା

Get real time updates directly on you device, subscribe now.

ନୂଆଦିଲ୍ଲୀ: ନିର୍ବାଚନ କମିଶନଙ୍କ ପକ୍ଷରୁ ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଜେଡିୟୁକୁ ଶକ୍ତ ଝଟ୍କା ଲାଗିଛି । ଝାଡଖଣ୍ଡ ଓ ମହାରାଷ୍ଟ୍ରରେ ଆଗକୁ ହେବାକୁ ଥିବା ନିର୍ବାଚନରେ ଜେଡିୟୁ ଏହାର ତୀର ଚିହ୍ନରେ ନିର୍ବାଚନ ଲଢ଼ିପାରିବ ନାହିଁ ବୋଲି କମିଶନ ଘୋଷଣା କରିଛନ୍ତି । ଝାଡଖଣ୍ଡରେ ଜେଏମ୍ଏମ୍ ଏବଂ ମହାରାଷ୍ଟ୍ରରେ ଶିବସେନା ‘ଧନୁତୀର’ ପ୍ରତୀକରେ ନିର୍ବାଚନ ଲଢ଼ୁଥିବାରୁ ଜେଡିୟୁ ସେଠାରେ ‘ତୀର’ ଚିହ୍ନରେ ନିର୍ବାଚନ ଲଢ଼ିଲେ ସମସ୍ୟା ହେବ ବୋଲି କମିଶନ ଦର୍ଶାଇଛନ୍ତି । ପୂର୍ବରୁ କମିଶନ ଜେଡିୟୁକୁ ଉଭୟ ରାଜ୍ୟରେ ‘ତୀର’ ଚିହ୍ନରେ ନିର୍ବାଚନ ଲଢ଼ିବାକୁ ଅନୁମତି ଦେଇଥିଲେ । ମାତ୍ର ଏହା ବିରୋଧରେ ଜେଏମ୍ଏମ୍ କମିଶନଙ୍କ ନିକଟରେ ଫେରାଦ ହୋଇଥିଲା । ଦଳ ଉଲ୍ଲେଖ କରିଥିଲା ଯେ ସମାନ ଚିହ୍ନ ହୋଇଥିବାରୁ ଭୋଟରଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହେବ । ଏହାକୁ ବିଚାରକୁ ନେଇ କମିଶନ ପୂର୍ବରୁ ଜେଡିୟୁକୁ ଦେଇଥିବା ଅନୁମତି ପ୍ରତ୍ୟାହାର କରିନେଇଛନ୍ତି । ଗତ ମାର୍ଚ୍ଚରେ ମଧ୍ୟ କମିଶନ ଉଭୟ ଜେଏମ୍ଏମ୍ ଓ ଶିବସେନାକୁ ବିହାରରେ ‘ଧନୁତୀର’ ଚିହ୍ନରେ ନିର୍ବାଚନ ଲଢ଼ିବା ଉପରେ କଟକଣା ଲଗାଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons