ଜେଲରେ ୨ ଅଭିଯୁକ୍ତଙ୍କୁ ଥାର୍ଡ ଡିଗ୍ରୀ!

Get real time updates directly on you device, subscribe now.

ବରଗଡ଼: କୋର୍ଟରୁ ଜାମିନ ନାମଞ୍ଜୁର ହୋଇ ଜେଲଯାତ୍ରା କରିଥିବା ବରଗଡ ପୌରାଞ୍ଚଳର ଦୁଇଜଣ କଏଦୀଙ୍କୁ ଜେଲ କର୍ତ୍ତୃପକ୍ଷଙ୍କ ନିର୍ଧୁମ୍ ଛେଚିଥିବା ଅଭିଯୋଗ ହୋଇଛି । ଘଟଣାରେ ଏସ୍ଡିଜେଏମ କୋର୍ଟଙ୍କ ହସ୍ତକ୍ଷେପ ସହ ମାଡ଼ ଖାଇଥିବା ଦୁଇ ଅଭିଯୁକ୍ତଙ୍କ ଡାକ୍ତରୀ ପରୀକ୍ଷା ପାଇଁ ନିଦେ୍ର୍ଧଶ ପରେ ଜେଲ୍ରେ ପ୍ରତିବନ୍ଧିତ ଥାଡର୍ଡ ଡିଗ୍ରୀ ପୁଣି ଥରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି ।
ଜଣେ ଅଭିଯୁକ୍ତଙ୍କ ମା’ ଏବଂ ଓକିଲମାନଙ୍କ ସୂତ୍ରରୁ ପ୍ରାପ୍ତ ସୂଚନା ମତେ, ବରଗଡ଼ ପୌରାଞ୍ଚଳର ଫୁଲବାବୁ ଚୌଧୁରୀ ଓ ଦୀପକ ଗୁପ୍ତା ୩୯୪ କେସ୍ରେ ବରଗଡ଼ ଟାଉନ ଥାନା ପୁଲିସ ପକ୍ଷରୁ କେସ ନମ୍ବର ୧୯୨/୨୦୨୧ରେ ଗିରଫ ହୋଇ କୋର୍ଟଚାଲାଣ ହୋଇଥିଲେ । ଗତ ରବିବାର ଦିନ ଜେଲ୍ରେ ଦିଆଯାଇଥିବା ଖାଦ୍ୟରେ ପାଣିଚିଆ ଡାଲି ନେଇ ଫୁଲବାବୁ ଓ ଦୀପକ ଜେଲରଙ୍କୁ ଅଭିଯୋଗ କରିଥିଲେ । ହେଲେ ଏହା ବରୋଧରେ କାର୍ଯ୍ୟାନୁÂାନ ନେବା ପରିବର୍ତ୍ତେ ଜଣେ ସବଜେଲରଙ୍କ ନେତୃତ୍ୱରେ ୬ ଜଣ ୱାର୍ଡର ଆସି ଉଭୟଙ୍କୁ ନିର୍ଘାତ ମାଡ଼ ମାରି ଲହୁଲୁହାଣ କରିଦେଇଥିବା ଅଭିଯୋଗ ହୋଇଛି । ଏପରିକି କାହାରି ସହିତ ସାକ୍ଷାତ କରିବାକୁ ବି ମନା କରିଦେଇଥିଲେ । ଦୀପକଙ୍କ ମା’ ସୁନୀତ ଚୌଧୁରୀ ଆଜି ପୁଅକୁ ସାକ୍ଷାତ ପାଇଁ ବରଗଡ଼ ସବଜେଲକୁ ଆସିବା ପରେ ଦୀପକ ମାଡ଼ ବିଷୟରେ କହିବା ବେଳକୁ ପଛପଟୁ ୱାର୍ଡରମାନେ ଟାଣି ନେଇଯାଇ ମା’ଙ୍କ ସହିତ କଥା ହେବାକୁ ଦେଇନଥିବା ଅଭିଯୋଗ ହୋଇଛି । ଫଳରେ ସୁନୀତା ଦେବୀ ସିଧା ତାଙ୍କ ଓକିଲମାନଙ୍କ ପାଖକୁ ଆସି ଏନେଇ ଜଣାଇବା ପରେ ପରାମର୍ଶାନୁଯାୟୀ, ବନ୍ଦୀ ଦ୍ୱୟଙ୍କ ସ୍ଥିତି ଜାଣିବା ପାଇଁ ଏସ୍ଡିଜେଏମ କୋର୍ଟରେ ଆବେଦନ କରିଥିଲେ । କୋର୍ଟଙ୍କ ହସ୍ତକ୍ଷେପ ପରେ ଜେଲ କର୍ତ୍ତୃପକ୍ଷ ବନ୍ଦୀଦ୍ୱୟଙ୍କୁ ଆଜି କୋର୍ଟରେ ହାଜର କରିଥିବା ବେଳେ ଉଭୟଙ୍କ ବୟାନ ରେକର୍ଡ୍ କରି ଏସ୍ଡିଜେଏମ ଦେହରେ ଥିବା ମାଡ଼ଚିହ୍ନ ଓ ଦାଗ ଦେଖି ମେଡିକାଲ ପରୀକ୍ଷା ପାଇଁ ହସପିଟାଲ ପଠାଇଥିଲେ । କୋର୍ଟ ଆଦେଶ ପରେ ଉଭୟଙ୍କ ହସପିଟାଲରେ ଯାଞ୍ଚ ଜାରି ଥି୍ବା ବେଳେ ଚିକିତ୍ସା ପରେ ଜେଲକୁ ପଠାଇ ଦିଆଯିବ ବୋଲି ଜଣାପଡ଼ଛି । ତେବେ ଜେଲ କର୍ତ୍ତୃପକ୍ଷଙ୍କ ଏଭଳି ବେଆଇନ ଥାର୍ଡ ଡିଗ୍ରୀ ବିରୋଧରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରି ବନ୍ଦୀ ଦୀପକଙ୍କ ମା’ ସୁନୀତା ଦେବୀ ଜେଲ କର୍ତ୍ତୃପକ୍ଷଙ୍କ ବିରୋଧରେ କମ୍ପେ୍ଲଲନ କେସ ଦାଖଲ କରିବା ସହିତ ମାନବାଧିକାର କମିଶନ ଓ ଜେଲ ଆଇଜିଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସୂଚନା ଦେଇଛନ୍ତି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons