ଜେଲ୍ରେ କଏଦୀଙ୍କୁ ପିଟି ଗୋଡ଼ ଭାଙ୍ଗିଦେଲେ!

Get real time updates directly on you device, subscribe now.

ପାରାଦୀପ,(ବି.ବି.ନୁ୍ୟଜ୍): ଜେଲ୍ ଭିତରେ ଜଣେ କଏଦୀଙ୍କୁ ମାଡ଼ ମାରି ତାଙ୍କ ଗୋଡ଼ ଭାଙ୍ଗି ଦିଆଯାଇଥିବା ଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ସଂପୃକ୍ତ କଏଦୀଙ୍କ ମା’ । ଜେଲ୍ରେ ସଜା କାଟୁଥିବା ଉକ୍ତ କଏଦୀଙ୍କ ଭଙ୍ଗା ଗୋଡ଼ରେ ବ୍ୟାଣ୍ଡେଜ୍ ବନ୍ଧା ହୋଇଥିବା ଫଟୋ ସାମ୍ନାକୁ ଆସିବା ପରେ ଘଟଣାଟି ଅଞ୍ଚଳରେ ଏକପ୍ରକାର ଆଲୋଡ଼ନ ଖେଳାଇଛି । ଘଟଣାର ଖୋଳତାଡ଼ ହେବା ନିହାତି ଜରୁରି ବୋଲି ଅନେକ ଦାବି ଉଠାଇଲେଣି । ଅପରପକ୍ଷରେ କଏଦୀଙ୍କ ମା’ ଏନେଇ କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିବା ସତ୍ତେ୍ୱ ଏହାକୁ ପୁଲିସ ଗ୍ରହଣ କରୁନି ବୋଲି ସେ ସାନି ଅଭିଯୋଗ ବାଢ଼ିଛନ୍ତି । ଏନେଇ ଜେଲ୍ର ଉପରିସ୍ଥ କର୍ତ୍ତୃପକ୍ଷଙ୍କୁ ସେ ବାରମ୍ବାର ଯୋଗାଯୋଗ କରି ନ୍ୟାୟ ପାଇବାରେ ବିଫଳ ହେବାରୁ ଆଜି ନ୍ୟାୟ ଦାବି କରି ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ।
ଅଭୟଚାନ୍ଦପୁର ଥାନା ତ୍ରିଲୋଚନପୁର ଗ୍ରାମର ସ୍ୱର୍ଗତ ରମେଶ ବାରିକଙ୍କ ପତ୍ନୀ ଟୁନି ବାରିକଙ୍କ ଅଭିଯୋଗ ମୁତାବକ, ତାଙ୍କ ସାନ ପୁଅ ପ୍ରକାଶ ବାରିକ ସମାଗୋଳ ଜେଲ୍ରେ ପ୍ରାୟ ସାଢେ଼ ୩ ବର୍ଷ ହେବ ସଜା କାଟୁଛି । ଗତ ମାସ ୯ ତାରିଖ ଦିନ ସେ ତାଙ୍କ ପୁଅକୁ ଦେଖା କରିବାକୁ ସମାଗୋଳ ଜେଲକୁ ଯାଇଥିଲେ । ହେଲେ ତାଙ୍କ ପୁଅକୁ ଦୁଇ ଜଣ ସହଯୋଗୀ ଟେକି ଟେକି ଦେଖା କରିବାକୁ ଆଣିଥିଲେ । ପୁଅର ବାମ ଗୋଡ଼ ସମ୍ପୂର୍ଣ୍ଣ ପ୍ଲାଷ୍ଟର ହୋଇଥିବା ଦେଖି ଟୁନି କ’ଣ ହୋଇଛି ବୋଲି ପଚାରିବାରୁ ଜେଲ୍ରେ ତାକୁ ୩ଜଣ ଲୋକ ଭୀଷଣ ମାଡ଼ ମାରିଥିବା କଥା ପୁଅ ପ୍ରକାଶ କରିଥିଲା । ହେଲେ ଭୟରେ ସେ କାହା ନାଁ ପ୍ରକାଶ କରି ନଥିଲା । ଜେଲର୍ଙ୍କୁ ଏନେଇ ଟୁନି ପଚାରିବାରୁ ଜେଲର୍ ମଧ୍ୟ ତାଙ୍କୁ ଧମକାଇଥିବା ସେ ଅଭିଯୋଗ କରିଛନ୍ତି । ଜେଲ୍ ଭିତରେ କିଭଳି ଜଣେ କଏଦୀଙ୍କୁ ବାଡେ଼ଇ ଗୋଡ଼ ଭାଙ୍ଗି ଦିଆଗଲା ସେନେଇ ଟୁନି ପ୍ରଶ୍ନ ଉଠାଇଛନ୍ତି । ତାଙ୍କ ଅଭିଯୋଗ ମୁତାବକ, ଜେଲ୍ କର୍ତ୍ତୃପକ୍ଷଙ୍କଠାରୁ କିଛି ଉତ୍ତର ନ ପାଇ ସେ କୁଜଙ୍ଗ ଥାନାକୁ ଏତଲା ଦେବାକୁ ଯାଇଥିଲେ । ଲିଖିତ ଭାବେ ଜଣାଇଥିଲେ ସୁଦ୍ଧା ଥାନାରେ ତାଙ୍କ ଅଭିଯୋଗ ରଖାଯାଉନି । ତାଙ୍କୁ ବାରମ୍ବାର ଥାନାରୁ ନିରାଶ ହୋଇ ଫେରିବାକୁ ପଡ଼ୁଛି । ତେଣୁ ସେ ଆଜି ଗଣମାଧ୍ୟମ ଆଗରେ ପୁଲିସ ଓ ଜେଲ୍ କର୍ତ୍ତୃପକ୍ଷଙ୍କ କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି । ଘଟଣା ସଂପର୍କରେ ଜାଣିବା ନିମନ୍ତେ ସମାଗୋଳ ଜେଲ୍ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କାହାରି ପ୍ରତିକ୍ରିୟା ମିଳି ପାରିନାହିଁ । ତେବେ ଜେଲ୍ ଭିତରେ କଏଦୀମାନଙ୍କୁ ଅକଥନୀୟ ଅତ୍ୟାଚାର କରାଯାଉଥିବାର ପୁଣି ଏକ ଅଭିଯୋଗ ସାମ୍ନାକୁ ଆସିଥିବାରୁ ଏ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁÂାନ ନିଆଯିବାକୁ ମତ ପ୍ରକାଶ ପାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons