ବହିଷ୍କୃତ ଆଇଆଇସି ଗିରଫ

Get real time updates directly on you device, subscribe now.

ସୁନ୍ଦରଗଡ଼,(ବି.ବି.ନୁ୍ୟଜ୍): ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନାରେ ଜଣେ ନାବାଳିକାଙ୍କୁ ବଳାକ୍ରାର କରି ପରେ ଗର୍ଭପାତ କରାଇବା ମାମଲାରେ ସମ୍ପୃକ୍ତ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝିଙ୍କୁ ଡିଜିପି ଅଭୟ ଆଜି ଚାକିରିରୁ ବହିଷ୍କାର(ଡିସ୍ମିସ୍) କରିଛନ୍ତି । ଅନ୍ୟପଟେ ମାମଲାର କ୍ରାଇମବ୍ରାଞ୍ଚ୍ ତଦନ୍ତର ୨୪ ଘଣ୍ଟା ଭିତରେ ଅଭିଯୁକ୍ତ ଇନ୍ସପେକ୍ଟର ଶ୍ରୀ ମାଝିଙ୍କୁ ଅନୁଗୁଳ ଜିଲ୍ଲା ହଣ୍ଡାପା ଥାନା ଅଞ୍ଚଳରୁ ଗିରଫ କରାଯାଇଛି । ଗତ ୨୩ ତାରିଖରୁ ଫେରାର୍ ଥିବା ଶ୍ରୀ ମାଝି ଆଜି ଅନୁଗୁଳରୁ ତାଙ୍କ ଘର ରେଢ଼ାଖୋଲ ଅଞ୍ଚଳକୁ ଲୁଚି ଲୁଚି ଯାଉଥିବା ସମୟରେ ବାଟରେ କ୍ରାଇମ୍ବ୍ରାଞ୍ଚ୍ର ଅଧିକାରୀମାନେ କୌଶଳରେ ତାଙ୍କୁ କାବୁ କରି ନେଇଥିଲେ । ରାଜ୍ୟ ପୁଲିସ୍ ମହା ନିଦେ୍ର୍ଧଶକ ଟ୍ୱିଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଶ୍ରୀ ମାଝି ନିଜ ଗ୍ରାମ ରେଢାଖୋଲଠାରେ ପହଁଚିବା ପରେ କିଶୋରନଗର ବ୍ଲକ୍ ରଣିଆକଟାର ଜଣେ ପୂର୍ବତନ ସରପଂଚ ଏବଂ ବଇଣ୍ଡା ହାଇସ୍କୁଲ ରୋଡ୍ର ଜଣେ ଯୁବକଙ୍କ ସହାୟତାରେ ପଦ୍ମପୁର ସାହିର କୁମୁଦ ଦେହୁରୀଙ୍କ ଆମ୍ବ ବଗିଚାରେ ରହିଥିଲେ । ଆମ୍ବ ବଗିଚାରେ ଥିବା ଏକ ଘରେ ଦୁଇ ଦିନ ହେଲା ଲୁଚି ରହିଥିଳେ । କ୍ରାଇମବ୍ରାଞ୍ଚ ଟିମ୍ ଆଜି ରଣିଆକଟା ଓ ବଇଣ୍ଡାର ଏହି ୨ ଯୁବକଙ୍କ ଗତିବିଧି ଉପରେ ନଜର ରଖି ଅଭିଯୁକ୍ତ ଆଇଆଇସିଙ୍କୁ ଠାବ କରିବାରେ ସଫଳ ହୋଇଥିବା କୁହାଯାଉଛି । ଗିରଫଦାରୀ ପରେ ଆସନ୍ତାକାଲି ଶ୍ରୀ ମାଝିଙ୍କ ଡାକ୍ତରୀ ମାଇନା କରାଯିବ ବୋଲି ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁସାରେ, ଶ୍ରୀ ମାଝି ବିଭିନ୍ନ ଆଳରେ ବୀରମିତ୍ରପୁର ଅଞ୍ଚଳର ଜଣେ ନିରୀହ ନାବାଳିକାଙ୍କୁ ତାଙ୍କ ପାଳିତ ବାପାଙ୍କ ସହାୟତାରେ ଥାନାକୁ ଡକାଉଥିଲେ । ଏମିତିକି ଥାନାର ଏକ ଘରେ ସମ୍ପୃକ୍ତ ନାବାଳିକାଙ୍କ ସହ ସେ ବଳପୂର୍ବକ ଶାରୀରିକ ସମ୍ପର୍କ ରଖୁଥିଲେ । ନାବାଳିକା ଜଣକ ଅନ୍ତଃସତ୍ତ୍ୱା ହେବା ପରେ ଅଭିଯୁକ୍ତ ଥାନା ଅଧିକାରୀ ଚାପ ପ୍ରୟୋଗ କରି ଗର୍ଭପାତ କରାଇଥିବା ଅଭିଯୋଗ ହୋଇଥିଲା । ଉକ୍ତ ଘଟଣାକୁ ନେଇ ବିରୋଧୀ ଦଳ ପକ୍ଷରୁ ତୁମ୍ବିତୋଫାନ କରାଯିବା ପରେ ଘଟଣାର ତଦନ୍ତ ଲାଗି ଡିଜିପି କ୍ରାଇମବ୍ରାଞ୍ଚକୁ ନିଦେ୍ର୍ଧଶ ଦେଇଥିଲେ ।
ଜଣେ ମହିଳା ଡିଏସ୍ପିଙ୍କ ନେତୃତ୍ୱରେ କ୍ରାଇମବ୍ରାଞ୍ଚ୍ର ଏକ ୪ ଜଣିଆ ଟିମ୍ ଗତକାଲି ସୁନ୍ଦରଗଡ଼ରେ ପହଞ୍ଚôଥିଲେ । ସନ୍ଧ୍ୟା ପ୍ରାୟ ୫ଟାରେ ବୀରମିତ୍ରପୁର ଥାନାରେ ପହଞ୍ଚô ବୀରମିତ୍ରପୁର ଏସ୍ଡିପିଓ ନିବେଦିତା ସୋରେଙ୍ଗ ଓ ବର୍ତ୍ତମାନର ଥାନା ଅଧିକାରୀ ସ୍ନିଗ୍ଧାରାଣୀ ସୁନାଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରିଥିଲେ । ସେହିପରି ରାଏବଗା ଥାନାରେ ରୁଜୁ ହୋଇଥିବା ମାମଲାର ଯାଞ୍ଚ୍ କରିଥିଲେ । ରାଉରକେଲା ସରକାରୀ ଡାକ୍ତରଖାନାକୁ ଯାଇ ସେଠାରେ ନାବାଳିକାଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ମଧ୍ୟ ପଚରାଉଚରା କରିଥିଲେ ।
ଅଭିଯୋଗ ପରେ ଅଭିଯୁକ୍ତ ଇନ୍ସପେକ୍ଟର ଶ୍ରୀ ମାଝି ଥାନା ଛାଡ଼ି ଫେରାର୍ ହୋଇଯାଇଥିଲେ । ତଦନ୍ତରେ ସହଯୋଗ ନ କରିବା, ପୁଲିସ୍ ବିଭାଗର ଶୃଙ୍ଖଳା ଭଙ୍ଗ, ଉଚ୍ଚ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ କାର୍ଯ୍ୟସ୍ଥଳୀ ଛାଡ଼ିବା ସହ ଜଣେ ନିରୀହ ନାବାଳିକାଙ୍କୁ ବଳାକ୍ରାର କରି ଗର୍ଭପାତ କରାଇବା ଭଳି ଜଘନ୍ୟ ଅଭିଯୋଗରେ ଡିଜିପି ଶ୍ରୀ ଅଭୟ ତାଙ୍କୁ ଆଜି ଚାକିରିରୁ ବହିଷ୍କାର କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons