ଜେଲ୍ରେ ଥିବା ଡିଇଓ ନିଲମ୍ବିତ

Get real time updates directly on you device, subscribe now.

କୋରାପୁଟ,(ବି.ବି.ନୁ୍ୟଜ୍): ବିଜ୍ଞାନ ଶିକ୍ଷକ ଚିତ୍ତରଂଜନ ପଣ୍ଡା ଆତ୍ମହତ୍ୟା ମାମଲାରେ ସର୍କଲ ଜେଲ୍ରେ ଥିବା ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ପଣ୍ଡାଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଛନ୍ତି । ହେଲେ ଏ ସଂପର୍କର୍ିତ ଚିଠି ଜିଲ୍ଲା ପ୍ରଶାସନ ପାଖରେ ପହଞ୍ଚିନି । ଜିଲ୍ଲାପାଳ ମଧୁସୂଦନ ମିଶ୍ର କହିଛନ୍ତି, ଡିଇଓଙ୍କ ଗିରଫ ସଂପର୍କରେ ସରକାରଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଥିଲା । ଏହାପରେ କାର୍ଯ୍ୟାନୁÂାନ ଗ୍ରହଣ କରାଯାଇଥିବା ଜଣାପଡିଛି । ଅନ୍ୟପକ୍ଷରେ ନୂତନ ଜିଲ୍ଲା ଶିକ୍ଷାଧିକାରୀ ଭାବେ ବରଗଡ଼ର ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସୁଶାନ୍ତ କୁମାର ଚୋପଦାରଙ୍କୁ ମଙ୍ଗଳବାର ପଦୋନ୍ନତି ପରେ ନିଯୁକ୍ତି ଦେଇଛନ୍ତି ସରକାର ।
ଶିକ୍ଷକ ଚିତ୍ତରଞ୍ଜନ ପଣ୍ଡା ଆତ୍ମହତ୍ୟା ମାମଲାରେ ଡିଇଓ ପ୍ରମୋଦଙ୍କୁ ଗିରଫ କରାଯାଇଥିଲା । ଜାମିନ୍ ଆବେଦନ ଖାରଜ ହେବାରୁ ଗତ ୧୦ ତାରିଖରୁ ସ୍ଥାନୀୟ ସର୍କଲ ଜେଲରେ ବିଚାରାଧୀନ ବନ୍ଦୀ ଭାବେ ରହିଛନ୍ତି । ସୂଚନାଥାଉକି, ବିଜ୍ଞାନ ଶିକ୍ଷକ ଚିତ୍ତରଞ୍ଜନ ଗତ ଡିସେମ୍ବର ୮ ତାରିଖରେ ଡିଇଓଙ୍କ ସରକାରୀ ବାସଭବନରେ ଆତ୍ମହତ୍ୟା କରିଥିଲେ । ତାଙ୍କ ମୃତୁ୍ୟ ପାଇଁ ୭ ଜଣଙ୍କୁ ଦାୟୀ କରି ଏକ ସୁଇସାଇଡ଼ ନୋଟ ଛାଡ଼ିଥିଲେ । ତାଙ୍କୁ ନାନା ନିର୍ଯାତନା ଦିଆଯାଉଥିଲା ବୋଲି ତାଙ୍କ ସ୍ତ୍ରୀ ଥାନାରେ ଏତଲା ଦେଇଥିଲେ । ଏହି ମାମଲାକୁ ଏସ୍ପି ଗମ୍ଭୀରତାର ସହ ବିଚାରକୁ ନେଇଥିଲେ । ତଦନ୍ତ ପାଇଁ ଅତିରିକ୍ତ ଏସ୍ପିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଢିଥିଲେ । ଏହି ଟିମ ଅଭିଯୁକ୍ତମାନଙ୍କ ମଧ୍ୟରୁ ଗତ ଡିସେମ୍ବର ୨୧ ତାରିଖରେ ସମୀର୍ ପାତ୍ର ଏବଂ ଅଭିମନୁ୍ୟ ପ୍ରଧାନଙ୍କୁ ଗିରଫ କରିଥିଲା । ପରେ ଗତ ୧୦ ତାରିଖରେ ଡିଇଓ ପ୍ରମୋଦ ପଣ୍ଡାଙ୍କୁ କଟକରୁ ଏବଂ ତାଙ୍କ କାର୍ଯ୍ୟାଳୟର ଅନ୍ୟଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଜୟପୁର ସହରରୁ ଧରିଥିଲା । ଏହି ମାମଲାରେ ଅନ୍ୟ ୩ ଜଣ ଫେରାର୍ ଅଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons