ଜେଲ୍ସାଥୀ ହେବେ ମାଲ୍ୟା, ନିରବ

Get real time updates directly on you device, subscribe now.

ନୂଆଦିଲ୍ଲୀ: ମୁମ୍ବାଇସ୍ଥିତ ଆର୍ଥର ରୋଡ୍ ଜେଲ୍ର ବାରାକ୍ ନମ୍ବର ୧୨ ପାଲଟିପାରେ ବିଲିୟନେୟାର ବାରାକ୍ । ଏହି ପ୍ରକୋଷ୍ଠରେ ଏକସଙ୍ଗେ ଦୁଇଜଣ ବଡ଼ ବିଲିୟନେୟାରଙ୍କୁ ରଖାଯାଇପାରେ । ସେମାନେ ହେଲେ କିଙ୍ଗଫିସର ଋଣ ମାମଲାରେ ଦେଶରୁ ଫେରାର୍ ହୋଇଯାଇଥିବା ମଦସମ୍ରାଟ ବିଜୟ ମାଲ୍ୟା ଏବଂ ପିଏନ୍ବି ମହାଘୋଟାଲାର ସୂତ୍ରଧର ଗହଣା ବ୍ୟବସାୟୀ ନିରବ ମୋଦି । ଯଦି କେନ୍ଦ୍ର ସରକାରଙ୍କ ପ୍ରତ୍ୟର୍ପଣ ଉଦ୍ୟମ ସଫଳ ହୁଏ ତା’ହେଲେ ଏହି ଦୁଇଜଣ ଆର୍ଥର ରୋଡ୍ ଜେଲ୍ରେ ରୁମ୍ମେଟ୍ ପାଲଟିପାରନ୍ତି ।
ପ୍ରତ୍ୟର୍ପଣ ହେଲେ ନିରବ ମୋଦି ଯଦି ଏହି ଜେଲରେ ରହନ୍ତି ତା’ହେଲେ କ’ଣ ସବୁ ସୁବିଧା ଏଠାରେ ଅଛି ତାହା ଜଣାଇବା ପାଇଁ କେନ୍ଦ୍ର ସରକାର ରାଜ୍ୟ ଗୃହ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଏ ନେଇ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଛି । ନିରବ ମୋଦିଙ୍କ ପାଇଁ ଆର୍ଥର ରୋଡ୍ ଜେଲ୍ର ବାରାକ୍ ୧୨ ପ୍ରସ୍ତୁତ ଥିବା ରାଜ୍ୟ ସରକାର ଜଣାଇଛନ୍ତି । ଏହା ହେଉଛି ସମାନ କକ୍ଷ ଯେଉଁଠି ପ୍ରତ୍ୟର୍ପଣ ପରେ ବିଜୟ ମାଲ୍ୟା ବି ରହିବେ । ବିଜୟ ମାଲ୍ୟାଙ୍କ ପ୍ରତ୍ୟର୍ପଣ ମାମଲାରେ ବି ମହାରାଷ୍ଟ୍ର କାରାଗାର ବିଭାଗ ଜେଲ୍ରେ ଉପଲବ୍ଧ ସୁବିଧାଗୁଡିକ ବିଷୟରେ ଜଣାଇଥିଲା । ବ୍ରିଟେନ୍ କୋର୍ଟରେ ନିରବ ମୋଦିଙ୍କ ପ୍ରତ୍ୟର୍ପଣ ମାମଲା ବର୍ତ୍ତମାନ ଆଗେଇ ଚାଲିଛି । ଯେକୌଣସି ମୁହୂର୍ତ୍ତରେ ତାଙ୍କୁ ଭାରତକୁ ଟଣାଯାଇପାରେ ।
ଆର୍ଥର ରୋଡ୍ ଜେଲ୍ କର୍ତ୍ତୃପକ୍ଷ ବାରାକ୍ ନମ୍ବର ୧୨କୁ ସଶ୍ଛୂଣ୍ଣ ର୍ ପ୍ରସ୍ତୁତ ରଖିଛନ୍ତି । ବାରାକ୍ ନମ୍ବର ୧୨ର ଦୁଇଟି କକ୍ଷ ମ୍ମରୁ ଗୋଟିଏରେ ନିରବ ରହିବେ । ବର୍ତ୍ତମାନ ପାଇଁ ଗୋଟିଏ କକ୍ଷରେ ୩ ଜଣ ଅଛନ୍ତି ଏବଂ ଅନ୍ୟଟି ଖାଲି ପଡ଼ିଛି । ଏଥିରେ ନିରବ ମୋଦି ଏବଂ ବିଜୟ ମାଲ୍ୟା ରହିବେ । ଏଠାରେ ଯଥେଷ୍ଟ ଆଲୋକ, ପାନୀୟ ଜଳ, ବାୟୁ ଚଳାଚଳ ସୁବିଧା ରହିଛି । ତା’ ସହିତ ମେଡିକାଲ ସୁବିଧା ମଧ୍ୟ ଏଠାରେ ଥିବା ରାଜ୍ୟ ଗୃହ ବିଭାଗ କେନ୍ଦ୍ର ସରକାରଙ୍କୁ ଜଣାଇଛି । ୩ଟି ଫ୍ୟାନ୍, ୬ଟି ଟ୍ୟୁବ୍ ଲାଇଟ୍ ଏବଂ ଦୁଇଟି ଝରକା ଏହି କକ୍ଷରେ ଅଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons