ଜେଲ୍‌ ଗଲେ ତହସିଲଦାର

Get real time updates directly on you device, subscribe now.

ସମ୍ବଲପୁର: ଅସଦାଚାରଣ ଅଭିଯୋଗରେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ତହସିଲଦାର ପ୍ରଫୁଲ୍ଲ ବେହେରାଙ୍କୁ ପୁଲିସ୍‌ ଗିରଫ କରିଛି। ଗତକାଲି ତାଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିଲା ଏହାପରେ ତାଙ୍କୁ ସମ୍ବଲପୁର ଜେଲ୍‌ ପଠାଇ ଦିଆଯାଇଛି। ଜଣେ ଅତିରିକ୍ତ ମହିଳା ତହସିଲଦାର ତାଙ୍କ ବିରୋଧରେ ଅସଦାଚାରଣ ଅଭିଯୋଗ ଆଣିଥିଲେ।
ସୂଚନା ଅନୁସାରେ, ଅଭିଯୋଗକାରିଣୀ ଅତିରିକ୍ତ ତହସିଲଦାର ଧନୁପାଲି ଅଞ୍ଚଳରେ ଏକ ଭଡ଼ା ଘରେ ଏକୁଟିଆ ରୁହନ୍ତି। ଏହାର ସୁଯୋଗ ନେଇ ପ୍ରଫୁଲ୍ଲ ବେହେରା ଗତକାଲି ତାଙ୍କ ଘରେ ପଶି ଅସଦାଚରଣ କରିଥିଲେ ବୋଲି ଅଭିଯୋଗ ହୋଇଛି।
ଏନେଇ ଗତ ରାତିରେ ଅତିରିକ୍ତ ମହିଳା ତହସିଲଦାର ଧନୁପାଲି ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ପ୍ରଫୁଲ୍ଲଙ୍କୁ ଗିରଫ କରିଥିଲା। ପୁରା ମାମଲାକୁ ନେଇ ଏବେ ପୁଲିସ୍ ତଦନ୍ତ ଜାରି ରଖିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons