କେନ୍ଦ୍ରାପଡ଼ା,(ବି.ବି.ନୁ୍ୟଜ୍): ଯୌନ-ଶୋଷଣ ପରି ସଂଗିନ୍ ଅପରାଧ ସମ୍ବଳିତ ମାମଲାକୁ ଛଅ ମାସ କାଳ ଚାପି ରଖିଥିବା କେନ୍ଦ୍ରାପଡ଼ା ଟାଉନ୍ ପୁଲିସ୍ ଶେଷରେ କାର୍ଯ୍ୟାନୁÂାନକୁ ଓହ୍ଲାଇଛି । ପୁଲିସର ଚରମ ନିଷ୍କ୍ରିୟତା ବିରୋଧରେ ଜନଅସନ୍ତୋଷ କ୍ରମେ ତେଜୁଥିବା ଦେଖି ବାଧ୍ୟ ହୋଇ ଗତ ରାତିରେ ପୁଲିସ୍ ଟିମ୍ ମାମଲାର ଅଭିଯୁକ୍ତକୁ ଆଇନ ଜାଲରେ ଛନ୍ଦିଛି । ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ପୁଲିସ ପଞ୍ଝାରେ ପଡ଼ିଛନ୍ତି କେନ୍ଦ୍ରାପଡ଼ା କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟିର ସଭାପତି ପ୍ରମୋଦ କୁମାର ସାହୁ ।
ରବିବାର ବିଳମ୍ୱିତ ରାତିରେ ଟାଉନ୍ ପୁଲିସର ଏକ ଟିମ୍ ତାଙ୍କୁ ତାଙ୍କ ବଣିଆମାଳସ୍ଥିତ ଘରୁ ଉଠାଇ ନେଇଥିଲା । ରାତିସାରା ତାଙ୍କୁ ସହର ବାହାରେ ଏକ ନିକାଞ୍ଚନ ସ୍ଥାନରେ ରଖି ପଚରାଉଚରା କରାଯିବା ପରେ ଆଜି ବଡ଼ି ଭୋର୍ରୁ କେନ୍ଦ୍ରାପଡ଼ା ମେଡିକାଲ୍ରେ ହାଜର କରାଯାଇଥିଲା । ମେଡିକାଲ୍ରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ପରେ ପୁଲିସ ତାଙ୍କୁ ସିଧା ନେଇଆସିଥିଲା ଟାଉନ୍ ଥାନାକୁ । ସେଠାରେ ବେଶ୍ କିଛି ଘଣ୍ଟା କାଳ ରଖି ତା’ ଭିତରେ କାଗଜାତ୍ ଓ ରେକର୍ଡ ସଜଡ଼ା କାମ ସାରିଥିଲା । ପରେ ପୂର୍ବାହ୍ନ ୧୧ଟା ବେଳକୁ ପ୍ରମୋଦଙ୍କୁ କେନ୍ଦ୍ରାପଡ଼ା କୋର୍ଟକୁ ଚାଲାଣ କରିଥିଲା । କୋର୍ଟରେ ଜାମିନ ଆବେଦନ ନାମଞ୍ଜୁର୍ ହୋଇଯିବାରୁ ଅପରାହ୍ନରେ ତାଙ୍କୁ କେନ୍ଦ୍ରାପଡ଼ା ସହର ଉପକଣ୍ଠ ବାରିମୂଳ ସବ୍ଜେଲ୍କୁ ପଠାଇ ଦିଆଯାଇଛି ।
କେନ୍ଦ୍ରାପଡ଼ା କ୍ରେଡିଟ୍ କୋ. ସୋସାଇଟିରେ କାମ କରୁଥିବା ନିଜର ଜଣେ ଅଧସ୍ତନ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଦେବା, ନାନା ରକମର ପ୍ରଲୋଭନ ଓ ଧମକଚମକ ଦେଇ ଯୌନ ଉତ୍ପୀଡ଼ନ ତଥା ଶୋଷଣ କରିବା, ଏପରିକି ପାଟି ଚୁପ୍ ରଖିବାକୁ ଧର୍ଷଣ ଓ ହତ୍ୟା ଧମକ ଦେବା ଭଳି ଅଭିଯୋଗ ଆସିଥିଲା ପ୍ରମୋଦଙ୍କ ନାଁରେ । ସୋସାଇଟିର କେନ୍ଦ୍ରାପଡ଼ା ମୁଖ୍ୟ ଶାଖାରେ କିରାଣି ତଥା କୋଷାଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିଲେ ମହାକାଳପଡ଼ା ଥାନା ଅଞ୍ଚଳର ଜଣେ ଯୁବତୀ । ସେ କାର୍ଯ୍ୟରେ ଯୋଗ ଦେବାର କିଛି ଦିନ ମଧ୍ୟରେ ତାଙ୍କ ସହ ସମ୍ପର୍କ ବଢ଼ାଇବାକୁ ଉଦ୍ୟମ କରିଥିଲେ ପ୍ରମୋଦ । ବିଭିନ୍ନ ସମୟରେ ତାଙ୍କୁ ନିଜ ଚାମ୍ବର୍କୁ ଡକାଇ ପଠାଉଥିଲେ । ମୋବାଇଲ୍ର ଅତ୍ୟାଧୁନିକ ଟେକ୍ନୋଲୋଜି ଶିଖିନଥିବା ଦର୍ଶାଇ ଯୁବତୀଙ୍କୁ ଶିଖାଇ ଦେବାକୁ କହୁଥିଲେ । ନାନା ବାହାନା କରି ତାଙ୍କ ଅନ୍ତରଙ୍ଗ ହେବା ସହ ନିଜ ମନ୍ଦ ଉଦେ୍ଧଶ୍ୟ ଚରିତାର୍ଥ କରିବାକୁ ଚାହିଥିଲେ । ନିଜ ଝିଅ ବୟସର ଉକ୍ତ ଯୁବତୀଙ୍କୁ ପ୍ରମୋଦ ପ୍ରେମ ନିବେଦନ କରିଥିଲେ, ଯୁବତୀଙ୍କୁ ନାନା ପ୍ରଲୋଭନ ଏପରିକି ପ୍ରମୋସନ ଦେବାର, ସ୍କୁଟି କିଣାଇ ଦେବାର ଲୋଭ ଦେଖାଇ ଜୋର ଜବରଦସ୍ତ ଯୌନ ଶୋଷଣ କରିଥିଲେ । ପ୍ରମୋଦଙ୍କ ପ୍ରେମ ନିବେଦନକୁ ପୀଡ଼ିତା ଯୁବତୀ ଜଣକ ପ୍ରତ୍ୟାଖ୍ୟାନ କରିବା ପରେ ବି ତାଙ୍କ ପିଛା ଛାଡ଼ିନଥିଲେ ପ୍ରମୋଦ । ତାଙ୍କୁ ଧମକାଇଥିଲେ । ହଇରାଣ, ହରକତ କରିଥିଲେ । ଥରେ ଗୋପସ୍ଥିତ ଫାର୍ମର୍ ସୋସାଇଟିକୁ ଡକାଇ ବଳାକ୍ରାର ଉଦ୍ୟମ ମଧ୍ୟ କରିଥିଲେ । ପୀଡ଼ିତା ଯୁବତୀ କୌଶଳକ୍ରମେ ସେଠାରୁ ମୁକୁଳି ଆସିବା ପରେ ତାଙ୍କୁ ଆକ୍ରୋଶ ରଖି ବଦଳି କରି ଦିଆଯାଇଥିଲା । ଧମକ ଦିଆଯାଇଥିଲା । ଅନ୍ୟ କିଛି ଉପାୟ ନଦେଖି ସେ ଚାକିରି ଛାଡି ଦେଇଥିଲେ । ପ୍ରମୋଦଙ୍କ ନିର୍ଯାତନାରେ ଅତିÂ ହୋଇ ଶେଷରେ ଗତ ଏପ୍ରିଲ ୨୭ ତାରିଖରେ ସେ କେନ୍ଦ୍ରାପଡ଼ା ଟାଉନ୍ ଥାନାରେ ଏତଲା ଦେଇଥିଲେ । ମାତ୍ର କିଛି ସୁଫଳ ମିଳିନଥିଲା । ପୁଲିସ ତାଙ୍କୁ ନ୍ୟାୟ ଦେବା ବଦଳରେ ଆପୋସ ବୁଝାମଣା ଓ ସମାଧାନର ପରାମର୍ଶ ଦେଇଥିଲା । ମାମଲା ସୁଦ୍ଧା ରୁଜୁ କରିନଥିଲା ।
ପୁଲିସଠାରୁ ନ୍ୟାୟ ନପାଇ ପୀଡ଼ିତା କେନ୍ଦ୍ରାପଡ଼ା ଏସ୍ଡିଜେଏମ୍ଙ୍କ କୋର୍ଟରେ ଏକ କମ୍ପେ୍ଲନ୍ କେସ୍ ଦାଏର୍ କରିଥିଲେ । କୋର୍ଟଙ୍କ ନିଦେ୍ର୍ଧଶ କ୍ରମେ ପୁଲିସ ବାଧ୍ୟ ହୋଇ ଗଲା ଜୁଲାଇ ମାସରେ ଏକ ମାମଲା ରୁଜୁ କରିଥିଲେ ହେଁ ସେତିକିରେ କାମ ଛିଣ୍ଡାଇ ଦେଇ ଚୁପ୍ ହୋଇ ବସିଯାଇଥିଲା । ପୀଡ଼ିତା ନ୍ୟାୟ ପାଇଁ ପୁଲିସ ବିଭାଗର ଉଚ୍ଚ ପଦାଧିକାରୀଙ୍କଠାରୁ ଆରମ୍ଭ କରି ପ୍ରଶାସନର ବିଭିନ୍ନ ଫୋରମ୍ରେ ଅଭିଯୋଗ କରିଥିଲେ ବି କିଛି ସୁଫଳ ମିଳିନଥିଲା । ଶେଷରେ କେନ୍ଦ୍ରାପଡ଼ା ଗସ୍ତରେ ଆସିଥିବା ଏଚ୍ଆର୍ପିସି ଏଡିଜିଙ୍କୁ ଭେଟି ନିଜ ଦୁଃଖ ଜଣାଇଥିଲେ ସେ । ‘ପ୍ରମେୟ’ ସମେତ ବିଭିନ୍ନ ଗଣମାଧ୍ୟମରେ ନ୍ୟାୟ ପାଇଁ ତାଙ୍କ ସଂଘର୍ଷର କଥା ପ୍ରକାଶିତ ହେବା ପରେ ପୁଲିସ ଚେତିଥିଲା । ପ୍ରମୋଦ ଓ ପୀଡ଼ିତାଙ୍କ ଭିତରେ ହୋଇଥିବା କଥୋପକଥନର ଅଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ପୁଲିସ ଉପରେ ଚାପ ବଢିଥିଲା । ପୁଲିସର ନିଷ୍କ୍ରିୟତାକୁ ନେଇ ଜନଅସନ୍ତୋଷ ଜମାଟ ବାନ୍ଧିଥିଲା । ତାପରେ ଯାଇ ପୁଲିସ ଆକ୍ସନ୍କୁ ଆସିଥିଲା । ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟେ୍ରଟ୍ଙ୍କ ନିକଟରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯିବା ପରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିଦେ୍ର୍ଧଶରେ ସମାଜ ମଙ୍ଗଳ ବିଭାଗ ଅଧୀନ ଲୋକାଲ୍ କମ୍ପେ୍ଲଣ୍ଟ୍ କମିଟିରେ ହାଜର ହୋଇ ନିଜ ବୟାନ ଦୋହରାଇଥିଲେ ପୀଡ଼ିତା । ପ୍ରମୋଦଙ୍କ ସହ ତାଙ୍କ ବାର୍ତ୍ତାଳାପର ଅଡ଼ିଓ ସିଡି, ପ୍ରମାଣପତ୍ର, ଦସ୍ତାବିଜ ଦାଖଲ କରିଥିଲେ । ତାପରେ ତଦନ୍ତ ବେଗ ଧରିଥିଲା । ଗତକାଲି ରାତିରେ କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂହଙ୍କ ନିଦେ୍ର୍ଧଶରେ କେନ୍ଦ୍ରାପଡ଼ା ପୁଲିସ କାର୍ଯ୍ୟାନୁÂାନ ଆରମ୍ଭ କରି ପ୍ରମୋଦଙ୍କୁ ତାଙ୍କ ଘରୁ ଉଠାଇ ଆଣି ଜେରା କରିବା ପରେ ଆଜି କୋର୍ଟଚାଲାଣ କରିଛି । ପ୍ରମୋଦଙ୍କ ଗିରଫଦାରୀ ପରେ ଏବେ ତାଙ୍କ ସହଯୋଗୀ ତଥା ସୋସାଇଟିର ଦ୍ୱିତୀୟ କ୍ଷମତାକେନ୍ଦ୍ର କୁହାଯାଉଥିବା ବୀମା ପରାମର୍ଶଦାତା କମଳାକାନ୍ତ ସୁଆରଙ୍କୁ ପୁଲିସ ତଦନ୍ତ ପରିସରଭୁକ୍ତ କରି ପଚରାଉଚରା କରିବାକୁ ଯୋଜନା କରିଥିବା ଜଣାପଡ଼ିଛି । ପୀଡ଼ିତା ନିଜ ଏତଲାରେ ପ୍ରମୋଦଙ୍କ ସହଯୋଗୀ ଭାବେ କମଳାକାନ୍ତଙ୍କ ନାଁ ଦର୍ଶାଇଥିବା ବେଳେ ସେ କିଭଳି ତାଙ୍କୁ ଧମକାଉଥିଲେ ତାହା ବର୍ଣ୍ଣନା କରିଛନ୍ତି ।


Comments are closed, but trackbacks and pingbacks are open.