ଜେଲ ଗଲେ ଲାଞ୍ଚୁଆ ଜେଇ

Get real time updates directly on you device, subscribe now.

ରେଢ଼ାଖୋଲ:ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ରେଢ଼ାଖୋଲ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଶ୍ୟାମ ସାଗର ସୋଏଙ୍କ ଘରେ ଭିଜିଲାନ୍ସ ଚଢଉ ହୋଇଥିଲା ।
ସୁନ୍ଦରଗଡ଼ ଭିଜିଲାନ୍ସ ଟିମ୍ ସୋଏଙ୍କ ସୁନ୍ଦରଗଡ଼ ବାସଭବନ ସମେତ ୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ତାଙ୍କର ମୋଟ ସଂପତ୍ତି ୧ କୋଟି ୭୭ ଲକ୍ଷ ଥିବାବେଳେ ବେନାମୀ ସମ୍ପତ୍ତି
୯୩ ଲକ୍ଷ ୪୨ ହଜାର ଟଙ୍କା ଥିବା ଜଣାପଡିଥିଲା ।
ଭିଜିଲାନ୍ସ ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଜାମିନ ନାମଞ୍ଜୁର ହୋଇଯିବାରୁ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons