ରାଉରକେଲା,(ବି.ବି.ନୁ୍ୟଜ୍): ଝାଡ଼ଖଣ୍ଡ ପଶ୍ଚିମ ସିଂଭୂମ ଜିଲ୍ଲା ଗୁଦ୍ଡି ଥାନା ଅନ୍ତର୍ଗତ କୁଟିପି ଅଞ୍ଚଳରେ ଗତକାଲି ରାତିରେ ନକ୍ସଲମାନେ ଜେସିବି ଓ ଟ୍ରାକ୍ଟରକୁ ଜାଳି ଦେଇଛନ୍ତି । ଖବର ପାଇ ଆଜି ଯବାନମାନେ ସେଠାରେ ପହଞ୍ଚି ତଦନ୍ତ କରିବା ସହ ନକ୍ସଲମାନଙ୍କୁ ଧରିବା ଲାଗି କମ୍ବିଂ ଅପରେସନକୁ ଜୋରଦାର କରିଛନ୍ତି ।
ମିଳିଥିବା ସୂଚନା ଅନୁସାରେ କୁଟିପି ଓ କେଡାବୀର ମଧ୍ୟରେ ଚାଲିଛି ରାସ୍ତା କାମ । ଏହି ରାସ୍ତା କାମ କରୁଥିବା ଠିକା ସଂସ୍ଥାରେ ଭଡ଼ାରେ ଜେସିବି, ଟ୍ରାକ୍ଟର ଓ ମିକ୍ସଚର ମେସିନ୍ ଅଣାଯାଇ କାମରେ ଲଗାଯାଇଛି । ଗତକାଲି ରାତିରେ ବାଇକ୍ ଯୋଗେ ୨/୪ ଜଣ ନକ୍ସଲ ଆସି ଜେସିବି ଚାଳକଙ୍କୁ ଧମକଚମକ ଦେଇଥିଲେ । ଏହାପରେ ଗାଡ଼ିରୁ ତେଲ ବାହାର କରି ଜେସିବି ଓ ଟ୍ରାକ୍ଟରରେ ଢ଼ାଳି ନିଅାଁ ଲଗାଇ ଦେଲେ । ଫଳରେ ସେଠାରେ ରଖାଯାଇଥିବା ଏକ ମିକ୍ସଚର ମେସିନ୍ ମଧ୍ୟ ଜଳି ଯାଇଛି । ଉକ୍ତ କାଣ୍ଡ ଭିଆଇ ନକ୍ସଲମାନେ ଜଙ୍ଗଲ ଭିତରକୁ ପଳାଇ ଯାଇଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ଗତ ବର୍ଷକ ପୂର୍ବେ ନକ୍ସଲମାନେ ସେହି ଠିକା ସଂସ୍ଥା ପକ୍ଷରୁ ଏକ ପୋଲ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ୬/୭ଟି ଗାଡ଼ିରେ ନିଅାଁ ଲଗାଇ ଦେଇଥିଲେ ।
Comments are closed, but trackbacks and pingbacks are open.