ଜୋର ଧରିଛି ଚିଠି ଲଢ଼େଇ:୪୯ ବନାମ ୬୨ ସେଲିବ୍ରିଟି

Get real time updates directly on you device, subscribe now.

ନୂଆଦିଲ୍ଲୀ: ଭିଡ଼ ହତ୍ୟା ଏବଂ ‘ଜୟ ଶ୍ରୀରାମ’ ନାରାର ଅପବ୍ୟବହାର କରାଯାଉଥିବା ଅଭିଯୋଗ କରି ଦେଶର ୪୯ ଜଣ ବୁଦ୍ଧିଜୀବି ଦୁଇଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ । ସେଥିରେ ଏଭଳି ଘଟଣାକୁ ରୋକିବା ଲାଗି ସେମାନେ ଦାବି କରିଥିଲେ । ତେବେ ସେମାନଙ୍କ ଏଭଳି ଚିଠିର ଉତ୍ତରରେ ଶୁକ୍ରବାର ଦେଶର ଅନ୍ୟ ୬୨ ଜଣ ବୁଦ୍ଧିଜୀବୀ ଏକ ମୁକ୍ତପତ୍ର ଜାରି କରିଛନ୍ତି । ସେଥିରେ ସେମାନେ ଉଲ୍ଲେଖ କରିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଲେଖାଯାଇଥିବା ଚିଠିଟି ରାଜନୈତିକ ଉଦ୍ଦେଶ୍ୟ ରଖି ଲୋକଙ୍କ ମନରେ ଭୂଲ ବୁଝାମଣା ସୃଷ୍ଟି କରିବାକୁ ଲେଖାଯାଇଛି । ଚିଠି ଲେଖିଥିବା ୪୯ ଜଣ ବୁଦ୍ଧିଜୀବୀ ‘ନିଜ ଶୈଳୀର ନୈତିକତାର ରକ୍ଷକ’ ବୋଲି ସେଥିରେ କଟାକ୍ଷ କରାଯାଇଛି । ଚିଠିଟିକୁ ଲେଖିଥିବା ୬୨ ଜଣ ବୁଦ୍ଧିଜୀବିମାନଙ୍କ ମଧ୍ୟରେ ଅଭିନେତ୍ରୀ କଙ୍ଗନା ରାନାୱତ, ଲେଖକ ପ୍ରସୂନ ଯୋଶୀ, ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ସୋନଲ ମାନସିଂହ, ପଣ୍ଡିତ ବିଶ୍ୱମୋହନ ଭ;, ଫିଲ୍ମ ନିର୍ମାତା ମଧୁର ଭଣ୍ଡାରକର, ବିବେକ ଅଗ୍ନିହୋତ୍ରୀ ପ୍ରମୁଖ ଅଛନ୍ତି ।
ଭିଡ଼ ହତ୍ୟା ସମ୍ବନ୍ଧରେ ମୋଦିଙ୍କୁ ପତ୍ର ଲେଖିଥିବା ୪୯ ଜଣ ବୁଦ୍ଧିଜୀବି ‘ନିଜ ଶୈଳୀର ନୈତିକତାର ରକ୍ଷକ’ ବୋଲି ଏହି ଚିଠିରେ କଟାକ୍ଷ କରାଯାଇଛି । ଏହା ବ୍ୟତୀତ ଉକ୍ତ ଚିଠିଟିକୁ ସେମାନେ ରାଜନୈତିକ ଉଦ୍ଦେଶ୍ୟ ନେଇ ଲେଖିଥିବା ଏହି ମୁକ୍ତପତ୍ରଟିରେ ପ୍ରକାଶ କରାଯାଇଛି । ନକ୍ସଲ ଆକ୍ରମଣରେ ଆଦିବାସୀ ଏବଂ ଗରିବ ଲୋକମାନଙ୍କର ମୃତ୍ୟୁ ହେଉଥିବା ବେଳେ, କାଶ୍ମୀରରେ ଅଲଗାବାଦୀମାନେ ସ୍କୁଲ ବନ୍ଦ କରିଦେଉଥିବା ବେଳେ ମୋଦିଙ୍କୁ ପତ୍ର ଲେଖିଥିବା ବୁଦ୍ଧିଜୀବିମାନେ କେଉଁଠି ଥିଲେ ବୋଲି ଏହି ଚିଠିଟିରେ ପ୍ରଶ୍ନ କରାଯାଇଛି । ଜେଏନ୍ୟୁରେ ରାଷ୍ଟ୍ରବିରୋଧୀ ନାରାବାଜୀ ପ୍ରସଙ୍ଗ ଉଠାଇ ଚିଠିଟିରେ ଲେଖାଯାଇଛି ଯେ, ଛାତ୍ରଛାତ୍ରୀମାନେ ଯେତେବେଳେ ଦେଶକୁ ‘ଟୁକ୍୍ଡେ ଟୁକ୍ଡେ’ କରାଯାଉ ବୋଲି ନାରା ଦେଉଥିଲେ ସେତେବେଳେ ଏହି ବୁଦ୍ଧିଜୀବିମାନେ କାହିଁକି ପ୍ରଶ୍ନ ଉଠାଇ ନଥିଲେ ।
ଉଲ୍ଲେଖ ଯୋଗ୍ୟ, ‘ଜୟଶ୍ରୀ ରାମ’ ନାରାର ଦୁରୁପଯୋଗ ତଥା ଭିଡ଼ ହତ୍ୟା ପ୍ରସଙ୍ଗରେ ଚିନ୍ତା ପ୍ରକଟ କରି ଦେଶବ୍ୟାପୀ ବିଭିନ୍ନ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା ୪୯ ଜଣ ବ୍ୟକ୍ତି ଗତ ବୁଧବାର ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ଅପର୍ଣ୍ଣା ସେନ, କୋଙ୍କଣା ସେନ ଶର୍ମା, ରାମଚନ୍ଦ୍ର ଗୁହା, ଅନୁରାଗ କଶ୍ୟପ, ସୁଭା ମୃଦଲ ପ୍ରମୁଖ ଉକ୍ତ ଚିଠିରେ ଦସ୍ତଖତ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons