ଜ୍ୟାକଲିନ୍ ସମ୍ବେଦନଶୀଳ

Get real time updates directly on you device, subscribe now.

ସୋସିଆଲ୍ ମିଡିଆରେ ସବୁବେଳେ ଆକ୍ଟିଭ୍ ରହୁଥିବା ଜ୍ୟାକଲିନ୍ ଫଣ୍ଣ ର୍ାଡିଜ୍ଙ୍କ ଇନ୍ଷ୍ଟାଗ୍ରାମ୍ ଫ୍ୟାନ୍ଙ୍କ ସଂଖ୍ୟା ୨.୮ କୋଟିରୁ ଅଧିକ । ଟ୍ୱିଟର୍ରେ ତାଙ୍କର ୧.୩ କୋଟିରୁ ଅଧିକ ଫ୍ୟାନ୍ ଅଛନ୍ତି । ବେଶ୍ କିଛି ଦିନରୁ ସିଲଭର୍ ସ୍କ୍ରିନ୍ରେ ତାଙ୍କୁ ଦେଖିବାକୁ ମିଳିନି । କିନ୍ତୁ ସୋସିଆଲ୍ ମିଡିଆରେ ଫ୍ୟାନ୍ଙ୍କ ସହ ସେ ଯୋଡ଼ି ହୋଇ ରହିଛନ୍ତି । ନିକଟରେ ଇନ୍ଷ୍ଟାଗ୍ରାମ୍ରେ ଏକ କାହାଣୀ ମାଧ୍ୟମରେ ଜ୍ୟାକଲିନ୍ ନିଜ ଜୀବନରେ କରିଥିବା ସବୁଠୁ ବଡ଼ ଭୁଲ ବିଷୟରେ ବର୍ଣ୍ଣନା କରିଛନ୍ତି । ଲୋକେ ମୋ ବିଷୟରେ କ’ଣ ଭାବିବେ ଓ କହିବେ, ସେ ନେଇ ଚିନ୍ତା କରି ଜୀବନରେ ବଡ଼ ଭୁଲ କରିଥିବା ଜ୍ୟାକଲିନ୍ କହିଛନ୍ତି । ଏହି ଚିନ୍ତାଧାରା ବ୍ୟକ୍ତିର ସ୍ୱପ୍ନକୁ ମାରିଦିଏ । ସେ ନିଜ ବିଷୟରେ କ’ଣ ଚିନ୍ତା କରୁଛି ଓ କ’ଣ କହୁଛି, ଏହା ବହୁତ ବଡ଼ କଥା । ଅନ୍ୟ ପାଇଁ ବଞ୍ଚିବା ଛାଡ଼ିଦିଅ ବୋଲି ସେ ଲେଖିଛନ୍ତି । ଜ୍ୟାକଲିନ୍ ନିଜକୁ ଜଣେ ସମ୍ବେଦନଶୀଳ ମଣିଷ ବୋଲି କହନ୍ତି । ସୋସିଆଲ୍ ମିଡିଆରେ ନକାରାତ୍ମକ ଟିପ୍ପଣୀ ତାଙ୍କୁ ବହୁତ ପ୍ରଭାବିତ କରେ । କିଛି ଦିନ ତଳେ ଏକ କାର୍ଯ୍ୟକ୍ରମରେ ସେ କହିଥିଲେ ‘ଇନ୍ଷ୍ଟାଗ୍ରାମ୍ରେ ଫ୍ୟାନ୍ଙ୍କୁ ମୁଁ ବହୁତ ଭଲପାଏ । କିନ୍ତୁ ଯଦି କେତେବେଳେ କେହି କିଛି ଖରାପ କମେଣ୍ଟ କରେ, ସେ ଏମିତି କାହିଁକି କଲା ବୋଲି ମୁଁ ବାରମ୍ବାର ଭାବୁଥାଏ । ମୋତେ ଏସବୁ ବହୁତ ଖରାପ ଲାଗେ । ଲାଗେ ଯେମିତି ସେହି ବ୍ୟକ୍ତି ଉପରେ ମୋର ବହୁତ ନକାରାତ୍ମକ ପ୍ରଭାବ ପଡ଼ିଛି । ହେଲେ କାହିଁକି? ମୁଁ କ’ଣ କରିଛି? ଇତ୍ୟାଦି…’ ମନକୁ ଆନ୍ଦୋଳିତ କରେ ବୋଲି ଜ୍ୟାକଲିନ୍ କହିଛନ୍ତି । ଫିଲ୍ମ ‘କିକ୍-୨’ରେ ପୁଣି ଥରେ ସଲମାନଙ୍କ ସହ ସ୍କ୍ରିନ୍ ଶେୟାର କରିବାକୁ ଯାଉଛନ୍ତି ଏହି ସୁନ୍ଦରୀ । ଏଥିସହ ‘ମିସେସ୍ ସିରିଏଲ୍ କିଲର୍’ ଜରିଆରେ ସେ ଡିଜିଟାଲ୍ ଦୁନିଆରେ ପାଦ ରଖିବେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons