ପାତ୍ରପୁର,(ବି.ବି.ନୁ୍ୟଜ୍): ପାତ୍ରପୁର ବ୍ଲକ ଆଙ୍କୁଲି, ମନ୍ଦରଡ଼ା ପଞ୍ଚାୟତରେ ଜ୍ୱର ପ୍ରକୋପ । ଜ୍ୱରରେ ପୀଡ଼ିତ ହୋଇ ଦୁଇ ଜଣଙ୍କର ମୃତୁ୍ୟ ହୋଇଛି । ଆହୁରି ୨୦ରୁ ଉଦ୍ଧ୍ୱର୍ ଲୋକ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଅଳିଅର ଗ୍ରାମର ସୁବାସ କାର୍ଜିଙ୍କ ପାଞ୍ଚ ବର୍ଷର ପୁଅ ଡାକ୍ତରଖାନାରେ ମୃତୁ୍ୟ ହୋଇଛି । ସେହିପରି ମନ୍ଦରଡ଼ା ପଞ୍ଚାୟତର ହୁକୁମା ଗ୍ରାମର ଜଣେ ମହିଳା ଗତ କିଛି ମାସ ହେଲା ଆକ୍ରାନ୍ତ ହୋଇଛନ୍ତି । ଜ୍ୱରର ଆକ୍ରାନ୍ତ ହୋଇ ଖାରିଆଗୁଡ଼ା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ପାଖରେ ଚିକିତ୍ସିତ ହେଉଥିଲେ । ଗତକାଲି ତାଙ୍କ ଅବସ୍ଥା ଗୁରୁତର ହେବାରୁ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା । ଆମ୍ବୁଲାନ୍ସ ଆସି ପହଞ୍ଚିବା ପରେ ତାଙ୍କର ମୃତୁ୍ୟ ହୋଇଯାଇଛି । ମୃତ ମହିଳା ଜଣଙ୍କ ହେଉଛନ୍ତି ତେଜେଶ୍ୱର ପାତ୍ରଙ୍କ ସ୍ତ୍ରୀ ବନିତା ପାତ୍ର ( ୪୪) ବୋଲି ଜଣାପଡିଛି । ଏବେ ବୁରାତାଲ ପଞ୍ଚାୟତ କୁରୁଗୁଡ଼ ଗ୍ରାମରେ ରାହୁଳ ପ୍ରଧାନଙ୍କ ତେର ମାସର ପୁଅ, ଜଣେ ବୃଦ୍ଧା ହୀରାମଣି ପ୍ରଧାନ, ହୁକୁମା ଗ୍ରାମର ବବିତା ପାତ୍ର, ଅନ୍ତର୍ଯ୍ୟାମୀ ପାତ୍ର, ବିଜୟ ପ୍ରଧାନ, ତମାଳ ଗୈାଡ଼, ଉଦୟ ପାତ୍ର, ସରୋଜ ପାତ୍ର, ବି. ଶ୍ୟାମବାବୁ ପାତ୍ର, କାଳିଆ ପ୍ରଧାନ, ମନ୍ଦରଡା ଗ୍ରାମର ବୃଦ୍ଧ ଇଶ୍ୱର ଗୌଡ଼, ଭାସ୍କର ପ୍ରଧାନ, ଟୁବୁଇ ପ୍ରଧାନ, ଶିବାନୀ ପ୍ରଧାନ, ଦିପୁ ଗୈାଡ଼, ଟିକିନା ପାତ୍ର, ନୀଳମଣି ଗୌଡ଼ଙ୍କ ସମେତ ୨୦ରୁ ଉଦ୍ଧ୍ୱର୍ ବ୍ୟକ୍ତି ଜ୍ୱରରେ ପୀଡ଼ିତ ହୋଇଥିବା ସୂଚନା ମିଳିଛି । ଖବର ପାଇ ମନ୍ଦରଡ଼ା ମହିଳା ସ୍ୱାସ୍ଥ କର୍ମୀ ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କୁ ସାଙ୍ଗରେ ନେଇ ଆକ୍ରାନ୍ତ ଦଶ ଜଣଙ୍କ ରକ୍ତ ନମୁନା ସଂଗ୍ରହ କରି ଔଷଧ ଦେଇଥିବା ଜଣାପଡିଛି । କେତେକ ବ୍ୟକ୍ତି କ୍ୱାକ୍ଙ୍କ ଠାରୁ ଔଷଧ ଖାଉଛନ୍ତି । ଜ୍ୱର ପ୍ରାୟ ଛଅ ଦିନ ରହୁଛି । ଜଳବାୟୁ ପରିବର୍ତ୍ତନ ହେତୁ କିଛି ଲୋକଙ୍କୁ ଜ୍ୱର ହେଉଥିବା ଅନୁମାନ କରାଯାଇଛି । ତେବେ ଜ୍ୱର ହେବା କ୍ଷଣି ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କୁ ଜଣାଇବା ସ୍ଥାନୀୟ ଏଏନଏମ୍ କହିଛନ୍ତି ।
Comments are closed, but trackbacks and pingbacks are open.