ଜୟନାରାୟଣ, ବିଷ୍ଣୁ ଓ ମୋହନ ନିଲମ୍ବିତ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବିଧାନସଭାରେ ଘଟିଲା ଅଭାବନୀୟ ଘଟଣା । ଶେଷ ଦିନରେ ଦେଖିବାକୁ ମିଳିଲା ତୁମୁଳକାଣ୍ଡ । ବିଧାନସଭାରେ ବିଜେପି ବିଧାୟକମାନେ ଆଜି ଅଶୋଭନୀୟ ଆଚରଣ ପ୍ରଦର୍ଶନ କଲେ । ଗୃହରେ ଅଧ୍ୟକ୍ଷତା କରୁଥିବା ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିଲେ । ଡଷ୍ଟବିନ୍, ଇୟରଫୋନ୍ ଓ କଲମ ମଧ୍ୟ ପୋଫାଡ଼ିଲେ । ବିଜେପି ସଭ୍ୟଙ୍କ ପ୍ରତିବାଦ ଆଳରେ ଏଭଳି ଆଚରଣକୁ ଶାସକ ଦଳର ସଭ୍ୟମାନେ ତୀବ୍ର ବିରୋଧ କଲେ । ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁÂାନ ପାଇଁ ଅଡ଼ି ବସିଲେ । ଗୃହର ମତ ନେଇ ବାଚସ୍ପତି ଡ.ସୂର୍ଯ୍ୟ ନାରାୟଣ ପାତ୍ର ବିଜେପିର ବରିÂ ସଦସ୍ୟ ଜୟନାରାୟଣ ମିଶ୍ର, ବିଷ୍ଣୁଚରଣ ସେଠୀ ଓ ମୋହନ ଚରଣ ମାଝୀଙ୍କୁ ଏ ଅଧିବେଶନ ପାଇଁ ଗୃହରୁ ନିଲମ୍ବିତ କରିଥିଲେ । ତୁରନ୍ତ ନିଲମ୍ବିତ ୩ ସଦସ୍ୟ ଗୃହ ଛାଡ଼ିବାକୁ ବାଚସ୍ପତି ନିଦେ୍ର୍ଧଶ ଦେଇଥିଲେ । ବାଚସ୍ପତିଙ୍କ ନିଦେ୍ର୍ଧଶ ପରେ ଜୟନାରାୟଣ, ବିଷ୍ଣୁ ଓ ମୋହନଙ୍କ ସହ ବିଜେପି ସଭ୍ୟମାନେ କକ୍ଷତ୍ୟାଗ କରିବା ସହ ଗାନ୍ଧିମୂର୍ତ୍ତି ତଳେ ବାଚସ୍ପତିଙ୍କ ନିଷ୍ପତ୍ତି ଓ ପକ୍ଷପାତିତାର ପ୍ରତିବାଦ କରିଥିଲେ । ରାତି ତମାମ ବିଜେପି ବିଧାୟକ ଗାନ୍ଧି ମୂର୍ତ୍ତି ତଳେ ପ୍ରତିବାଦ ଧାରଣାରେ ବସିଛନ୍ତି ।
ବିଧାନସଭାରେ ଶନିବାର ପ୍ରଶ୍ନକାଳ ସ୍ୱାଭାବିକ ଚାଲିଲା । କଂଗ୍ରେସ ପକ୍ଷରୁ ଖଣି ପ୍ରସଙ୍ଗରେ ଦିଆଯାଇଥିବା ମୁଲତବି ପ୍ରସ୍ତାବକୁ ବାଚସ୍ପତି ଅଗ୍ରାହ୍ୟ କରିଦେବାରୁ ବିରୋଧୀ ସଦସ୍ୟମାନେ ଶୂନ୍ୟକାଳରେ ହଟ୍ଟଗୋଳ କରିଥିଲେ । ମୁଲତବି ପ୍ରସ୍ତାବ ଅଗ୍ରାହ୍ୟ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ବାଚସ୍ପତିଙ୍କୁ ଦାୟୀ କରିଥିଲେ । ବାଚସ୍ପତିଙ୍କ ଆସନ ନିକଟକୁ ଯାଇ ବିରୋଧୀ ସଭ୍ୟମାନେ ହଟ୍ଟଗୋଳ କରିଥିଲେ । ପାଟିତୁଣ୍ଡରୁ ଗୃହ ବାରମ୍ବାର ମୁଲତବି ରହିଲା । ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଲେ । ଏହାପରେ ବାଚସ୍ପତି ଗୃହରେ ବିଲ୍ ଆଲୋଚନାକୁ ଗଲେ ।
ପ୍ରଥମେ ଲୋକାୟୁକ୍ତ ସଂଶୋଧନ ବିଲ୍ ୨୦୨୧କୁ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଗୃହରେ ଉପସ୍ଥାପନ କରିଥିଲେ । ମାତ୍ର ୬ ମିନିଟ୍ରେ ଏ ବିଲ୍ ପାରିତ ହୋଇଥିଲା । ଏହାପରେ ସମିତି ପଞ୍ଜୀକରଣ ସଂଶୋଧନ ବିଲ୍ ୨୦୨୧କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଆଗତ କରିଥିଲେ । ଏ ବିଲ୍ ପାରିତ ସମୟରେ
ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟମାନେ ଗୃହରେ ପ୍ରବଳ ହଟ୍ଟଗୋଳ କଲେ ।
ବିରୋଧୀ ସଦସ୍ୟଙ୍କ ଆପତ୍ତି ସତ୍ତେ୍ୱ ବାଚସ୍ପତି ଧ୍ୟାନ ନଦେବାରୁ ବିଜେପି ସଦସ୍ୟମାନେ ରାଗି ନିଆଁବାଣ ହୋଇଗଲେ । ଉତକ୍ଷିପ୍ତ ହୋଇ ବିଜେପି ବିଧାୟକ ବାଚସ୍ପତିଙ୍କ ଆସନ ଉପରକୁ ଜୋତା, ଡଷ୍ଟବିନ୍, ଇୟରଫୋନ୍ ଫୋପାଡ଼ିଲେ । ବାଚସ୍ପତିଙ୍କ ନିକଟକୁ ମାଡ଼ିଯିବାକୁ ଉଦ୍ୟମ କଲେ । ସୁରକ୍ଷା କର୍ମଚାରୀ ବାଧାଦେଲେ । ଏ ତୁମୁଳକାଣ୍ଡ ମଧ୍ୟରେ ଦୁଇଟି ଯାକ ବିଲ୍ ପାରିତ ହେବା ପରେ ବାଚିସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବି ରଖିଲେ ।
ଅପରାହ୍ନ ଅଧିବେଶନ ଆରମ୍ଭ ହେବା ମାତ୍ରେ ଶାସକ ଦଳର ସଭ୍ୟ ଭୂପିନ୍ଦର ସିଂହ ଏ ପ୍ରସଙ୍ଗ ଉଠାଇ କହିଲେ, ବିଜେପି ସଭ୍ୟଙ୍କ ଏଭଳି ଆଚରଣ ଓଡ଼ିଶାର ସମ୍ମାନକୁ ତଳେ ପକାଇଛି । ନିୟମ ଅନୁସାରେ କାର୍ଯ୍ୟାନୁÂାନ ଗ୍ରହଣ କରାଯାଉ । କଂଗ୍ରେସ ଦଳର ନେତା ନରସିଂହ ମିଶ୍ର କହିଲେ, ଗୃହରେ ଯାହା ଘଟିଲା ତାହା ଦୁର୍ଭାଗ୍ୟଜନକ । ଏହାକୁ ମୁଁ ଗ୍ରହଣ କରପାରୁନି । ଶାସକ ଦଳର ସଭ୍ୟ ପ୍ରତାପ କେଶରୀ ଦେବ କହିଲେ, ପବିତ୍ର ଗୃହରେ ସଦସ୍ୟମାନଙ୍କର ଅଧିକାର ଅଛି ପ୍ରସଙ୍ଗ ଉଠାଇବାକୁ । ବିଜେପି ସଦସ୍ୟମାନେ ଯେଉଁଭଳି ଆଚରଣ ପ୍ରଦର୍ଶନ କଲେ ତାହା ନିନ୍ଦନୀୟ । ସଂପୃକ୍ତ ବିଧାୟକମାନଙ୍କୁ ନିଲମ୍ବନ କରାଯାଉ ।
ଶାସକ ଦଳର ସଭ୍ୟ ଶଶୀଭୂଷଣ ବେହେରା କହିଲେ, ଗୃହରେ ଆଜିର ଘଟଣା ସାଢେ଼ ୪ କୋଟି ଓଡ଼ିଆଙ୍କୁ ଆଘାତ ଦେଇଛି । ଏଭଳି ଅଶୋଭନୀୟ ଘଟଣା ଗୃହର ମର୍ଯ୍ୟାଦା ହାନି କରିଛି । ଗଣତନ୍ତ୍ରପ୍ରେମୀଙ୍କୁ ଏହା ବ୍ୟଥିତ କରିଛି । କାର୍ଯ୍ୟାନୁÂାନ ନିଆଯାଉ । କିଶୋର ମହାନ୍ତି ଓ ଅମର ପ୍ରସାଦ ଶତପଥୀ ମଧ୍ୟ ଅଭିଯୋଗ କଲେ ଯେ ଗୃହର ମଧ୍ୟ ଆଚାର ସଂହିତା ଅଛି । ଆଜିର ଘଟଣା କଳଙ୍କିତ ଅଧ୍ୟାୟ ସୃଷ୍ଟି କଲା । ଶାସକ ଦଳର ସଭ୍ୟ ପ୍ରୀତିରଂଜନ ଘଡ଼ାଇ ଓ ଭାଗିରଥୀ ସେଠୀ ଦୃଢ଼ କାର୍ଯ୍ୟାନୁÂାନ ଗ୍ରହଣ କରିବାକୁ ଦାବି କଲେ । ବିଜେପି ରାମଙ୍କ କଥା କହି ରାବଣ ଭଳି କାମ କରୁଛି ବୋଲି ଅଭିଯୋଗ କଲେ । କଂଗ୍ରେସ ସଭ୍ୟ ସନ୍ତୋଷ ସିଂ ସାଲୁଜା କହିଲେ, ବାଚସ୍ପତିଙ୍କର ବିଶାଳ ହୃଦୟ ଅଛି । ଏ ପ୍ରସଙ୍ଗକୁ ଗମ୍ଭୀରତାର ସହ ନିଆନଯାଉ । ଅତୀତରେ ଅନୁପ ସାଏ ଚପଲ ଫିଙ୍ଗିଥଲେ । ବାଚସ୍ପତିଙ୍କୁ ସଭ୍ୟମାନେ ପିଟି ପିଟି ଘର ଯାଏ ନେଇଥିଲେ ।
ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏ ପ୍ରସଙ୍ଗରେ କହିଲେ, ବିରୋଧୀ ବିଜେପି ସଭ୍ୟଙ୍କ ଆଚରଣ ଓ ବ୍ୟବହାର ଆମକୁ ଦୁଃଖ ଦେଇଛି । ଏହା ଗଣତନ୍ତ୍ରର ମନ୍ଦିର । ଉଚ୍ଚ ପରମ୍ପରା ଅଛି । ମୋର ୨୬ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଏଭଳି ଆଚରଣ କେବେ ଆଗରୁ ଦେଖିନି । ସାଲୁଜା ବାଚସ୍ପତିଙ୍କୁ ମାଡ଼ ମରାଯିବା କଥା କହିଛନ୍ତି । ତାହା ଠିକ୍ ନୁହେଁ । ୧୯୯୭ ଶୀତ ଅଧିବେଶନ ଚାଲିଥିଲା ବେଳ ବିଜେଡି ଗଠନ ହୋଇଥିଲା । ମାତ୍ର ସେ ସମୟରେ ବାଚସ୍ପତି ଚିନ୍ତାମଣୀ ଦ୍ୟାନସାମନ୍ତରାୟ ବିଜେଡିକୁ ଦଳ ଭାବେ ଗ୍ରହଣ ନକରିବାରୁ ବିଜେଡି ସଦସ୍ୟଙ୍କ ପ୍ରତିବାଦରେ ସେ ଭୟଭୀତ ହୋଇ ଘରକୁ ଯାଇଥିଲେ । ତାଙ୍କୁ କେହି ମାଡ଼ ମାରିନଥିଲେ । ତେଣୁ ଆଜି ଯେଉଁ ଘଟଣା ଘଟିଲା ତା’ର ଭିଡିଓ ଯାଞ୍ଚ କରି ବାଚସ୍ପତି ଆଇନ ଅନୁସାରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁÂାନ ଗ୍ରହଣ କରନ୍ତୁ । ଏହାପରେ ବାଚସ୍ପତି ଭିଡିଓ ଫୁଟେଜ୍ ଯାଞ୍ଚ କରିଥିଲେ । ବିରୋଧୀ ଦଳ ନେତା, କଂଗ୍ରେସ ଦଳର ନେତା, ସଂସଦୀୟବ୍ୟାପାର ମନ୍ତ୍ରୀ ଓ ସରକାରୀ ଦଳ ମୁଖ୍ୟ ସଚେତକଙ୍କ ଉପସ୍ଥିତିରେ ଭିଡିଓକୁ ଅନୁଧ୍ୟାନ କରାଯାଇଥିଲା । ଏହାପରେ ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରସ୍ତାବ ଆଣିଲେ ଯେ ଜୟନାରାୟଣ, ମୋହନ ଓ ବିଷ୍ଣୁଙ୍କୁ ଚଳିତ ବଜେଟ ଅଧିବେଶନ ଶେଷ ଯାଏ ନିଲମ୍ବନ କରାଯାଉ । ଏ ପ୍ରସ୍ତାବ ସପକ୍ଷରେ ଅଧିକ ମତ ରହିବାରୁ ବାଚସ୍ପତି ୩ ବିଜେପି ବିଧାୟକଙ୍କୁ ନିଲମ୍ବନ ଘୋଷଣା କରିବା ସହ ଗୃହ ଛାଡ଼ିବାକୁ ନିଦେ୍ର୍ଧଶ ଦେଇଥିଲେ ।
ନିଲମ୍ବିତ ୩ ସଦସ୍ୟଙ୍କ ସହ ବିଜେପି ବିଧାୟକମାନେ ବିଧାନସଭା ପରିସରରେ ଥିବା ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି । ବାଚସ୍ପତିଙ୍କ ଏଭଳି ନିଷ୍ପତ୍ତିର ପ୍ରତିବାଦ କରି ସେମାନେ ଆଜି ରାତି ସାରା ଧାରଣାରେ ବସିବେ ବୋଲି କହିଛନ୍ତି । ଆଜି ଶେଷ ଦିନରେ ଗୃହରେ ୬ଟି ବିଲ୍ ପାରିତ ହୋଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons