ଗୋରୁମହିଷାଣୀ, (ବି.ବି.ନୁ୍ୟଜ୍): ମୟୂରଭଂଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଚଢେଇପାହାଡି ଗ୍ରାମ ପଂଚାୟତର ଜାମପାଣି ଗ୍ରାମରେ ସାମାନ୍ୟ ବଚସାରୁ ହତ୍ୟକାଣ୍ଡ ଘଟିଛି । ଜମି ଗଣ୍ଡଗୋଳକୁ ନେଇ ଜଣେ ଶିକ୍ଷକ ହତ୍ୟାର ଶିକାର ହୋଇଛନ୍ତି । ମୃତକ ହେଲେ ଶୁକଦେବ ମାରାଣ୍ଡି । ସେ ଝାଡ଼ଖଣ୍ଡ ରାଜ୍ୟର ଲୁଫୁଙ୍ଗଡିହି ନୁ୍ୟ ପ୍ରାଇମେରି ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ ।
ସବିଶେଷ ସୂଚନା ଅନୁଯାୟୀ, ଜାମପାଣି ଗ୍ରାମରେ ଲକ୍ଷ୍ମଣ ମାରାଣ୍ଡିଙ୍କ ପୁଅ ଶୁକଦେବ (୪୫ବର୍ଷ) ଏବଂ ସ୍ତ୍ରୀ ସଲମା ନିଜ ବିଲ ନିକଟରେ ଥିବା ଆମ୍ବଗଛ ପାଖରୁ ଝଟା କାଟିବା ପାଇଁ ଯାଇଥିଲେ । ଉକ୍ତ ଝଟାକାଠ କାଟିବାକୁ ନେଇ ଚନ୍ଦ୍ର ମୁର୍ମୁଙ୍କ ପୁଅ ମଦନ (୪୦ବର୍ଷ) ଏବଂ ପୁଅ ଲାଲମୋହନ (୨୨ବର୍ଷ)ଙ୍କ ଶୁକଦେବଙ୍କୁ ପାଟିତୁଣ୍ଡ କରିଥିଲେ । ପାଟିତୁଣ୍ଡ ବଢ଼ି ଝଗଡ଼ାର ରୂପ ନେଇଥିଲା । ଏଥିରେ ହଠାତ ଉତକ୍ଷିପ୍ତ ହୋଇ ମଦନ ଓ ଲାଲମୋହନ ମିଶି ଶୁକଦେବଙ୍କୁ ବୁଡ଼ିଆ (କୁରାଢ଼ି) ରେ ଆକ୍ରମଣ କରିଥିଲେ । ଶୁକଦେବଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି କ୍ଷତ ହୋଇଥିଲା । ସେ ଲହୁଲୁହାଣ ଅବସ୍ଥାରେ ବିଲରେ ଟଳି ପଡ଼ିଥିଲେ । ପନôୀ ସଲ୍ମା ପ୍ରାଣ ବିକଳରେ ଘରକୁ ପଳାଇ ଆସି ଗୋରୁମହିଷାଣୀ ପୁଲିସକୁ ଖବର ଦେଇଥିଲେ । ତୁରନ୍ତ ଗୋରୁମହିଷାଣୀ ଥାନା ଅଧିକାରୀ ଫନେନ୍ଦ୍ର ଭୂଷଣ ନାଏକ ଏବଂ ଥାନାଧିକାରୀ ପ୍ରଶାନ୍ତ କୁମାର ସ୍ୱାଇଁ ସଦଳବଳ ଘଟଣାସ୍ଥଳରେ ପହଞ୍ଚôଥିଲେ । ସରଜମିନ ତଦନ୍ତ କରି ଅଭିଯୁକ୍ତ ଦ୍ୱୟଙ୍କୁ ଅଟକ ରଖିଥିଲେ । ଆଜି ରାଇରଙ୍ଗପୁର ଏସଡିପିଓ ସ୍ନେହାଶିଷ ସାହୁ ଏବଂ ବାରିପଦାରୁ ଆସିଥିବା ସାଇଣ୍ଟିିଫିକ ଟିମ୍ ଘଟଣାସ୍ଥଳକୁ ଯାଇ ଛାନଭିନ କରିବା ପରେ ଅଭିଯୁକ୍ତ ମଦନ ଓ ଲାଲମୋହନକୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି ।
Comments are closed, but trackbacks and pingbacks are open.