ଝରିଗାଁ ବ୍ଲକରେ ଶିବଶକ୍ତି ଅଟୋ ମାଲିକ ସଂଘର ବୈଠକ

Get real time updates directly on you device, subscribe now.

ନବରଙ୍ଗପୁର (ଗଗନ ଗନ୍ତାୟତ ଙ୍କ ରିପୋର୍ଟ) ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ଶିଵଶକ୍ତି ଅଟୋ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ରବିବାର ଦିନ କଂଗ୍ରା ହାଟପଦା ଠାରେ ।ଏହି ବୈଠକରେ ୭୦ ଜଣରୁ ଉର୍ଦ୍ଧ ଅଟୋ ଚାଳକ ଯୋଗ ଦେଇଥିଲେ ।୩ ଟି ପଞ୍ଚ୍ୟାୟତ କୁ ନେଇ ଯଥା ଚଚ଼ା, ଚକଲା ପଦର୍, ବଡଟେମରା ଗଠିତ ଏହି ଅଟ ସଂଘରେ ସଭାପତି ମନବୋଧ ନାୟକ, ସମ୍ପଦକ ନାରାୟଣ ଏବଂ କିସର ପୂଜାରୀ ଓ ଅନେକ ଅଟୋ ଚାଳକ ଭାଇ ମାନେ ଉପସ୍ଥିତ ଥିଲେ ।ଏହି ସଂଘରେ ଅଟୋ ଚାଳକ ଭାଇ ମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲଚନା କରାଯାଇଥିଲା । ଏବଂ ଆଗାମୀ ଦିନରେ ଅଟୋ ମାଲିକ ଏବଂ ଚାଳକ ଭାଇମାନେ କିଭଳି ସରକାରଙ୍କ ସବୁ ସୁବିଧା ସୁଯୋଗ ପାଇ ପାରିବେ ସେ ବିଷୟରେ ଆଲଚନା କରିଥିଲେ । ଞ୍ଚଏଭଳି ଉତ୍ତମ ପଦକ୍ଷେପ ନେଇ ଥିବାରୁ ଡାବୁଗାଁ ଜୟ ଭାରତ ଅଟୋ ମାଲିକ ସଂଘର ସଭାପତି ମିହିର ଶଙ୍କର ପାତ୍ର ଏବଂ ସମ୍ପାଦକ ଗଗନ ଗନ୍ତାୟତ ସ୍ୱାଗତ ଜଣାଇ ଛନ୍ତିଞ୍ଚ । ଆଗାମୀ ଦିନରେ ନବରଙ୍ଗପୁର ଜିଲ୍ଲାର ସବୁ ଅଟୋ ମାଲିକ ମାନେ ଏବଂ ଚାଳକ ଭାଇମାନେ ଏକତ୍ରିତ ହୋଇ ନିଜର ହକ ପାଇଁ ଲଡାଇ କରିବୁ ବୋଲି ଡାବୁଗାଁ ଅଟୋ ମାଲିକ ସଂଘର ସଭାପତି ମିହିର ପାତ୍ର ମତ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons