ଝାଡ଼ାବାନ୍ତିରେ ୩୦ ପରିବାର ଆକ୍ରାନ୍ତ

Get real time updates directly on you device, subscribe now.

ଦେଓଗାଁ,(ବି.ବି.ନୁ୍ୟଜ୍): ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକର ଜାମଝରନ ଓ ସାରସମାଲ ଗାଁରେ ପ୍ରଥମେ ଝାଡ଼ାବାନ୍ତି ଦେଖାଦେଇଥିବା ବେଳେ ଏବେ ବଡ଼ବନ୍ଧ ପଞ୍ଚାୟତ ସିଲେଟକାନି ଗାଁକୁ ବ୍ୟାପିଛି । ଉକ୍ତ ଗାଁର ପ୍ରାୟ ୩୦ ପରିବାର ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି । ଖବର ପାଇବା ପରେ ଗାଁକୁ ଏକ ଡାକ୍ତରୀ ଦଳ ପହଞ୍ଚି ଚିକିତ୍ସା ଆରମ୍ଭ କରିଛି । ଗୁରୁତର ରୋଗୀଙ୍କୁ ବଲାଙ୍ଗୀର ଏବଂ ବୁର୍ଲା ସ୍ଥାନାନ୍ତର କରାଯାଇଛି । ପାନୀୟ ଜଳ ଯୋଗୁଁ ଝାଡ଼ାବାନ୍ତି ବ୍ୟାପିଥିବା ସନେ୍ଦହ କରାଯାଉଛି ।
ଦେଓଗାଁ ବ୍ଲକର ଜାମଝରନ ଓ ସାରସମାଲ ଗାଁରେ ଗତ କିଛି ଦିନ ତଳେ ଝାଡ଼ାବାନ୍ତି ଦେଖାଦେଇଥିଲା । ସେଠାରେ ଅବସ୍ଥା ସ୍ୱାଭାବିକ ନହେଉଣୁ ବଡ଼ବନ୍ଧ ପଞ୍ଚାୟତର ସିଲେଟକାନି ଗାଁକୁ ଝାଡ଼ାବାନ୍ତି ବ୍ୟାପିଛି । ଝାଡ଼ାବାନ୍ତି ବ୍ୟାପିବା ଖବର ପାଇ ଜିଲ୍ଲା ପରିଷଦ ସଭ୍ୟ ସୁଶୀଳ କୁମାର ଚାନ୍ଦ ଉକ୍ତ ଗାଁକୁ ପହଞ୍ଚି ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହ ଦେଓଗାଁ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ସୁରେନ୍ଦ୍ର କୁମାର ପରକିଆଙ୍କୁ ଜଣାଇଥିଲେ । ଏହାପରେ ଶ୍ରୀ ପରକିଆ ତୁରନ୍ତ ଏମଏଏଚୟୁ ଟିମ୍ ଗାଁକୁ ଯାଇ ଚିକିତ୍ସା କରିବା ପାଇଁ ନିଦେ୍ର୍ଧଶ ଦେଇଥିଲେ । କିନ୍ତୁ ଡାକ୍ତରୀ ଦଳ ବିଳମ୍ବରେ ପହଞ୍ଚିବାରୁ ଗ୍ରାମରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଡାକ୍ତରୀ ଦଳ ଗାଁରେ ପହଞ୍ଚି ଏକ କ୍ୟାମ୍ପ କରି ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ଚିକିତ୍ସା ଆରମ୍ଭ କରିଛନ୍ତି । ଏଥିସହ ଗ୍ରାମବାସୀଙ୍କୁ ସ୍ୱାସ୍ଥ୍ୟ ସଚେତନ କରାଉଛନ୍ତି । ବର୍ତ୍ତମାନ ଗାଁର ଚତୁର୍ଭୁଜ ସାହୁ, ହେମକାନ୍ତୀ ମେହେର, ବେଟିଖାଇ ମେହେର, ବୃନ୍ଦାବନ ନାଗ, ସୁନେଲୀ ଦୀପ ବଲାଙ୍ଗୀର ଭୀମଭୋଇ ଡାକ୍ତରଖାନାରେ ଚିକିତ୍ସା ହେଉଥିବା ବେଳେ ରବୀନ୍ଦ୍ର ମେହେରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ଝାଡ଼ାବାନ୍ତି ବ୍ୟାପୁଥିବାରୁ ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି । ଏହା ବ୍ୟତୀତ ବ୍ଲକର ହାତୀସରା, ମୁରସିଂହ ଗାଁରେ ମଧ୍ୟ ଝାଡ଼ାବାନ୍ତି ଆରମ୍ଭ ହୋଇଥିବା ଖବର ମିଳିଛି ।
ପ୍ରକାଶ ଥାଉକି ସୋନଗଡ଼ ନଦୀରୁ ଉକ୍ତ ଗାଁକୁ ପାଇପ ପାଣି ଯୋଗାଣ ହେଉଛି । ଗତ ବନ୍ୟା ସମୟରେ କୂଅରେ ମଇଳା ପାଣି ପ୍ରବେଶ କରିଥିଲା । ସେହି ସମୟରେ କୂଅରେ ବ୍ଲିଚିଂ ପାଉଡ଼ର ପକାଇବା ପାଇଁ ଜଳ ଯୋଗାଣ ବିଭାଗ ପଞ୍ଚାୟତକୁ ଦେଇଥିଲେ । ହେଲେ ସେହି ବ୍ଲିଚିଂ ପାଉଡର ନପକାଇ ପଞ୍ଚାୟତରେ ପକାଇ ରଖିଥିଲେ । ଯଦ୍ୱାରା ଗତ ବନ୍ୟା ପରଠୁ ଲୋକେ ବାଧ୍ୟ ହୋଇ ମଇଳା ପାଣି ପିଉଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons