ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଝାରସୁଗଡ଼ା ବିମାନବନ୍ଦରରୁ ଖୁବ୍ଶୀଘ୍ର ଆଉ ଦୁଇ ବିମାନ ଉଡ଼ିବ । ଝାରସୁଗୁଡ଼ାରୁ କୋଲକାତା ଓ ବେଙ୍ଗାଲୁରୁକୁ ବିମାନ ଚଳାଚଳ କରିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ସୂଚନା ଦେଇଛନ୍ତି ।
ରାଜ୍ୟରେ ବିମାନବନ୍ଦରର ଉନ୍ନତୀକରଣ ନେଇ ଆଜି ଲୋକସେବା ଭବନରେ ଏକ ବୈଠକ ହୋଇଥିଲା । ଏଥିରେ ରାଉରକେଲା ଓ ଜୟପୁର ଏୟାରଷ୍ଟ୍ରିପ୍ର ସଂପ୍ରସାରଣ ନେଇ ଆଲୋଚନା ହେଲା । ଜୟପୁର ଏୟାରଷ୍ଟ୍ରିପ୍ର ସଂପ୍ରସାରଣ ପାଇଁ ୫୫ କୋଟିର ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଏୟାରଷ୍ଟ୍ରିପ୍ରେ ଭିତ୍ତିଭୂମି ପ୍ରସ୍ତୁତ ହେବା ପରେ ଏଠାରୁ ବିମାନ ଚଳାଚଳ ଆରମ୍ଭ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।
Comments are closed, but trackbacks and pingbacks are open.