ଝାରସୁଗୁଡାରୁ କୋଲକାତା ଓ ବାରାଣସୀକୁ ଉଡ଼ିବ ବିମାନ

Get real time updates directly on you device, subscribe now.

ଝାରସୁଗୁଡ଼ା,(ବି.ବି.ନୁ୍ୟଜ୍): ଆର୍ସିଏସ୍ ଉଡ଼ାନ ସ୍କିମରେ କୋଲକାତା-ଝାରସୁଗୁଡ଼ା-କୋଲକାତା ଏବଂ ଭୁବନେଶ୍ୱର-ବାରାଣାସୀ-ଭୁବନେଶ୍ୱର ସେକ୍ଟରରେ ଏଟିଆର୍-୭୨ ବିମାନ ଚଳାଚଳ ପାଇଁ ଘୋଷଣା କରାଯାଇଛି । ଏଲାୟନ୍ସ ଏୟାର୍ର ବିମାନ ଏହି ରୁଟ୍ରେ ଚଳାଚଳ କରିବ । ଆସନ୍ତା ୨୭ ତାରିଖ ଠାରୁ ଚାରି ଦିନ ଧରି ଝାରସୁଗୁଡ଼ା-କୋଲକାତା ମଧ୍ୟରେ ଏଲାୟନ୍ସ ଏୟାରର ବିମାନ ଚଳାଚଳ କରିବା ପରେ ସମୟ ନିର୍ଘଣ୍ଟରେ ପରିବର୍ତ୍ତନ ସହ ଉକ୍ତ ବିମାନ ଭୁବନେଶ୍ୱର-ବାରାଣାସୀ-ଭୁବନେଶ୍ୱର ମଧ୍ୟରେ ଚଳାଚଳ କରିବ । ଝାରସୁଗୁଡ଼ା ବିମାନବନ୍ଦର ନିଦେ୍ର୍ଧଶକଙ୍କ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ ଏନେଇ ସୂଚନା ପ୍ରଦାନ କରାଯାଇଛି । ଏହି ନୂତନ ଘୋଷଣା ସହ ଏଲାୟନ୍ସ ଏୟାର୍ର ବିମାନସେବା ସଂପ୍ରସାରିତ ହେବାକୁ ଯାଉଛି ।
ପ୍ରେସ ବିଜ୍ଞପ୍ତି ଅନୁଯାୟୀ ଆସନ୍ତା ୨୭ ତାରିଖରୁ ୩୦ ତାରିଖ ଯାଏଁ ଚାରି ଦିନ ଧରି କୋଲକାତାରୁ ଏଲାୟନ୍ସ ଏୟାରର ବିମାନ ପୂର୍ବାହ୍ନ ୧୧ଟା ୪୫ ମିନିଟରେ ଝାରସୁଗୁଡ଼ା ଅଭିମୁଖେ ଉଡ଼ିବ । ଝାରସୁଗୁଡ଼ା ଠାରେ ୧ଟା ୧୫ ମିନିଟରେ ପହଞ୍ଚôବା ପରେ ଝାରସୁଗୁଡ଼ାରୁ ପୁଣି ୧ଟା ୪୫ ମିନିଟରେ କୋଲକାତାକୁ ପ୍ରତ୍ୟାବର୍ତ୍ତନ କରିବ । ଯାହାକି କୋଲକାତାରେ ଅପରାହ୍ନ ୩ଟା ୧୫ ମିନିଟରେ ପହଞ୍ଚôବ । ୩୧ ଜାନୁଆରୀରୁ ସମୟ ନିର୍ଘଣ୍ଟରେ ପରିବର୍ତ୍ତନ ହେବ । କୋଲକାତାରୁ ସକାଳ ୫ଟା ୫୦ ମିନିଟରେ ଏଲାୟନ୍ସ ଏୟାରର ବିମାନ ଉଡ଼ିବା ପରେ ୭ଟା ୨୦ ମିନିଟରେ ଝାରସୁଗୁଡ଼ାରେ ପହଞ୍ଚôବ । ୭ଟା ୪୫ ମିନିଟରେ ଉକ୍ତ ବିମାନ ଝାରସୁଗୁଡ଼ାରୁ ଛାଡ଼ିବା ପରେ ରାୟପୁରରେ ୮ଟା ୫୦ ମିନିଟରେ ପହଞ୍ଚôବ । ରାୟପୁରରୁ ୯ଟା ୧୫ ମିନିଟରେ ବିମାନ ଉଡ଼ିବା ସହ ଝାରସୁଗୁଡ଼ାରେ ୧୦ଟା ୨୦ ମିନିଟରେ ପହଞ୍ଚôବ । ଝାରସୁଗୁଡ଼ାରୁ ୧୦ଟା ୪୫ ମିନିଟରେ ଉଡ଼ିବା ପରେ ୧୧ଟା ୫୦ ମିନିଟରେ ଭୁବନେଶ୍ୱରରେ ପହଞ୍ଚôବ । ସେହିପରି ୧୨ଟା ୧୫ ମିନିଟରେ ଭୁବନେଶ୍ୱରରୁ ବିମାନ ଉଡ଼ିବା ପରେ ବାରାଣାସୀରେ ଅପରାହ୍ନ ୨ଟା ୫ ମିନିଟରେ ପହଞ୍ଚôବ । ୨ଟା ୩୦ ମିନିଟରେ ବାରାଣାସୀରୁ ବିମାନ ଛାଡ଼ିବା ପରେ ୪ଟା ୨୦ ମିନିଟରେ ଭୁବନେଶ୍ୱରରେ ପହଞ୍ଚôବା ସହ ଭୁବନେଶ୍ୱରରୁ ଝାରସୁଗୁଡ଼ା ଅଭିମୁଖେ ବିମାନଟି ୪ଟା ୪୫ ମିନିଟରେ ଛାଡ଼ିବା ପରେ ଝାରସୁଗୁଡ଼ାରେ ୫ଟା ୫୦ ମିନିଟରେ ପହଞ୍ଚôବ । ଝାରସୁଗୁଡ଼ାରୁ କୋଲକାତାକୁ ଉକ୍ତ ବିମାନ ସନ୍ଧ୍ୟା ୬ଟା ୧୫ ମିନିଟରେ ଉଡ଼ିବା ପରେ କୋଲକାତାରେ ୭ଟା ୪୫ ମିନିଟରେ ପହଞ୍ଚôବ । ଏଲାୟନ୍ସ ଏୟାର୍ର ଝାରସୁଗୁଡ଼ା ଠାରେ ଅବସ୍ଥାପିତ ଷ୍ଟେସନ ମ୍ୟାନେଜର ଅଭିଜିତ ଶତପଥୀ ଏବଂ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର ନିଦେ୍ର୍ଧଶକ ଏସ୍ କେ ଚୌହାନ ଏହି ନୂତନ ସମୟ ସାରଣୀ ଏବଂ ବିମାନ ଚଳାଚଳ ସଂପର୍କରେ ସୂଚନା ପ୍ରଦାନ କରିଛନ୍ତି । ବହୁ ଦିନରୁ ଝାରସୁଗୁଡ଼ାରୁ ବାରାଣାସୀ ମଧ୍ୟରେ ବିମାନ ଚଳାଚଳ ଲାଗି ଦାବି ହେଉଥିଲା । ସେହିପରି କୋଲକାତା ଏବଂ ଭୁବନେଶ୍ୱରକୁ ଝାରସୁଗୁଡ଼ାରୁ ଯଥାକ୍ରମେ ସ୍ପାଇସଜେଟ୍ ଏବଂ ଏଲାୟନ୍ସ ଏୟାର୍ର ବିମାନସେବା ଚାଲୁ ରହିଥିଲେ ହେଁ ଚଳାଚଳ ସମୟକୁ ନେଇ ଯାତ୍ରୀମାନେ ଅନେକ ଅସୁବିଧା ଦର୍ଶାଉଥିଲେ । ଏବେ ନୂତନ ସମୟ ସାରଣୀ କିଛି ମାତ୍ରାରେ ଯାତ୍ରୀଙ୍କ ଦାବି ପୂରଣ କରିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons