ସୁରଟ: ନିଜର କିଶୋରୀ ଝିଅକୁ ବଳାକ୍ରାର ଓ ହତ୍ୟା କରିଥିବା ଅଭିଯୋଗରେ ଓଡ଼ିଶାର ଜଣେ ବ୍ୟକ୍ତିକୁ ଗୁଜରାଟର ଏକ ସ୍ୱତନ୍ତ୍ର ପୋକସୋ କୋର୍ଟ ଶୁକ୍ରବାର ମୃତୁ୍ୟ ଦଣ୍ଡାଦେଶ ଦେଇଛନ୍ତି । ଫାଶୀ ଦଣ୍ଡାଦେଶ ପାଇଥିବା ଟୁକୁନା ଦାସ ନାମକ ଏହି ବ୍ୟକ୍ତି ଗଞ୍ଜାମ ଜିଲାର ବାସିନ୍ଦା ଅଟେ । ସେ ଗତ କିଛି ବର୍ଷ ହେଲା ଗୁଜରାଟର ସୁରଟ ସହରର ପାଣ୍ଡସେରା ଅଞ୍ଚଳରେ ରହୁଥିଲା । ପ୍ରାୟ ଦୁଇ ବର୍ଷ ତଳେ ସେ ଏହି କାଣ୍ଡ ଭିଆଇଥିଲା ।
ସେ ନିଜର ୧୪ ବର୍ଷୀୟା ଝିଅକୁ ବାରମ୍ବାର ବଳାକ୍ରାର କରି ଗର୍ଭବତୀ କରିଥିଲା । ଝିଅଟି ଟୁକୁନାର ଦ୍ୱିତୀୟ ସ୍ତ୍ରୀ ନିକଟରେ ରହୁଥିଲାବେଳେ ଏହି ଘଟଣା ଘଟିଥିଲା । କିନ୍ତୁ ତା’ର ଦ୍ୱିତୀୟ ସ୍ତ୍ରୀ ଏ ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ ଥିଲା । ଝିଅ ଗର୍ଭବତୀ ହେବା ପରେ ଟୁକୁନା ତା’କୁ ହତ୍ୟା କରି ସବୁ ଦିନ ପାଇଁ ନିଜ ଦୋଷ ଚପାଇ ଦେବାକୁ ପ୍ଲାନ୍ କରିଥିଲା ।
ସେ ୨୦୧୭ ଜୁନ୍ ୨୯ରେ ଝିଅର ତଣ୍ଟି ଚିପି ହତ୍ୟା କରିଥିଲା ଏବଂ ତା’ର ମୃତଦେହକୁ ଡୁମାସ ରୋଡ ନିକଟରେ ଥିବା ଏକ ନିକାଞ୍ଚନ ଅଞ୍ଚଳରେ ପକାଇ ଦେଇଥିଲା । ପୁଲିସ କିନ୍ତୁ ପରେ ଏହି ମାମଲାର ତଦନ୍ତ କରି ପୀଡ଼ିତା କିଶୋରୀର ପିତା ହିଁ ଅଭିଯୁକ୍ତ ବୋଲି ଜାଣିପାରିଥିଲା ଏବଂ ତା’କୁ ଗିରଫ କରିଥିଲା ।
Comments are closed, but trackbacks and pingbacks are open.