ନୂଆଦିଲ୍ଲୀ: ଲଦାଖର ଗଲୱାନ ଭ୍ୟାଲିରେ ଭାରତ ଓ ଚାଇନା ମଧ୍ୟରେ ସୃଷ୍ଟି ହୋଇଥିବା ରକ୍ତାକ୍ତ ସଂଘର୍ଷରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ରହିଛନ୍ତି ଝାରଖଣ୍ଡର ଶାହିବଗଞ୍ଜର ବୀର ଯବାନ କୁନ୍ଦନ ଓଝା । ଚାଇନା ସହ ଦେଶ ପାଇଁ ଲଢେ଼ଇ କରି କୁନ୍ଦନ ବଳିଦାନ ଦେଇଛନ୍ତି । ସେ ନିଜ ଅଞ୍ଚଳରେ ବେଶ୍ ଲୋକପ୍ରିୟ ଥିଲେ । ୫ ମାସ ତଳେସେ ଶେଷଥର ପାଇଁ ନିଜ ଗାଁକୁ ଆସିଥିଲେ । ଏହି ସମୟରେ ସେ ତାଙ୍କ ସାଙ୍ଗମାନଙ୍କୁ କହିଥିଲେ ଯେ, ବହୁତ ଶୀଘ୍ର ପୁଣି ଆସିବେ । ହେଲେଏବେ ସବୁକିଛି ଶେଷ ହୋଇଯାଇଛି । ସେ ତ ଗାଁକୁ ଫେରିବେ । ହେଲେ ଜୀବନ ଅବସ୍ଥାରେ ନୁହେଁ ବରଂ ତାଙ୍କ ପାର୍ଥୀବ ଶରୀର ଗାଁକୁ ଆସିବ । ସାଙ୍ଗମାନଙ୍କୁ ଦେଇଥିବାକଥାକୁ ପୂରଣ କରିବା ପୂର୍ବରୁ କୁନ୍ଦନ ଶତ୍ରୁମାନଙ୍କ ସହ ଲଢେ଼ଇ କରି ଦେଶ ପାଇଁ ସହିଦ ହୋଇଯାଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କୁନ୍ଦନ ନିକଟରେ ବାପା ହୋଇଥିଲେ । ୧୭ ଦିନର ଝିଅକୁସେ କେବେ ହେଲେ ନିଜ ଆଖିରେ ଦେଖଇ ନାହାନ୍ତି । କାରଣ ଝିଅ ଜନ୍ମ ହେବା ବେଳକୁ ସେ ଦେଶର ସୁରକ୍ଷା ପାଇଁ ସୀମାରେ ମୁତୟନ ହୋଇଥିଲେ । ୨୬ ବର୍ଷୀୟ କୁନ୍ଦନ ଡିହାରୀ ଗାଁରେ ରହୁଥିଲେ । ତାଙ୍କର ଦୁଇ ଭାଇ ଓ ଗୋଟିଏ ଭଉଣୀ ରହିଛନ୍ତି । ୨ ବର୍ଷ ତଳେ ତାଙ୍କର ବାହାଘର ହୋଇଥିଲା । ମାତ୍ର କିଛି ଦିନ ତଳେହିଁ ସେ ବାପା ହୋଇଥିଲେ । କୁନ୍ଦନ ଖୁବ୍ଶୀଘ୍ର ନିଜ ଝିଅକୁ ଦେଖିବାକୁ ଘରକୁ ଆସିଥାଆନ୍ତେ । ହେଲେ ବୋଧେ ଭଗବାନର ଆଉ କିଛି ଉଦେ୍ଧଶ୍ୟ ରହିଥିଲା । ନିଜ ଝିଅକୁ ଦେଖଇବାର ସୌଭାଗ୍ୟ କୁନ୍ଦନ ଆଉ କେବେ ହେଲେ ପାଇବେ ନାହିଁ । ରବିବାର ଠାରୁ କୁନ୍ଦନ ଲଦାଖ ସୀମାରେ ହିଁ ଡୁ୍ୟଟି କରୁଥିଲେ । ସୋମବାର ରାତିରେ ଚାଇନା ସହ ଲଢେ଼ଇ କରୁତôବା ବେଳେ ସେ ସହିଦ୍ ହୋଇଯାଇଛନ୍ତି । କୁନ୍ଦନଙ୍କ ବଳିଦାନ ସମ୍ପର୍କରେ ସେନା ପକ୍ଷରୁ ଫୋନ୍ ଯୋଗେ ତାଙ୍କ ପରିବାର ଲୋକଙ୍କୁ ଦିଆଯାଇଥିଲା । ଏହି ଖବର ଶୁଣି ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି । ତେବେ ଗାଁ ଲୋକେ କୁନ୍ଦନ ଦେଶ ପାଇଁ ବଳିଦାନ ଦେଇଥିବାରୁ ଗର୍ବ ଅନୁଭବ କରିଛନ୍ତି ।
Comments are closed, but trackbacks and pingbacks are open.