ଝିଅ ଘରେ କଳାକନା ବୁଲାଇଲା ବାପା, ଗିରଫ କଲା ପୋଲିସ

Get real time updates directly on you device, subscribe now.

ଭୁବନେଶ୍ବର : ବାପା ସାଜିଲା ଚୋର । ଝିଅ ଘରୁ ଚୋରି କରିବା ଅଭିଯୋଗରେ ଗିରଫ ହୋଇଛି ବାପା । ନୂଆପଲ୍ଲୀ ଥାନା ପୋଲିସ ଚୋରି ଅଭିଯୋଗରେ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ହେଉଛନ୍ତି ୫୫ ବର୍ଷ ବୟସ୍କ କୈଳାସ ରଣା । ତାଙ୍କ ଘର ନୟାଗଡ ଜିଲ୍ଲା ଖଣ୍ଡପଡା ଫତେଗଡରେ ।
ସୂଚନାଯୋଗ୍ୟ ଯେ, କୈଳାସ ନୂଆପଲ୍ଲୀ ସାଲିଆସାହି ତାରିଣୀନଗରରେ ରହୁଥିବା ଝିଅ ନିରୁପମାଙ୍କ ଘରକୁ ବୁଲିବାକୁ ଆସିଥିଲେ । ଗତ ୧୬ ତାରିଖରେ ନିରୁପମାଙ୍କୁ ସ୍ବାମୀ ଦେଢଲକ୍ଷ ଟଙ୍କା ଦେଇଥିଲେ । ନିରୁପମା ଟଙ୍କାକୁ ଆଲମିରାରେ ରଖିବା ବେଳେ କୈଳାସ ଦେଖିଥିଲେ । ପରଦିନ ସକାଳେ ସ୍ବାମୀସ୍ତ୍ରୀ କୈଳାସଙ୍କୁ ଘରର ଚାବି ଦେଇ କୌଣସି କାମରେ ବାହାରକୁ ଯାଇଥିଲେ ।
ସେମାନେ ଫେରିବାବେଳକୁ କୈଳାସ ଘରେ ନଥିଲେ । ଆଲମିରାରେ ଥିବା ଦେଢ ଲକ୍ଷ ଟଙ୍କା ମଧ୍ୟ ଗାଏବ ଥିଲା । ତେଣୁ ତାଙ୍କ ବାପା ହିଁ ଟଙ୍କା ଚୋରି କରି ନେଇଥିବା ସନ୍ଦେହ କରି ନିରୁପମା ନୂଆପଲ୍ଲୀ ଥାନାରେ ଏତଲା ଦେଇଥିଲେ ।
ଏତଲା ଆଧାରରେ ପୋଲିସ ଫତେଗଡରେ ଚଢାଉ କରି କୈଳାସଙ୍କୁ ଗିରଫ କରିଥିଲା। ହେଲେ ତାଙ୍କଠାରୁ ଚୋରି ଟଙ୍କା ଜବତ ହୋଇ ନଥିଲା । ଗିରଫ କରି ପୋଲିସ କୈଳାସଙ୍କୁ କୋର୍ଟ ଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons