ଝିଙ୍କିପଦର ପାହାଡ଼ ନିକଟରେ ହାତୀପଲ

Get real time updates directly on you device, subscribe now.

ରଙ୍ଗେଇଲୁଣ୍ଡା,(ବି.ବି.ନୁ୍ୟଜ): ବ୍ରହ୍ମପୁର, ଦିଗପହଣ୍ଡି ବନାଞ୍ଚଳ ସୀମାବର୍ତ୍ତୀ ଚିକିଟି ବ୍ଲକ୍ ରାଧାମୋହନପୁର ଝିଙ୍କିପଦର ପାହାଡ଼ ନିକଟ ତୁଳସୀଖାଲ ଅଞ୍ଚଳରେ ଘୁମୁସରରୁ ଆସିଥିବା ହାତୀପଲ ଆ‡ା ଜମାଇଛନ୍ତି । ସୋମବାର ରାତିରେ ଗୋବିନ୍ଦନଗର ଗ୍ରାମର ସୁରେନ୍ଦ୍ର ସାହୁଙ୍କ ବାଡ଼ରେ ପଶି ୩ ଏକର ଜମିର ଧାନ ଗଦାକୁ ସମ୍ପୂର୍ଣ୍ଣ ଖାଇ ଦେଇଛନ୍ତି ହାତୀ ଦଳ । ଭାଗଚାଷୀ ସୁରେନ୍ଦ୍ର ଧାରକରଜ କରି ଧାନ, ପନିପରିବା, ବାଦାମ, ମୁଗ ଓ ବିରି ଆଦି ଚାଷ କରିଥିଲେ । ହେଲେ ହାତୀପଲ ଯେତିକି ଖାଇଛନ୍ତି ତାହାର ଚାରି ଗୁଣ ଦଳିଚକଟି ନଷ୍ଟ କରି ଦେଇଛନ୍ତି । ସେହି ବାଡ଼ ନିକଟରେ ସେହି ଗାଁର ଗଦାଧର ସାହୁ, ଗୋବର୍ଦ୍ଧନ ସାହୁ, ଭଗବାନ ସାହୁ, ରଘୁନାଥ ସାହୁ ଆଦି ଚାଷୀଙ୍କ ଫସଲ ମଧ୍ୟ ହାତୀମାନଙ୍କ ଦ୍ୱାରା ନଷ୍ଟ ହୋଇଥିବା ଅଭିଯାଗ ଉଠିଛି । ସୋମବାର ରାତି ବ୍ରହ୍ମପୁର ବନଖଣ୍ଡର ୩ଟି ଟିମ୍ ଏବଂ ଦିଗପହଣ୍ଡି ବନଖଣ୍ଡର ଗୋଟିଏ ଟିମ୍ ମିଳିତ ଭାବେ ହାତୀମାନଙ୍କ ଉପରେ ନଜର ରଖିଥିଲେ । ଚିକିଟି ବନଖଣ୍ଡ ଅଧିକାରୀ ସନ୍ଧ୍ୟାରାଣୀ ଦଳବେହେରା ଏବଂ ତାଙ୍କ ଟିମ୍ ରେଳଧାରଣା କଡ଼ରେ ଜଗି ରହୁଛନ୍ତି । ଅପରପକ୍ଷରେ ଯେଉଁ ଚାଷୀମାନଙ୍କର କ୍ଷତି ହୋଇଛି କ୍ଷତିପୂରଣ ବାବଦରେ ଦରଖାସ୍ତ ଦେଲେ ଏକରକୁ ୧୦ ହଜାର ଟଙ୍କା ସରକାରୀ ସହାୟତା ମିଳିବ ବୋଲି କହିଛନ୍ତି ରେଞ୍ଜର୍ ଦିଲ୍ଲୀପ ମାର୍ଥା ।
ଗତ ବର୍ଷ ଘୁମୁସରର ହାତୀପଲ ଆସି ସେହି ଅଞ୍ଚଳରେ ଧାନ, ମୁଗ, ବାଦାମ, କଦଳୀ, ପନିପରିବା ଇତ୍ୟାଦି ନଷ୍ଟ କରି ପକାଇଥିଲେ । ଭାଲିଆଗଡ, ଜଗନ୍ନାଥପୁର, ଏରେଣ୍ଡ୍ରା, ନିମକୁଡ଼ିଆ, ବୈରୀବାଡ ଗ୍ରାମ ନିକଟରେ ଧାନ ଗଦା ଓ ଖଳାରେ ନଷ୍ଟ କରିଥିଲେ । କୃଷ୍ଣନଗର ଗ୍ରାମରେ ପଶି ଲୋକଙ୍କୁ ଆକ୍ରମଣ କରିବାକୁ ପଛାଇ ନଥିଲେ ହାତୀପଲ । ଏହି ବର୍ଷ ମଧ୍ୟ ସେହିଭଳି ଘଟିବା ଆଶଙ୍କାରେ ଗ୍ରାମବାସୀ ସମୟ କାଟୁଛନ୍ତି । ହାତୀ ଉପଦ୍ରବ ହେତୁ କ୍ଷତିଗ୍ରସ୍ତ ହେଉଛନ୍ତି ନିରୀହ ଚାଷୀ । ବହୁ କଷ୍ଟରେ ଧାରଉଧାର କରି ସାହୁକାର ଜମିରେ ମହସୁଲ ଦେଇ ଅମଳ କରିଥାନ୍ତି । ଠିକ ଫସଲ ଅମଳ ବେଳକୁ ହାତୀ ନଷ୍ଟ କରି ଦେଉଥିବାରୁ କ୍ଷତି ସହୁଛନ୍ତି କୃଷକ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons