ଝୁଲନ୍ତା ଅବସ୍ଥାରେ ଅଜଣା ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

Get real time updates directly on you device, subscribe now.

କେନ୍ଦୁଝର : କେନ୍ଦୁଝରରେ ଅଜଣା ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ଯୁବକଙ୍କୁ କେହି ହତ୍ୟା କରାଯାଇଥିବା ସନ୍ଦେହ କରାଯାଇଛି ।
ଆଜି ସକାଳୁ ସଦର ଥାନାର ମୈଦାନକେଲ ପଞ୍ଚାୟତର ବାସୁଦେବପୁର ଜଙ୍ଗଲରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ଜଙ୍ଗଲ ମଧ୍ୟରେ ଉକ୍ତ ଯୁବକଙ୍କ ମୃତଦେହ ଏକ ରଶିରେ ଝୁଲିଥିବା ଦେଖିବାକୁ ମିଳିଛି । ମୃତଦେହଟି ପଚି ଯାଇଥିବାରୁ ପ୍ରବଳ ଦୁର୍ଗନ୍ଧ ବାହାରୁଛି । ଯୁବକଙ୍କୁ କେହି ମାରି ଟାଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଯୁବକଙ୍କ ପରିଚୟ ମିଳିପାରିନାହିଁ । ଆଜି ସକାଳୁ ସ୍ଥାନୀୟ ଲୋକମାନେ ଜଙ୍ଗଲକୁ ଯାଇଥିବା ସମୟରେ ଦୁର୍ଗନ୍ଧ ବାହାରିବାରୁ ଘଟଣାଟି ଜଣାପଡିଥିଲା ।
ଘଟଣାସ୍ଥଳରେ ସ୍ଥାନୀୟ ଲୋକମାନେ ଜମା ହୋଇଯାଇଥିବା ବେଳେ ପୋଲିସ ପହଞ୍ଚି ନଥିବା ସୂଚନା ମିଳିଛି । ପ୍ରକାଶ ଯେ ଉକ୍ତ ଅଞ୍ଚଳରେ ରାସ୍ତା କଡରେ ଦୁଇ ଦିନ ତଳେ ଏକ ଅଟୋ ଛିଡା ହୋଇଥିବା ବେଳେ କେହି ନଥିବା ଦେଖି ସଦର ପୋଲିସ ଗାଡିଟିକୁ ଥାନାକୁ ନେଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons