ଝଡ଼ାଫୁଙ୍କା କରି ମହିଳାଙ୍କୁ କାମୁଡ଼ିଥିବା ଗୁଣିଆ ଗିରଫ

Get real time updates directly on you device, subscribe now.

କାଲିମେଳା, (ବି.ବି.ନ୍ୟୁଜ୍): ରୋଗୀଙ୍କୁ ଝଡ଼ାଫୁଙ୍କା କରିବା ସହ କାମୁଡ଼ିଥିବା ଗୁଣିଆକୁ ଏମଭି-୭୯ ପୁଲିସ ଆଜି ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଗୁଣିଆ ହେଲେ କାଲିମେଳା ବ୍ଲକ ତେଲରାଇ ପଞ୍ଚାୟତ ଉର୍ମାଗୁଡାର କଷା ବେଟୀ । ଜ୍ୱର, ଝାଡ଼ାବାନ୍ତି ଓ ଅନ୍ୟ ରୋଗ ଭଲ କରିବା ପାଇଁ ଗୁଣିଆ କଷା ରୋଗୀଙ୍କୁ କାମୁଡ଼ୁଥିବା ଥାନାରେ ଅଭିଯୋଗ ହୋଇଥିଲା । ଗୁଣିଆ ଦ୍ୱାରା କାମୁଡ଼ାର ଶିକାର ହୋଇଥିବା ମହିଳା ରୋଗୀ ଦୁଲେ ବେଟୀଙ୍କ ଏତଲା କ୍ରମେ ତାଙ୍କୁ ଗିରଫ କରାଯାଇଥିବା ପୁଲିସ କହିଛି । କାମୁଡ଼ାରେ ଆହତ ଦୁଲେଙ୍କୁ ପୁଲିସ କାଲିମେଳା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା । ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଡାକ୍ତର କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons