ବାଲେଶ୍ୱର: ବାଲେଶ୍ୱରରେ ଜିଲ୍ଲାରେ ଏକ ସ୍କୁଲରେ ଜଣେ ପିଲାକୁ ତାଲା ପକାଇବା ପରେ ଆଜି ଏମିତି ଚିନ୍ତା ପ୍ରତ୍ୟେକ ଅଭିଭାବକଙ୍କୁ ଘାରିଛି। ଅନ୍ୟପକ୍ଷରେ ଜିଲ୍ଲା ଶିକ୍ଷା ଅଧିକାରୀ ଘଟଣାର ତଦନ୍ତ କରି ସ୍କୁଲର ପ୍ରଧାନଶିକ୍ଷୟିତ୍ରୀଙ୍କୁ ସସ୍ପେଣ୍ଡ କରିଛନ୍ତି।
ବାଲେଶ୍ୱର ସହର ମଠସାହିର ସାକର ହାସଁଦାଙ୍କ ପୁଅ ମହାବୀର ନୋଡ଼ାଲ ସ୍କୁଲକୁ ପାଠ ପଢ଼ିବାକୁ ଯାଇଥିଲେ। ଛୁଟି ହେବାର କିଛି ସମୟ ପୂର୍ବରୁ କ୍ଲାସରୁମ୍ରେ ବହିବସ୍ତାନୀ ରଖି ପିଲାଟି ଏକୁଟିଆ ପାଇଖାନା ଯାଇଥିଲା। ତା’ହାରି ଭିତରେ ଛୁଟି ହୋଇଯାଇଥିଲା। ସମସ୍ତେ ଯିଏ ଯା’ଘରକୁ ଚାଲି ଯାଇଥିଲେ। ଶେଷରେ ସ୍କୁଲ ପିଅନ ଆସି ତାଲା ପକାଇ ଚାଲି ଯାଇଥିଲେ ଘରକୁ। ସଂପୃକ୍ତ ଛାତ୍ର ଜଣକ ପାଇଖାନାରୁ ବାହାରି ଦେଖନ୍ତି, ଚାରିଆଡ଼େ ଶୂନଶାନ୍ ପରିବେଶ। ଦୀର୍ଘ ସମୟ ଧରି ଖୋଜାଖୋଜି କଲା ସମସ୍ତଙ୍କୁ। କିନ୍ତୁ କାହାକୁ ନପାଇ ଗେଟ୍ ପାଖକୁ ଆସି ରାହାଧରି କାନ୍ଦିଲା। ଘଣ୍ଟାଏ ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର ହୋଇଥିଲା ପିଲାଟି।
Comments are closed, but trackbacks and pingbacks are open.