ଜୟପୁର: ଟଂକା ଲୋଭରେ ଭାଇକୁ ବନ୍ଧକ ରଖିଦେଲା ଭାଇ।ଏହି ଖବର ଗତ କାଲି ନ୍ୟୁଜ୭ରେ ପ୍ରସାରଣ ପରେ ତତ୍ପରତା ପ୍ରକାଶ କରିଛି ବୋରିଗୁମ୍ମା ପୋଲିସ।ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଏମାନେ ହେଲେ ଅପହୃତ ହୋଇ ଖସିଆସିଥିବା ରମଣୀ ଅମାନତ୍ୟଙ୍କ ମାମୁଁ ପୁଅ ଭାଇ ଦେବ ନାୟକ ଓ ତାହାର ୩ ସହଯୋଗୀ ଲିପଟନ୍ ଖରା,ଶଙ୍କର ନାୟକ ଓ ପଦଲାମ ଅମାନତ୍ୟ।
ଅନ୍ୟ ଅପହରଣକାରୀଙ୍କୁ ଖୁବ୍ ଶୀଘ୍ର କାବୁ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବୋରିଗୁମ୍ମା ଏସ୍.ଡି.ପି.ଓ।ତେବେ ଏହି ଅପହରଣ ଓ ବନ୍ଧକ ପଛରେ ଚୋରା ଗଂଜେଇ କାରବାର ବୋଲି ସେ କହିଛନ୍ତି।
ଗତ ୨୧ ତାରିଖ ଦିନ ଅଭିଯୋଗକାରୀ ରମଣୀଙ୍କୁ ତାଙ୍କ ମାମୁଁ ପୁଅ ଭାଇ ଓ ତାର ସହଯୋଗୀ ମାନେ ଗଂଜେଇ ଯୋଗାଇ ଦେବା ନାଁରେ ରମଣୀଙ୍କୁ ଚୋରା ଗଂଜେଇ ବେପାରୀଙ୍କ ଠାରେ ବନ୍ଧକ ରଖି ତାଙ୍କଠାରୁ ୨୯ ହଜାର ଟଂକା ଆଣିଥିଲେ।ହେଲେ ଗଂଜେଇ ଯୋଗାଇ ଦେଇ ପାରିନଥିବାରୁ ସେମାନେ ରମଣୀଙ୍କୁ ବନ୍ଧକ ଭାବେ ରଖିଥିବା କହିଛନ୍ତି ବୋରିଗୁମ୍ମା ଏସ୍.ଡି.ପି.ଓ।
Comments are closed, but trackbacks and pingbacks are open.