ଟାଙ୍ଗିଆ ମାଡ଼ରେ ଯୁବକ ଗୁରୁତର

Get real time updates directly on you device, subscribe now.

ଚନ୍ଦାହାଣ୍ଡି,(ବି.ବି.ନୁ୍ୟଜ): ଜଣେ ମହିଳାଙ୍କ ସାମନାରେ ପରିସ୍ରା କରିବାକୁ କେନ୍ଦ୍ରକରି ମଙ୍ଗଳବାର ଚନ୍ଦାହାଣ୍ଡି ବ୍ଲକ ବେହେରାମୁଣ୍ଡା ପଞ୍ଚାୟତ ବବରିଆ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଅଭିଯୁକ୍ତ ଏକ ଟାଙ୍ଗିଆରେ ମରଣାନ୍ତକ ଆକ୍ରମଣ କରି ଜଣେ ଯୁବକଙ୍କୁ ଗୁରୁତର କରିଛନ୍ତି । ଏହି ଘଟଣାକୁ ନେଇ ଚନ୍ଦାହାଣ୍ଡି ଥାନାରେ ଏକ ମାମଲା ରୁଜୁ ହୋଇଛି । ଅଭିଯୁକ୍ତ ହେଲା ଗାଁର ପ୍ରେମାନନ୍ଦ ଗୌଡ(୪୦) । ଆକ୍ରମଣର ଶିକାର ହୋଇଛନ୍ତି ସାହିର ହେମପ୍ରସାଦ ସୁନାନୀ(୨୨) । ହେମପ୍ରସାଦଙ୍କୁ ଚନ୍ଦାହାଣ୍ଡି ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ମଙ୍ଗଳବାର ସନ୍ଧ୍ୟା ୭ ଟାରେ ଏହି ଘଟଣା ଘଟିଛି । ଗାଁର ହରିଜନ ସାହିର ଜଣେ ମହିଳାଙ୍କ ସମ୍ମୁଖରେ ପ୍ରେମାନନ୍ଦ ମଦ୍ୟପାନ କରି ପରିସ୍ରା କରିଥିଲା । ହେମପ୍ରସାଦ ଏହାକୁ ଦେଖି ବିରୋଧ କରିଥିଲେ । ପରେ ଉଭୟ ହେମପ୍ରସାଦ ଓ ପ୍ରେମାନନ୍ଦଙ୍କ ମଧ୍ୟରେ ବଚସା ହୋଇଥିଲା । ସାହି ଲୋକେ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ବୁଝାସୁଝା କରିଥିଲେ । ପରେ ପ୍ରେମାନନ୍ଦ ସେଠାରୁ ଘରକୁ ଚାଲିଯାଇ ଏକ ଟାଙ୍ଗିଆ ଆଣି ରାସ୍ତାରେ ଜଗି ରହିଥିଲା । କୌଣସି କାମରେ ହେମପ୍ରସାଦ ବାହାରକୁ ଯାଉଥିବା ବେଳେ ପ୍ରେମାନନ୍ଦ ଅତର୍କିତ ଭାବେ ଟଙ୍ଗିଆରେ ଆକ୍ରମଣ କରିଥିଲା । ଆଘାତ ପାଇ ହେମପ୍ରସାଦ ଚିକ୍ରାର କରିବାରୁ ଗାଁ ଲୋକେ ଦୌଡି ଆସିଥିଲେ । ପରେ ପ୍ରେମାନନ୍ଦ ଓ ତାର ବାପା ଭାସ୍କର ଠେଙ୍ଗା ଧରି ସାହିକୁ ଗଣ୍ଡଗୋଳ କରିବାକୁ ପଶି ଆସିଥିଲେ । ଏଥିରେ ଭୟଭୀତ ହୋଇ ସାହିଲୋକେ କବାଟ କିଳି ଭିତରେ ପଶି ଯାଇଥିଲେ । ଏଣେ ହେମପ୍ରସାଦକୁ ବଞ୍ଚାଇବାକୁ ଯାଇ ତାଙ୍କ ବାପା ଅମରଲାଲ୍ ମଧ୍ୟ ଆହତ ହୋଇଥିବା ଜଣାପଡିଛି । ଟାଙ୍ଗିଆ ମାଡରେ ହେମପ୍ରସାଦଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ସେ ଚିକିତ୍ସାଧୀନ ଅଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons