ନୂଆଦିଲ୍ଲୀ:ଟାଟା ସନ୍ସର ଅଧ୍ୟକ୍ଷ ପଦକୁ ପୁଣି ଫେରିବେ ସାଇରସ୍ ମିସ୍ତ୍ରୀ । ୩ ବର୍ଷ ତଳେ ଯେଉଁ କମ୍ପାନି ତାଙ୍କୁୁ ବିଦା କରିଥିଲା ପୁଣି ତାଙ୍କୁ ଉକ୍ତ ଗାଦିରେ ବସାଇବ । ମିସ୍ତ୍ରୀଙ୍କ ସପକ୍ଷରେ ବୁଧବାର ଏଭଳି ଏକ ରାୟ ଦେଇଛନ୍ତି ନ୍ୟାସ୍ନାଲ କମ୍ପାନି ଲ’ ଆପିଲେଟ୍ ଟ୍ରିବୁ୍ୟନାଲ(ଏନ୍ସିଏଲ୍ଏଟି) । ଫଳରେ ଟାଟା ସନ୍ସକୁ ମିଳିଛି ଶକ୍ତ ଧକ୍କା । ମିସ୍ତ୍ରୀଙ୍କୁ ବହିଷ୍କାର କରିବା ପରେ କମ୍ପାନି ଏନ୍ . ଚନ୍ଦ୍ରଶେଖରନ୍ଙ୍କୁ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପଦରେ ନିୟୋଜିତ କରିଥିଲା । ଏହାକୁ ଟ୍ରିବୁ୍ୟନାଲ ବେଆଇନ ଦର୍ଶାଇଛନ୍ତି ।
ମାତ୍ର ୪ ସପ୍ତାହ ପରେ ମିସ୍ତ୍ରୀଙ୍କ ପୁନଃ ନିଯୁକ୍ତିକୁ କାର୍ଯ୍ୟକାରୀ କରାଯିବ । ଏହି ସମୟ ମଧ୍ୟରେ ରାୟ ବିରୋଧରେ ଟାଟା ସନ୍ସ ଆବେଦନ କରିପାରିବ । ଏନ୍ସିଏଲ୍ଏଟିର ଦୁଇ ଜଣିଆ ସଦସ୍ୟବିଶିଷ୍ଟ ଖଣ୍ଡପୀଠ ରାୟ ଦେଇଛନ୍ତି । ନିଦେ୍ର୍ଧଶ ଆସିବା ପରେ ଟାଟା ସନ୍ସ ଗ୍ରୁପ୍ କମ୍ପାନିଗୁଡିକର ସେୟାର ମୂଲ୍ୟରେ ହ୍ରାସ ଘଟିଛି ।
ସାଇରସ୍ ମିସ୍ତ୍ରୀ ଟାଟା ସନ୍ସର ଷÂ ଅଧ୍ୟକ୍ଷ । ରତନ ଟାଟାଙ୍କ ଅବସର ପରେ ସେ ୨୦୧୨ରେ କମ୍ପାନିର ଅଧ୍ୟକ୍ଷ ପଦ ସମ୍ଭାଳିଥିଲେ । ଏହି ପଦରେ ଅବସ୍ଥାପିତ ହେବାରେ ସେ ଥିଲେ ଟାଟା ପରିବାର ବାହାରର ଦ୍ୱିତୀୟ ବ୍ୟକ୍ତି । ତେବେ ଟାଟା ସନ୍ସର ନିଦେ୍ର୍ଧଶକ ମଣ୍ଡଳୀ ୨୦୧୬ ଅକ୍ଟୋବର ୨୪ରେ ସମଗ୍ର କର୍ପୋରେଟ୍ ଜଗତକୁ ଚକିତ କରି ମିସ୍ତ୍ରୀଙ୍କୁ ଅଧ୍ୟକ୍ଷ ପଦରୁ ବହିଷ୍କାର କରିଥିଲେ ।
ସୂଚନାଯୋଗ୍ୟ, ମିସ୍ତ୍ରୀଙ୍କ ବହିଷ୍କାର ବିରୋଧରେ ସାଇରସ୍ ଇନ୍ଭେଷ୍ଟମେଣ୍ଟ୍ସ ପ୍ରାଇଭେଟ୍ ଲିମିଟେଡ୍ ଏବଂ ଷ୍ଟର୍ଲିଙ୍ଗ୍ ଇନ୍ଭେଷ୍ଟ୍ମେଣ୍ଟ୍ସ କର୍ପୋରେସନ୍ ପକ୍ଷରୁ ଏକ ଆବେଦନ ଜାତୀୟ କମ୍ପାନି ଆଇନ ଟ୍ରିବୁ୍ୟନାଲ(ଏନ୍ସିଏଲ୍ଟି)ର ମୁମ୍ବାଇ ଶାଖାରେ କରାଯାଇଥିଲା । ଏନ୍ସିଏଲ୍ଟି ଏହାକୁ ଖାରଜ କରିଦେଇଥିଲେ ଏବଂ କହିଥିଲେ ଯେ, କମ୍ପାନିର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷଙ୍କୁ ବହିଷ୍କାର କରିବାର କ୍ଷମତା ନିଦେ୍ର୍ଧଶକ ବୋର୍ଡର ଅଛି । ମିସ୍ତ୍ରୀ ଟାଟା ସନ୍ସ ବୋର୍ଡ ଏବଂ ବୃହତ୍ ଭାଗ ଅଂଶୀଦାରଙ୍କ ଭରସା ହରାଇଥିବାରୁ ତାଙ୍କୁ ବହିଷ୍କାର କରାଯାଇଛି ବୋଲି ଏନ୍ସିଏଲ୍ଟି କହିଥିଲେ । ପରେ ଏହି ନିଦେ୍ର୍ଧଶ ବିରୋଧରେ ମିସ୍ତ୍ରୀ ବ୍ୟକ୍ତିଗତ ଭାବେ ଏନ୍ସିଏଲ୍ଏଟିର ଦ୍ୱାରସ୍ଥ ହୋଇଥିଲେ । ଏବେ ରାୟ ତାଙ୍କ ସପକ୍ଷରେ ଆସିଛି ।
Comments are closed, but trackbacks and pingbacks are open.