ଭଞ୍ଜନଗର,(ବି.ବି.ନୁ୍ୟଜ୍): ମଙ୍ଗଳବାର ସ୍ଥାନୀୟ ଥାନା ଅଧୀନ କମଳବାଡ଼ି ଛକରେ ଏକ କାର୍ର ଟାୟାର ଫାଟି ଯିବାରୁ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ କାର୍ରେ ବସିଥିବା ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ଡାକ୍ତରଖାନାକୁ ନେଇଥିଲେ । ତେବେ ଅବସ୍ଥା ଗୁରୁତର ହେବାରୁ ଦୁହିଁଙ୍କୁ ବ୍ରହ୍ମପୁର ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ଆହତ ଦୁଇଜଣ ହେଉଛନ୍ତି ଭଞ୍ଜନଗର ଥାନା ଅଧୀନ ଅଗଝୋଳ ଗ୍ରାମର ମରାଟି ପ୍ରଧାନ ଓ ବିଶ୍ୱନାଥ ପ୍ରଧାନ । କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମରାଟି ଓ ବିଶ୍ୱନାଥ ନୟାଗଡ଼ ଜିଲ୍ଲା କଣ୍ଟିଲୋ ନୀଳମାଧବଙ୍କ ଦର୍ଶନ ପାଇଁ ଯାଇଥିଲେ । ସେଠାରୁ ଭଞ୍ଜନଗର ଫେରିବା ବାଟରେ ହଠାତ୍ କାରର ଟାୟାର୍ ଫାଟି ଯାଇଥିଲା । ଫଳରେ ଭାରସାମ୍ୟ ହରାଇ କାର୍ଟି ରାସ୍ତାକଡ଼ରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା ।


Comments are closed, but trackbacks and pingbacks are open.