ଟିଆଇ ପରେଡ୍ରେ ଅଭିଯୁକ୍ତ ବିବନ ବିଶ୍ୱାଳଙ୍କୁ ଚିହ୍ନଟ କଲେ ଅଞ୍ଜନା ମିଶ୍ର

Get real time updates directly on you device, subscribe now.

ଭୁବନେଶ୍ୱର: ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ବୁଧବାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ଵାଳର ଟିଆଇ ପରେଡ ଝାରପଡା ଜେଲ୍‌ ପରିସରରେ ଶେଷ ହୋଇଛି। ଟିଆଇ ପରେଡ୍ ସମୟରେ ଅଞ୍ଜନା ମିଶ୍ର ଅଭିଯୁକ୍ତ ବିବନକୁ ଚିହ୍ନଟ କରିଛନ୍ତି। ଜେଏମଏଫସି ସୃଜାଲିନ ମହାନ୍ତିଙ୍କ ତତ୍ତ୍ଵାବଧାନରେ ଟିଆଇ ପରେଡ୍ ଶେଷ ହୋଇଛି। ଅଭିଯୁକ୍ତ ବିବନ ବିଶ୍ଵାଳକୁ ଚିହ୍ନିବା ପାଇଁ ଏହି ଟିଆଇ ପରେଡ୍ ହୋଇଛି।
ଟିଆଇ ପରେଡ୍ ପରେ ଜେଲ୍‌ରୁ ବାହାରିବା ପରେ ଅଞ୍ଜନା କହିଛନ୍ତି ଯେ, ଟିଆଇ ପରେଡ୍‌ରେ ୧୦ ଜଣ ଛିଡା ହୋଇଥିଲେ। କଣ ଆପଣ ଅଭିଯୁକ୍ତଙ୍କୁ ଚିହ୍ନି ପାରିଲେ ? ପ୍ରଶ୍ନର ଉତ୍ତରରେ କୋର୍ଟରେ ଜଣା ପଡିବ ବୋଲି ସେ କହିଛନ୍ତି। ତେବେ ଟିଆଇ ପରେଡ୍‌ରେ ଅଭିଯୁକ୍ତ ବିବନଙ୍କୁ ଅଞ୍ଜନା ଚିହ୍ନଟ କରିଛନ୍ତି। ଏପରିକି ଘଟଣା ଦିନ ଗାଡି ଚଳାଉଥିବା ଡ୍ରାଇଭରଙ୍କୁ ମଧ୍ୟ ସେ ଚିହ୍ନି ପାରିଥିବା ଅଞ୍ଜନା କହିଛନ୍ତି।୧୯୯୯ ମସିହା ବହୁ ଚର୍ଚ୍ଚିତ ବାରଙ୍ଗ ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳକୁ ୪ ଓ ୫ ତାରିଖ ୨ ଦିନିଆ ରିମାଣ୍ଡରେ ନେବ ସିବିଆଇ ଟିମ୍ । ତା ପୂର୍ବରୁ ବୁଧବାର ଜେଲରେ ଥିବା ବିବନର ଟିଆଇ ପରେଡ କରାଯାଇଛି। ଭୁବନେଶ୍ବର ଜେଏମଏଫସିଙ୍କ ଉପସ୍ଥିତରେ ଝାରପଡା ଜେଲ୍ ଭିତରେ ଟିଆଇ ପରେଡ ହୋଇଛି। ଏହି ସମୟରେ ପୀଡ଼ିତା ଉପସ୍ଥିତ ରହିବେ ।
ବିବନକୁ ୫ ଦିନିଆ ରିମାଣ୍ଡ ପାଇଁ ଭୁବନେଶ୍ବର ସ୍ବତନ୍ତ୍ର ସିଜେଏମଙ୍କ ନିକଟରେ ଆବେଦନ କରିଥିଲା ସିବିଆଇ ଟିମ୍ । ହେଲେ ୨ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ସ୍ପେଶାଲ ସିଜେଏମ ସିବିଆଇ କୋର୍ଟ । ଦୁଇ ଦିନିଆ ରିମାଣ୍ଡ ସମୟରେ ବାରଙ୍ଗର ସେହି ଘଟଣାସ୍ଥଳକୁ ବିବନକୁ ନେଇପାରେ ସିବିଆଇ । କମିଶନରେଟ୍ ପୋଲିସର ସ୍ବତନ୍ତ୍ର ଟିମ୍ ଅପରେସନ ‘ସାଇଲେଣ୍ଟ ଭାଇପର’ ଜରିଆରେ ପୁନେରୁ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳକୁ ଗିରଫ କରିଥିଲା । ଏହାପରେ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ରହିଛି ବିବନ । ୧୯୯୯ ମସିହା ଜାନୁଆରୀ ୯ ତାରିଖରେ ଘଟିଥିଲା ଏହି ଘଟଣା । ୨୨ ବର୍ଷ ଭିତରେ ମାମଲାରେ ଗିରଫ ଅନ୍ୟ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ମଧ୍ୟ ହୋଇ ସାରିଲାଣି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons