ପିଲାଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଜର୍ମାନୀ ସରକାର ନୂଆ ବିଲ୍ ପ୍ରସ୍ତୁତ କରିଛନ୍ତି । ଏହି ବିଲ୍ ଅନୁସାରେ, ଅଭିଭାବକମାନେ ଯଦି ନିଜ ପିଲାଙ୍କୁ ଟିକା ନଦିଅନ୍ତି, ତେବେ ୨୫୦୦ୟୁରୋ ବା ପ୍ରାୟ ୨ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିବ । ବିଦ୍ୟାଳୟରେ ପ୍ରବେଶ ପୂର୍ବରୁ ପିଲାଙ୍କ ଟିକାକରଣ ପ୍ରମାଣପତ୍ର ବିଦ୍ୟାଳୟରେ ଜମା କରିବା ଜରୁରି ବୋଲି ଜର୍ମାନୀର ଚାନ୍ସଲର ଆଞ୍ଜେଲା ମାର୍କେଲ୍ କହିଛନ୍ତି । ଏଠାରେ ଏବେ ମିଳିମିଳା ସମସ୍ୟା ମୁଣ୍ଡ ବିନ୍ଧାର କାରଣ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଟିକାକରଣ ନିୟମକୁ କଡ଼ାକଡ଼ି କରିବାକୁ ସରକାରଙ୍କ ନିୟମ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଏହି ନିୟମ ଜର୍ମାନୀରେ ପ୍ରଥମ ନୁହେଁ, ଇଟାଲିରେ ମଧ୍ୟ ପ୍ରଚଳିତ । ଏଠାରେ ପିଲାଙ୍କୁ ଟିକା ନଦେଲେ ଅଭିଭାବକଙ୍କୁ ୫୦୦ ୟୁରୋ ଅର୍ଥାତ ପ୍ରାୟ ୪୦ ହଜାର ଟଙ୍କା ଗଣିବାକୁ ପଡ଼େ । ବିଶ୍ୱର ଅନ୍ୟ ରାଷ୍ଟ୍ରମାନଙ୍କରେ ଟିକାକରଣ ସମ୍ପର୍କିତ ଅଭିନବ ପ୍ରୟାସ ଓ ନିୟମ କଡ଼ାକଡ଼ି ହେଲେ ଏ ଭଳି ମୃତ୍ୟୁ ସମସ୍ୟାକୁ ରୋକାଯାଇ ପାରିବ ।
Comments are closed, but trackbacks and pingbacks are open.