ଟିକା ମିଶ୍ରଣ ଡେଲଟା ପ୍ଲସରୁ ଦେଇପାରେ ସୁରକ୍ଷା

Get real time updates directly on you device, subscribe now.

ନୂଆଦିଲ୍ଲୀ: କରୋନା ଭାଇରସ ଡେଲ୍ଟା ପ୍ଲସ ଷ୍ଟେ୍ରନ ମୁକାବିଲା ପାଇଁ ବିଭିନ୍ନ ପ୍ରସ୍ତୁତି କରାଯାଉଛି । ଏପରିସ୍ଥିତିରେ ଟିକା ମିଶ୍ରଣ କରିବା ଦ୍ୱାରା ଡେଲ୍ଟା ପ୍ଲସ ବିରୋଧରେ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇପାରେ ବୋଲି ଏମ୍ସ ମୁଖ୍ୟ ରଣଦୀପ ଗୁଲେରିୟା କହିଛନ୍ତି । ଟିକା ମିଶ୍ରଣକୁ ବିକଳ୍ପ ଭାବେ ଗ୍ରହଣ କରାଯାଇପାରେ । ଏନେଇ ଅଧ୍ୟୟନ ଜାରି ରହିଛି । ଅଧ୍ୟୟନ ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆ ଯାଇପାରିବ ନାହିଁ ବୋଲି ସେ କହିଛନ୍ତି ।
ଗୁଲେରିୟା ଆହୁରି ମଧ୍ୟ କହିଛନ୍ତି ଯେ, ବିଶ୍ୱବ୍ୟାପୀ ବର୍ତ୍ତମାନ ବିଭିନ୍ନ ପ୍ରକାର ଟିକା ବ୍ୟବହାର କରାଯାଉଛି । କେଉଁ ଟିକା ସହ କେଉଁ ଟିକା ମିଶ୍ରଣ କଲେ ଅଧିକ ପ୍ରତିରୋଧକ ଶକ୍ତି ସୃଷ୍ଟି ହେଉଛି ଏନେଇ ମଧ୍ୟ ଅଧ୍ୟୟନ ଆବଶ୍ୟକ । ତେବେ ଟିକା ମିଶ୍ରଣକୁ କରୋନା ଭ୍ୟାରିଆଣ୍ଟ ବିରୋଧରେ ଲଢ଼ିବା ପାଇଁ ଏକ ବିକଳ୍ପ ଭାବେ ଗ୍ରହଣ କରାଯାଇପାରିବ ।
ଡେଲ୍ଟା ପ୍ଲସ ବିରୋଧରେ ଗୋଟିଏ ଡୋଜ୍ ଟିକା କାମ ଦେଉନି । ପ୍ରଥମ ଡୋଜ କେବଳ ୩୩ ପ୍ରତିଶତ ପର୍ଯ୍ୟନ୍ତ ସୁରକ୍ଷା ଦେଇଛି । ଉଭୟ ଡୋଜ ଟିକା ନେବା ପରେ ୯୦ ପ୍ରତିଶତ ସୁରକ୍ଷା ଦେଉଛି । ଏଣୁ ଅଧିକରୁ ଅଧିକ ଲୋକଙ୍କୁ ଉଭୟ ଡୋଜ ଟିକା ଦିଆଗଲେ ଡେଲ୍ଟା ପ୍ଲସ ବିରୋଧରେ ଲଢ଼ିବା ସହଜ ହୋଇଯିବ ବୋଲି ଗୁଲେରିଆ କହିଛନ୍ତି ।
ନୀତି ଆୟୋଗ ସଦସ୍ୟ ଭିକେ ପଲ ମଧ୍ୟ ଗତ ସପ୍ତାହରେ ଏହି ସୂଚନା ଦେଇଥିଲେ । ଟିକା ମିଶ୍ରଣ କରି ଲଗାଇବା ଦ୍ୱାରା ରୂପାନ୍ତରିତ କରୋନା ଭାଇରସ ବିରୋଧରେ ପ୍ରତିରୋଧକ ଶକ୍ତି ସୃଷ୍ଟି କରାଯାଇପାରିବ ବୋଲି ସେ କହିଥିଲେ । ଆବଶ୍ୟକ ପଡିଲେ ଭବିଷ୍ୟତରେ ଏହି ପଦକ୍ଷେପ ଗ୍ରହଣ କରାଯାଇପାରେ । କେତେକ ସ୍ଥାନରେ ଏନେଇ ପରୀକ୍ଷା କରାଯାଉଛି । ଆଗାମୀ କିଛି ମାସ ମଧ୍ୟରେ ଏହାର ରିପୋର୍ଟ ମିଳିବ ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons