ଟିକ୍ଟକ୍ରେ ମହିଳା ପୁଲିସଙ୍କ ଭିଡିଓ ଭାଇରାଲ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଗୁଜରାଟର ଜଣେ ମହିଳା ପୁଲିସ କର୍ମଚାରୀ ଥାନା ମଧ୍ୟରେ ସୁଟିଂ କରିଥିବା ଟିକ୍ଟକ୍ ଭିଡିଓ ଖୁବ୍ ଭାଇରାଲ ହୋଇଛି । ଏଭଳି ଘଟଣାକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯିବା ସହ ମାମଲାର ତଦନ୍ତ କରାଯିବା ପରେ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗୁଜରାଟ ପୁଲିସର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଭିଡିଓଟିରେ ମହିଳା ପୁଲିସ କର୍ମଚାରୀ ଜଣକ ସାଧାରଣ ପୋଷାକ ପିନ୍ଧିଛନ୍ତି । ଭିଡିଓଟି ଥାନାର ହାଜତ ସମ୍ମୁଖରେ ସୁଟିଂ କରାଯାଇଛି । ଏହା କେଉଁ ଥାନାର ଭିଡିଓ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଗୁଜରାଟର ମେହସନା ଜିଲ୍ଲାର ଲଙ୍ଘାନଜ ଥାନା ମଧ୍ୟରେ ଏହା ସୁଟିଂ କରାଯାଇଥିବା ଅନୁମାନ କରାଯାଉଛି । ସବିଶେଷ ତଦନ୍ତ ପରେ ଭିଡିଓଟିରେ ନଜର ଆସୁଥିବା ମହିଳା ଏବଂ ଭିଡିଓ ସୁଟିଂ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗୁଜରାଟ ପୁଲିସର ବରିଷ୍ଠ ଅଧିକାରୀ ମଞ୍ଜିତା ବନ୍ଜାରା ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons