ଟୁ୍ୟସନରୁ ଆଣିବାକୁ ଯାଇ ନାବାଳିକାକୁ ଦୁଷ୍କର୍ମ !

Get real time updates directly on you device, subscribe now.

ଝାରସୁଗୁଡା : ଦୁଷ୍କର୍ମ ଅଭିଯୋଗରେ ଦୁଇ ଦିନ ତଳେ ବାପାକୁ ଝାରସୁଗୁଡା ପୋଲିସ ଗିରଫ କରିଥିଲା। ଆଜି ପୁଣି ଏକ ଅଭିଯୋଗ ଆସିଛି ବ୍ରଜରାଜନଗର ଥାନା ଅଞ୍ଚଳରୁ। ପଡ଼ୋଶୀ ବ୍ୟକ୍ତିଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହେଲେ ୭ ବର୍ଷର ନାବାଳିକା। ଟ୍ୟୁସନରୁ ଆଣିବାକୁ ଯାଇଥିବା ଯୁବକ ହିଁ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଗାନ୍ଧିଛକ ଫାଣ୍ଡି ଅନ୍ତର୍ଗତ ଏକ ଗ୍ରାମରେ ଜଣେ ୭ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ପୀଡିତାଙ୍କ ପରିବାର ତରଫରୁ ଆଜି ବ୍ରଜରାଜନଗର ଥାନାରେ ଅଭିଯୋଗ କରାଯାଇଛି। ଏ ବିଷୟରେ ଚାଇଲଡ଼ ଲାଇନର ଜିଲା ସଂଯୋଜକ ପୋଲିସ ସହ ମିଶି ପୀଡିତାର ଗାଁକୁ ଯାଇ ତଦନ୍ତ କରିଥିବା ପ୍ରକାଶ । ସେପଟେ ଏ ଘଟଣା ଗତ ୧ ତାରିଖ ଘଟିଥିବା ଜଣା ପଡ଼ିଛି। ବ୍ରଜରାଜନଗର ଥାନାରେ ଏକ ମାମଲା ରୁଜୁ କରିଥିବା ବ୍ରଜରାଜନଗର ପୋଲିସ ସୂତ୍ରରୁ ସୂଚନା ମିଳିଛି।
ଗତ ୧ତାରିଖ ସନ୍ଧ୍ୟାରେ ପିଡିତା ନାବାଳିକା ଟ୍ୟୁସନ ପଢିବାକୁ ଯାଇଥିଲା। ନାବାଳିକାର ବାପା ଘରେ ନଥିବାରୁ ଝିଅକୁ ଆଣିବା ପାଇଁ ନାବାଳିକାର ମା ସହି ଗ୍ରାମରେ ରହୁଥିବା ପଡ଼ୋଶୀ ବିବାହିତ ଯୁବକକୁ ନିଜ ଝିଅକୁ ଆଣିବା ପାଇଁ ପଠାଇଥିଲେ। ଟ୍ୟୁସନରୁ ଘରକୁ ଆଣିବା ସମୟରେ ବାଟରେ ସେହି ଯୁବକ ଜଣକ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ତେବେ ପୀଡିତା ତା ମା କୁ ଆଉ ସେହି ଯୁବକକୁ କେବେ ତାକୁ ଆଣିବା ପାଇଁ ନ ପଠାଇବାକୁ କହିଥିଲା। ଏ ବାବଦରେ ଘର ଲୋକେ ଯେତେ ପଚାରିବାରୁ ନାବାଳିକା କିଛି କହି ନ ଥିଲେ ଓ କାନ୍ଦିଥିଲା। ତେବେ ଗତକାଲି ରାତିରେ ନାବାଳିକା ସମସ୍ତ ଘଟଣା ପରିବାର ଲୋକଙ୍କୁ ଜଣାଇବା ପରେ ବ୍ରଜରାଜନଗର ଥାନାରେ ଅଭିଯୋଗ କରାଯାଇଥିଲା। ପୋଲିସ ଏ ମାମଲା ର ତଦନ୍ତ ଜାରି ରଖିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons