ଟେକିନେଇ ନାବାଳିକାଙ୍କୁ ବଳାକ୍ରାର

Get real time updates directly on you device, subscribe now.

ଚାନ୍ଦବାଲି,(ବି.ବି.ନୁ୍ୟଜ୍): ଗାଁ ପୁଅ ଭାଇ ସହିତ ଯାତ୍ରା ଦେଖି ମାମୁଁ ଘରକୁ ଫେରୁଥିଲା ନାବାଳିକା । କିନ୍ତୁ କିଛି ଯୁବକ ଗାଁ ପୁଅ ଭାଇକୁ ଲଭର ବୋଲି ଭାବି ପିଛା କଲେ । ଚାନ୍ଦାବାଲି ସହରରୁ ଗୋପାଳପୁର ଯାଏ ପିଛା କଲେ । ନିଛାଟିଆ ସ୍ଥାନ ଚାନ୍ଦବାଲି କଲେଜ ରୋଡ ଫାୟାର ଷ୍ଟସନ ନିକଟରେ ଗାଁ ପୁଅ ଭାଇକୁ ବାନ୍ଧି ପକାଇ ଯୁବତୀକୁ ଟେକି ନେଲେ । ପରେ ୪ ଯୁବକ ମିଶି ବଳାକ୍ରାର କରିଥିବା ସମ୍ପୃକ୍ତ ନାବାଳିକା ବୟାନ ଦେଇଛନ୍ତି । ଆଜି ଭୋରୁ ଏହି ଘଟଣା ଘଟିଛି
ଚାନ୍ଦାବାଲିରେ କାଳୀ ପୂଜା ପାଇଁ ଚାଲିଛି ଅପେରା ସୋ । ଏହି ଅପେରା ଦେଖିବା ପାଇଁ ବାଂଶଡା ତେନ୍ତୁଳିଆଡିଆ ଅଞ୍ଚଳର ଜଣେ ୧୭ ବର୍ଷିଆ ନାବାଳିକା ନିଜ ମାମୁଁ ଘର ଚାନ୍ଦବାଲି ଗୋପାଳପୁରକୁ ଆସିଥିଲା । ଯାତ୍ରା ଦେଖିସାରି ରାତି ପାହିବା ଆଗରୁ ବାଂଶଡ଼ା ଅଞ୍ଚଳର ଜଣେ ଯୁବକ ଯାହାକୁ ସେ ଭାଇ ବୋଲି ଆଖ୍ୟା ଦେଉଛନ୍ତି ତାଙ୍କ ସାଙ୍ଗରେ ମାମୁଁ ଘରକୁ ବାହାରିଥିଲେ । ଏହି ଦୁଇ ଜଣକୁ କେତେକ ଯୁବକ ପିଛା କରିଥିଲେ । କଲେଜ ରୋଡ଼ ରାସ୍ତା ଫାୟାର ଷ୍ଟେସନ ନିକଟରେ ଉକ୍ତ ଯୁବକକୁ ମାଡ଼ ମାରି ଟେଲିଫୋନ ଖୁଣ୍ଟରେ ବାନ୍ଧି ଦେଲେ । ପରେ ଯୁବତୀଙ୍କୁ ଟେକି ନେଇ ବୁଦା ଭିତରେ ବଳାକ୍ରାର କରିଥିଲେ । ଭୋର ହୋଇଯିବାରୁ ଲୋକେ ଚାଲିବା ଆରମ୍ଭ କରିଥିଲେ । ଖୁଣ୍ଟରେ ବନ୍ଧା ହୋଇଥିବା ଯୁବକଙ୍କୁ ଦେଖିଥିଲେ । ଘଟଣା ବାବଦରେ ଅବଗତ ହୋଇ ପୀଡ଼ିତାଙ୍କୁ ଉଦ୍ଧାର କରିଥିଲେ । ଲୋକଙ୍କ ସହାୟତାରେ ଚାନ୍ଦବାଲି ଥାନାରେ ପହଞ୍ଚି ନାବାଳିକା ଏତଲା ଦେବା ପରେ ପୁଲିସ କେଶ ନଂ ୨୭୪/୧୯ ଦଫା ୩୭୬ (ବି) ଓ ପସ୍କୋ ଆକ୍ଟ ବଳରେ ମକଦ୍ଧମା ରୂଜୁ କରିଛନ୍ତି । ପୁଲିସ ୪ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଚାନ୍ଦବାଲି ସହରର ବିଶ୍ୱଜିତ ନାୟକଙ୍କୁ ଗିରଫ କରିଛି । ଅନ୍ୟ ୩ ଜଣଙ୍କୁ ଖୋଜୁଛି । ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁÂାନ ନେବାକୁ ସାଧାରଣରେ ଦାବି ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons