ଟୋଲଗେଟ ନିକଟରୁ ଗଞ୍ଜେଇ ଜବତ

Get real time updates directly on you device, subscribe now.

କଟକ: ଟୋଲଗେଟ ନିକଟରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ । କଟକ ଜିଲ୍ଲା ଟାଙ୍ଗୀ ଟୋଲଗେଟ୍‌ ନିକଟରୁ ହୋଇଛି ଜବତ । ପିକ୍‌ଅପ୍‌ ଭ୍ୟାନ୍‌ ଜବତ ସହ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ୱାର୍ଡ । ଗିରଫ ଅଭିଯୁକ୍ତଙ୍କ ନାମ ମହାସିନ୍ଧୁ ଦାସ ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ଗୋଟିଏ ପିକ୍‌ଅପ୍‌ ଭ୍ୟାନ୍‌ରେ ଗଞ୍ଜେଇ ଚୋରାରେ ନେଇ ଗଜପତି ଜିଲ୍ଲାରୁ ପୂର୍ବ ମେଦିନାପୁରକୁ ହେଉଥିଲା ଚାଲାଣ । କୌଣସି ସୁତ୍ରରୁ ଖବର ପାଇ ଟାଙ୍ଗୀ ଟୋଲଗେଟ୍‌ ନିକଟରେ ଅବକାରୀ ବିଭାଗର ଫ୍ଲାଇଙ୍ଗ୍‌ ସ୍କ୍ବାଡ୍‌ ଚଢାଉ କରିଥିଲା । ଏହି ଚଢାଉରେ ପ୍ରାୟ ୧୦ଲକ୍ଷ ଟଙ୍କାର ଗଞ୍ଜେଇ ଭର୍ତ୍ତି ପିକ୍‌ଅପ୍‌ ଭ୍ୟାନ୍‌ ଜବତ ହୋଇଛି । ଏହିସହିତ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons