ଟ୍ରକ୍ ଚାପାରେ ବାଇକ୍ ଚାଳକ ମୃତ:ଟ୍ରକ୍ ଓ ବାଇକ୍ ଜଳିଗଲା

Get real time updates directly on you device, subscribe now.

ଦେବଗଡ଼,(ବି.ବି.ନୁ୍ୟଜ୍): ଦେବଗଡ଼ ଥାନା ପ୍ରଭାସୁଣି ଜଡ଼ାଗୁଳା ଛକରେ ଆଜି ସନ୍ଧ୍ୟାରେ ଟ୍ରକ୍ ଚାପାରେ ଜଣେ ବାଇକ୍ ଚାଳକଙ୍କ ମୃତୁ୍ୟ ଘଟିଛି । ଦୁର୍ଘଟଣା ପରେ ଉଭୟ ବାଇକ୍ ଓ ଟ୍ରକ୍ରେ ନିଅାଁ ଲାଗି ଜଳିଯାଇଛି । ଦେବଗଡ଼ ଅଗ୍ନୀଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଅାଁ ଲିଭାଇଥିଲେ ହେଁ ଉଭୟ ଗାଡି ଜଳି ପାଉଁଶ ହୋଇଯାଇଛି । ମୃତ ବାଇକ୍ ଚାଳକ ଜଣକ ହେଲେ ତିଳେଇବଣି ପଞ୍ଚାୟତ ବିଲେଇଘଟି ଗାଁର ଭୁକୁଲୁ ମହାକୁଳ (୪୮) । ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ମୃତଦେହ ରାସ୍ତାରେ ରଖି ଦେବଗଡ଼-କୁଚିଣ୍ଡା ଜାତୀୟ ରାଜପଥ ଅବରୋଧ କରିଛନ୍ତି ।
ସୂଚନା ମତେ ଭୁକୁଲୁ ଆଜି ସକାଳୁ ଘରକୁ ଆସିଥିବା ବିବାହିତା ଝିଅ ପଦ୍ମିନୀଙ୍କୁ ବାଇକ୍ ଯୋଗେ କୁଚିଣ୍ଡା ଛାଡିବାକୁ ଯାଇଥିଲେ । ସେଠାରୁ ସନ୍ଧ୍ୟା ୫ଟାରେ ଫେରୁଥିବା ବେଳେ ପ୍ରଭାସୁଣି ନିକଟ ଜଡାଗୁଳା ଛକରେ ସାମ୍ନାରୁ ଆସୁଥିବା ଏକ ମାଲ ବୋଝେଇ ଟ୍ରକ୍ (ଓଡି-୧୪ଟି-୦୭୫୫) ତାଙ୍କୁ ମୁହାଁମୁହିଁ ଧକ୍କା ଦେଇଥିଲା । ଫଳରେ ବାଇକ୍ରୁ ଛିଟିକି ପଡିବା ସହ ଘଟଣାସ୍ଥଳରେ ହିଁ ତାଙ୍କର ମୃତୁ୍ୟ ଘଟିଥିଲା । ଏପରିକି ବାଇକ୍ଟି ସମ୍ପୃକ୍ତ ଟ୍ରକ୍ର ତଳଭାଗରେ ଲାଖି ରହି ପ୍ରାୟ ୫୦ ମିଟର୍ ପର୍ଯ୍ୟନ୍ତ ଘୋଷାଡ଼ି ହୋଇ ଭାଙ୍ଗିରୁଜି ଯାଇଥିବା ବେଳେ ଟ୍ରକ୍ଟି ସାଇଡ୍ ୱାଲରେ ପିଟି ହେବା ସହ ନିଅାଁ ଲାଗି ଯାଇଥିଲା । ସମ୍ପୃକ୍ତ ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର୍ ମାରିଥିବା ବେଳେ ଦେବଗଡ଼ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଅାଁକୁ ଆୟତ୍ତ କରିଥିଲେ । ଉତ୍ତ୍ୟକ୍ତ ଲୋକେ ମୃତଦେହକୁ ରଖି ରାସ୍ତାରୋକ କରିଥିବା ବେଳେ ପୁଲିସ୍ ପହଞ୍ଚି ବୁଝାସୁଝା କରୁଥିବା ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons