ଟ୍ରକ୍ ଚାପାରେ ହେଲପର ମୃତ

Get real time updates directly on you device, subscribe now.

କୋରାପୁଟ: କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଥାନା ଗାଙ୍ଗମ୍ମା ମନ୍ଦିର ନିକଟରେ ଏକ ଟ୍ରକ୍ ଚାପାରେ ଜଣେ ହେଲ୍ପରଙ୍କ ମୃତୁ୍ୟ ହୋଇଛି । ମୃତ ହେଲପରଙ୍କ ନାଁ ଆଲୁ ଆପ୍ପାରାଓ । ଘର ଆନ୍ଧ୍ରପ୍ରଦେଶର ସାଲୁର ଅଞ୍ଚଳରେ । ପୁଲିସ୍ ଦୁର୍ଘଟଣାଗ୍ରସ୍ତ ଟ୍ରକ୍କୁ ଜବତ କରିଛି । ଏ ସମ୍ପର୍କରେ ଥାନାରେ ଏକ ମାମଲା ରୁଜୁ ହୋଇଛି । ତଦନ୍ତ ଚାଲୁ ରହିଥିବା ଥାନା ଅଧିକାରୀ କହିଛନ୍ତି ।
ପୁଲିସ୍ ସୂଚନା ଅନୁଯାୟୀ, ସୋମବାର ରାତି ସାଢେ ୮ଟା ବେଳେ ଟ୍ରକ୍ଟି ସାଲୁର ଅଭିମୁଖେ ଯାଉଥିଲା । ସ୍ଥାନୀୟ ଗାଙ୍ଗମ୍ମା ମନ୍ଦିରର ନିକଟରେ ହେଲ୍ପର୍ ଆପାରାଓ ତଳକୁ ଓହ୍ଲାଇଥିଲେ । ମନ୍ଦିରରେ ନଡିଆ ଭାଙ୍ଗି ଚଳନ୍ତା ଟ୍ରକ୍ ଉପରେ ଚଢୁଥିବା ବେଳେ ଅସାବଧାନତାରୁ ତାଙ୍କ ଗୋଡ଼ ଖସିଯାଇଥିଲା । ଫଳରେ ସେ ଚକା ତଳେ ପଡିଯାଇଥିଲେ । ଟ୍ରକ୍ଟି ତାଙ୍କ ଉପରେ ମାଡିଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କ ମୃତୁ୍ୟ ହୋଇଥିଲା । ପୁଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲ୍କୁ ପଠାଇଥିଲା । ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିବା ଜଣାପଡିଛି ।

ରିପୋର୍ଟ: ସତ୍ୟ ନାରାୟଣ ସାହୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons