ମୈଦଲପୁର,(ବି.ବି.ନୁ୍ୟଜ୍): ପାପଡ଼ାହାଣ୍ଡି ଥାନା ସେମଳା ଗାଁ ସ୍କୁଲ ନିକଟ ଏନ୍ଏଚ୍-୨୬ରେ ଗୋଟିଏ ଟ୍ରାକ୍ଟର ଓଭରଟେକିଂ କରୁଥିବାବେଳେ ଅପରପାଶ୍ୱର୍ରୁ ଆସୁଥିବା ଏକ ଟ୍ରକ୍କୁ ଧକ୍କା ଦେଇଥିଲା । ଫଳରେ ଟ୍ରକ୍ଟରର ଡାହାଣ ପାଶ୍ୱର୍ ଭାଙ୍ଗି ଚୁରମାର ହୋଇଯାଇଛି । ସୌଭାଗ୍ୟବଶତଃ ଡ୍ରାଇଭରଙ୍କ କିଛି କ୍ଷତି ହୋଇନାହିଁ । ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି । ଖବରପାଇ ମୈଦଲପୁର ଫାଣ୍ଡି ଅଧିକାରୀ ମନୋରଞ୍ଜନ ସ୍ୱାଇଁ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡ଼ିକୁ ଜବତ କରିବା ସହ ତଦନ୍ତ ଚଲାଇଛନ୍ତି । ଟ୍ରକ୍ ଡ୍ରାଇଭର ଅଟକ ଥିବାବେଳେ ଟ୍ରାକ୍ଟର ଡ୍ରାଇଭର ଫେରାର ଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ଏକ ବାଲି ବୋଝେଇ ଟ୍ରାକ୍ଟର(ଓଡ଼ି-୨୪ଏ-୩୮୧୪)ପାପଡ଼ାହାଣ୍ଡିରୁ ମୈଦଲପୁରକୁ ଆସୁଥିବାବେଳେ ବିପରୀତ ଦିଗରୁ ଆସୁଥିବା ଟ୍ରକ୍(ସିଜି-୦୪-ଏଚଡି-୪୨୩୫)କୁ ଧକ୍କା ଦେଇଥିଲା ।
Comments are closed, but trackbacks and pingbacks are open.