ଟ୍ରକ୍-ଡମ୍ଫର ମୁହାଁମୁହିଁ ଧକ୍କା

Get real time updates directly on you device, subscribe now.

ବଣାଇ,(ବି.ବି.ନୁ୍ୟଜ୍): ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ଅନ୍ତର୍ଗତ କେନ୍ଦୁଡିହି ନିକଟରେ ଏକ ଡମ୍ଫର ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ଟ୍ରକ୍ ଡ୍ରାଇଭରଙ୍କ ମୃତୁ୍ୟ ଘଟିଛି । ତାଙ୍କ ପରିଚୟ ଜଣାପଡିନାହିଁ । ତେବେ ଟ୍ରକଟି ରାଉରକେଲା ଅଞ୍ଚଳର ବୋଲି ଜଣାପଡିଛି । ଗତକାଲି ବିଳମ୍ବିତ ରାତିରେଏହି ଦୁର୍ଘଯଣା ଘଟିଛି । ଏନେଇ ଆଜି ସକାଳେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜେସିବି ଦ୍ୱାରା ।ଟ୍ରକ୍ ଭିତରେ ଚାପି ହୋଇ ରହିଥିବା ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏଥିସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଦୁର୍ଘଯଣାରେ ଡମ୍ଫରଟି ଦୁଇ ଖଣ୍ଡ ହୋଇ ରାସ୍ତା ।କଡ଼ରେ ଥିବା ଏକ ଆମ୍ବ ବଗିଚାରେ ପଶି ଯାଇଥିଲା । ତେବେ ଡମ୍ଫର ଡ୍ରାଇଭରଙ୍କ ସମ୍ପର୍କରେ କିଛି ଜଣାପଡିନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons