ଟ୍ରକ୍ ଡ୍ରାଇଭରଙ୍କୁ ୧ ହଜାର ଟଙ୍କା ହେଲମେଟ୍ ଫାଇନ୍

Get real time updates directly on you device, subscribe now.

ବ୍ରହ୍ମପୁର,(ବି.ବି.ନୁ୍ୟଜ): ଟ୍ରକ୍ ଡ୍ରାଇଭରଙ୍କୁ ହେଲ୍ମେଟ୍ ପିନ୍ଧିନଥିବା ଦର୍ଶାଇ ଫାଇନ୍ । ଅନ୍ଲାଇନ୍ରେ ଫାଇନ୍ ଚାଲାଣ କଟାଯାଇଥିବା ଅଭିଯୋଗ ହୋଇଛି । ସବୁଠୁ ଆଶ୍ଚର୍ଯ୍ୟ କଥା ହେଲା ଜଣେ ଟ୍ରକ୍ ଡ୍ରାଇଭର୍ ହେଲମେଟ୍ ପିନ୍ଧିବେ କାହିଁକି । ଯେଉଁ ମାନେ ଚାଲାଣ କାଟୁଛନ୍ତି ସେମାନେ ଅନ୍ୟମନସ୍କ ରହି ଅନ୍ୟ ନମ୍ବର ପକାଉଛନ୍ତି ଅଥବା ଭୁଲ ନମ୍ବର ବାଇକ୍ରେ ମାରି ଲୋକ ବୁଲୁଥିବା ଏହି ଘଟଣାରୁ ସ୍ପଷ୍ଟ ହୋଇସାରିଛି । ବ୍ରହ୍ମପୁରରେ ଟ୍ରକ ଡ୍ରାଇଭର ପ୍ରମୋଦ ସ୍ୱାଇଁଙ୍କ ଠାରୁ ଆଦାୟ ହୋଇଛି ହେଲମେଟ୍ ଫାଇନ୍ । ଦାୟିତ୍ୱହୀନତ ଅଧିକାରୀଙ୍କ ପାଇଁ ସାଧାରଣ ଲୋକ ଅସୁବିଧାର ସମ୍ମୁଖୀନ ହେଉଥିବା ଏହି କଥାରୁ ସ୍ପଷ୍ଟ ହୋଇଛି । ଯେଉଁଠି ବି ତ୍ରୁଟି ଥାଉ ଘଟଣାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁÂାନ ଗ୍ରହଣ କରିବାକୁ ସାଧାରଣ ଲୋକ ଦାବି କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଠାରୁ ୧ହଜାର ଟଙ୍କା ଜରିମାନା ହେଲମେଟ୍ ପାଇଁ ଆଦାୟ କରାଯାଇଛି । ଯଦି ଭୁଲରେ ହେଲମେଟ୍ ପାଇଁ ଚାଲାଣ କଟାଯାଇଥିବା ଜଣାପଡିବା ପରେ ମଧ୍ୟ ତାଙ୍କ ଠାରୁ ଜରିମାନା ଟଙ୍କା ଆଦାୟ କରିବା ସବୁଠୁ ଆଶ୍ଚର୍ଯ୍ୟଜନକ ।
ପ୍ରମୋଦ ସ୍ୱାଇଁ ଅଭିଯୋଗ କରିଛନ୍ତି ଯେ, ତାଙ୍କର ଟ୍ରକ୍ର ୫ବର୍ଷର ପରିବହନ ପରମିଟ୍ ସରିବା ପରେ ନବୀକରଣ କରିବାକୁ ଗତ ୧୨ ତାରିଖରେ ଆର୍ଟିଓ ଅଫିସକୁ ଯାଇଥିଲେ । ସେଠାରେ ତାଙ୍କର ୨ ହଜାର ଟଙ୍କାର ଚାଲାଣ ବକେୟା ରହିଛି । ବକେୟା ଜରିମାନା ପୈଠ କରିବା ପରେ ହିଁ ପରିମିଟ୍ ଦିଆଯିବ ବୋଲି ଆର୍ଟିଓ କାର୍ଯ୍ୟାଳୟରେ କହିଥିଲେ । ୨୦୨୦ ଡିସେମ୍ବର ୧୨ରେ ଅପରାହ୍ନ ୧ଟା ୫୬ରେ ବ୍ରହ୍ମପୁରରେ ହେଲମେଟ୍ ପିନ୍ଧିନଥିବାରୁ ତାଙ୍କର ୧ହଜାର ଟଙ୍କା ଫାଇନ୍ ହୋଇଥିବା ବେଳେ ସାଧାରଣ ନିୟମ ଉଲଂଘନ ପାଇଁ ୫ଶହ ଟଙ୍କା ଲେଖାଏଁ ଦୁଇଥର ଫାଇନ୍ କରାଯାଇଥିବା ଦର୍ଶାଇଥିଲେ । ସେ ହେଲମେଟ୍ ପାଇଁ ଫାଇନ୍ ହୋଇଥିବା ଶୁଣି ଆଶ୍ଚର୍ଯ୍ୟ ହୋଇଥିଲେ ଏବଂ ପରମିଟ୍ ପାଇଁ ବାଧ୍ୟ ହୋଇ ଜରିମାନା ଭରିଥିଲେ । ଏ ନେଇ ଗଣମାଧ୍ୟମକୁ ସୂଚନା ଦେବା ପରେ ଖବର ଭାଇରାଲ୍ ହୋଇଛି । ଟ୍ରକ୍ ଡ୍ରାଇଭରଙ୍କୁ ହେଲମେଟ୍ ପାଇଁ ଫାଇନ୍ ହେବା ହାସ୍ୟସ୍ପଦ ଘଟଣା ହୋଇଛି । ଆର୍ଟିଓ ବିକାଶ ଚୌଧୁରୀଙ୍କ ସହ ଫୋନ୍ରେ ଯୋଗା ଯୋଗ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ । ବ୍ରହ୍ମପୁର ଟ୍ରାଫିକ୍ ଥାନା ଆଇଆଇସି ସୁନିଲ ବେହେରା କହିଛନ୍ତି, ଭୁଲ ନମ୍ବର ପ୍ଲେଟ୍ ମାରି କିଛି ବାଇକ୍ ଚାଳକ ବୁଲୁଛନ୍ତି । କୌଣସି ବ୍ୟକ୍ତି ଏହି ନମ୍ବରରେ ବାଇକ୍ ଚଳାଉଥିବ ନଚେତ୍ ଭୁଲ ବସତଃ ଚାଲାଣ କଟାଯାଇଥିବ । ଅଭିଯୋଗ ଜଣାଇଲେ, ସଙ୍ଗେ ସଙ୍ଗେ ଏହାର ସମାଧାନ ହୋଇପାରିବ ବୋଲି କହିଛନ୍ତି । ପ୍ରତିଦିନ ଶହେର ଅଧିକ ଗାଡ଼ିକୁ ଫାଇନ୍ ହେଉଛି । ବେଳେ ବେଳେ ଏମିତି ତ୍ରୁଟି ହୋଇଯାଏ ବୋଲି ସେ କହିଛନ୍ତି । ମଙ୍ଗଳବାର ୬ଜଣ ମଦୁଆ ଚାଳକଙ୍କୁ ଫାଇନ୍ କରାଯାଇଛି । ସେହିପରି ୨୨ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଧ କରାଯାଇଥିବା ବେଳେ ମୋଟ ୧୧୦ଟି ଗାଡ଼ିରୁ ୧ଲକ୍ଷ ୧୦ହଜାର ଟଙ୍କା ଜରିମାନା ଆଦାୟ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons