
ପୁରୁଷୋତ୍ତମପୁର, (ବି.ବି.ନୁ୍ୟଜ): ରବିବାର ପୂର୍ବାହ୍ଣ ୧୧ଟାରେ ପୁରୁଷୋତ୍ତମପୁର ସହର ନିକଟ କୁମାରୀ ଗ୍ରାମରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ରାସ୍ତା ପାର ହେଉଥିବା ବେଳେ ଆଚୁଲି ପଟୁ ଦ୍ରୁତବେଗରେ ଆସୁଥିବା ଟ୍ରକ୍ ଚକା ତଳେ ଚାପି ହୋଇ ୫ ବର୍ଷର ନାବାଳକ ଗୋପାଳ ପାଣିଗ୍ରାହୀର ଘଟଣାସ୍ଥଳରେ ମୃତୁ୍ୟ ଘଟିଛି । । ଗ୍ରାମବାସୀ ୩ ଘଣ୍ଟାରୁ ଊଦ୍ଧ୍ୱର୍ ସମୟ ଧରି ଆସିକା-ହୁମ୍ମା ରାସ୍ତା ଅବରୋଧ କରଥିଲେ । ରାସ୍ତାରୋକ ଫଳରେ ପ୍ରଚଣ୍ଡ ଖରାରେ ରାସ୍ତାର ଉଭୟ ପାଶ୍ୱର୍ରେ ସମସ୍ତ ଗାଡ଼ି ଚଳାଚଳ ଅଟକି ରହିଥିଲା ।
ଘଟଣାସ୍ଥଳରେ ସ୍ଥାନୀୟ ତହସିଲଦାର ନୀତିଶ କୁମାର ତ୍ରିପାଠୀ, ଅତିରିକ୍ତ ତହସିଲଦାର ସୁନିଲ କୁମାର ଟୁଡୁ, ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ତଥାପି ଆନେ୍ଦାଳନକାରୀମାନେ ଜିଦ୍ରେ ଅଟଳ ରହିଥିଲେ । ପୁଲିସ ଟ୍ରକ୍ ଡ୍ରାଇଭର୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଥାନାରେ ଅଟକ ରଖି ତଦନ୍ତ ଚଳାଇଛି । ଦୀର୍ଘ ୩ ଘଣ୍ଟା ପରେ ଗ୍ରାମର କିଛି ଭଦ୍ରବ୍ୟକ୍ତି ଓ ଟ୍ରକ୍ ମାଲିକ ଆଲୋଚନା କରିବା ସହ ୨ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନର ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ରାସ୍ତାରୋକରୁ ଓହରିଥିଲେ । ପୁଲିସ ବ୍ୟବଚ୍ଛେଦ କରି ଅପରାହ୍ନରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଥିବା ବେଳେ ଥାନାରେ କେସ୍ ନମ୍ବର ୧୩୪/୨୧ ରୁଜୁ କରିଛି । ତଦନ୍ତ ଭାର ଥାନା ଏଏସ୍ଆଇ ରବୀନ୍ଦ୍ର ପାଣିଗ୍ରାହୀଙ୍କୁ ହସ୍ତାନ୍ତର କରାଯାଇଛି । ଅନ୍ୟପକ୍ଷରେ ଟ୍ରକ୍ ଦୁର୍ଘଟଣାରେ ନୀରିହ ୫ ବର୍ଷର ଏକମାତ୍ର ପୁଅର ମୃତୁ୍ୟ ଯୋଗୁଁ ପରିବାର ସମେତ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ଶିଶୁ ପୁତ୍ରର ମୃତଦେହକୁ ଧରି ପରିବାର ଲୋକ ବାହୁନି ବାହୁନି କାନ୍ଦୁଥିବା ଦେଖିବାକୁ ମିଳିଥିଲା ।


Comments are closed, but trackbacks and pingbacks are open.