ଟ୍ରକ୍ ଧକ୍କାରେ ଯାତ୍ରୀବାହୀ ବସ୍ ଓଲଟିଲା

Get real time updates directly on you device, subscribe now.

ବୁର୍ଲା,(ବି.ବି.ନୁ୍ୟଜ୍): ବୁର୍ଲା ଓଭରବ୍ରିଜ୍ ନିକଟରେ ଆଜି ଭୋର ପ୍ରାୟ ସାଢେ଼ ୫ଟାରେ ଟ୍ରକ୍ ଧକ୍କାରେ ଏକ ଯାତ୍ରୀବାହୀ ବସ୍ ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ବସ୍ରେ ୪୦ଜଣ ଯାତ୍ରୀ ରହିଥିବା ବେଳେ ଏଥିରୁ ୧୦ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । ବସ୍ ଡ୍ରାଇଭର୍ ଏବଂ କଣ୍ଡକ୍ଟର୍ ଗୁରୁତର ଆହତ ହୋଇଛନ୍ତି । ଘଟଣାସ୍ଥଳରୁ ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଛି । ବୁର୍ଲା ପୁଲିସ୍ ଓ ଅଗ୍ନିଶମ ବିଭାଗ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି ।
ମିଳିଥିବା ସୂଚନା ମତେ ଜୟପୁରରୁ ବାହାରି ସମ୍ୱଲପୁର ଅଭିମୁଖେ ଘରୋଇ ବସ୍ (୦୩ ଏଫ୍ ୮୬୫୫) ଆସୁଥିଲା । ଏହି ବସ୍ରେ କୋରାପୁଟ ମେଡିକାଲ କଲେଜରୁ ପ୍ରାୟ ୨୫ ଜଣ ଛାତ୍ରଛାତ୍ରୀ ବୁର୍ଲା ଭିମ୍ସାର୍ରେ ଚାଲିଥିବା ୟୁରୋ ଫେଷ୍ଟ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସୁଥିଲେ । ଏଥିସହିତ ଆଉ ୧୫ଜଣ ଅନ୍ୟାନ୍ୟ ଯାତ୍ରୀ ରହିଥିଲେ । ବସ୍ଟି ମେଡିକାଲ ଛାତ୍ରଛାତ୍ରୀଙ୍କୁ ଛାଡ଼ିବା ପାଇଁ ବୁର୍ଲା ଓଭରବ୍ରିଜ ନିକଟରେ ଜାତୀୟ ରାଜପଥରୁ ବୁର୍ଲା ସହରକୁ ପ୍ରବେଶ କରୁଥିଲା । ଏହି ସମୟରେ ବରଗଡ଼ରୁ ସମ୍ୱଲପୁର ଅଭିମୁଖେ ଆସୁଥିବା ଟ୍ରକ୍ (ଡବ୍ଲୁ୍ୟବି ୩୩ ସି-୨୨୨୭) ପଛ ପଟୁ ଦ୍ରୁତ ଗତି ବସ୍କୁ ଧକ୍କା ଦେଇଥିଲା । ବସ୍ଟି ଘଟଣାସ୍ଥଳରେ ହିଁ ଓଲଟି ପଡ଼ିଥିଲା । ଏଥିରେ ବସ୍ ଡ୍ରାଇଭର ରାଜେଶ ରେଡ୍ଡି ଓ କଣ୍ଡକ୍ଟର୍ ଗଣେଶ ରଥ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ବୁର୍ଲା ମେଡିକାଲରେ ଚିକିତ୍ସା କରାଯାଉଛି । ଡ୍ରାଇଭର୍ ରାଜେଶଙ୍କ ଅଣ୍ଟାରେ ମାଡ଼ ହୋଇଥିବା ବେଳେ କଣ୍ଡକ୍ଟର୍ ଗଣେଶଙ୍କ ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons