ଟ୍ରକ୍ ପଛକୁ ପିଟିଲା ବସ୍, ୨୦ ଆହତ

Get real time updates directly on you device, subscribe now.

ଛତ୍ରପୁର, (ବି.ବି.ନୁ୍ୟଜ୍): ଗଞ୍ଜାମ ସହର ନିକଟ ଅଗସ୍ତିନୂଆଗାଁ ଛକରେ ଏକ ଘରୋଇ ଯାତ୍ରୀବାହୀ ବସ୍ ଟ୍ରକ୍ ପଛପଟକୁ ଧକ୍କା ଦେବା ଫଳରେ ୨୦ରୁ ଊଦ୍ଧ୍ୱର୍ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬ ଜଣ ଗୁରୁତର ହୋଇଛନ୍ତି । ଆହତମାନଙ୍କୁ ଛତ୍ରପୁର ଓ ଗଞ୍ଜାମ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କୁ ପୁଲିସ ଗାଡ଼ିରେ ସ୍ଥାନାନ୍ତର କରାଯାଇଥିଲା । କନ୍ଧମାଳ ଜିଲା ବାଲିଗୁଡ଼ାର ସସ୍ମିିତା ପାତ୍ର, ଲଙ୍ଗଳେଶ୍ୱରର ପୂଜା କୁମାରୀ ମଲ୍ଲିକ,ପଥରାର ସୁରେନ୍ଦ୍ର ଜାଲି, ଗୋପାଳପୁରର ଡ୍ରାଇଭର ସଞ୍ଜୟ ଦାଶ, ମନ୍ଦରଡ଼ାର କଣ୍ଡକ୍ଟର ଟିକିନା ମାଝି,ମନ୍ଦରଡ଼ା ଓ ଭୁବନେଶ୍ୱର ବାସିନ୍ଦା ରମା ସାହୁ ଆହତ ହୋଇଛନ୍ତି । ଏମାନେ ଡ୍ରାଇଭର ନିକଟ ସମ୍ମୁଖ ଭାଗରେ ବସି ଥିବାରୁ ତାଙ୍କ ମୁହଁ ଓ ଗୋଡ଼ରେ ଆଘାତ ହୋଇଛି । ଘଟଣା ସ୍ଥଳରେ ଛତ୍ରପୁର ଏସ୍ଡିପିଓ ଉକ୍ରଳ କେଶରୀ ଦାଶ, ଛତ୍ରପୁର ଆଇଆଇସି ପ୍ରିୟଷ ରଞ୍ଜନ ଛୋଟରାୟ, ଗଞ୍ଜାମ ଥାନା ଆଇଆଇସି ଦିଲ୍ଲୀପ କୁମାର ସାହୁ ଓ ସ୍ଥାନୀୟ ଜନସାଧାରଣ ପହଞ୍ଚି ଆହତ ବ୍ୟକ୍ତିଙ୍କୁ ବସ୍ ଭିତରୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ ।
ମିଳିଥିବା ସୂଚନା ମୁତାବକ ବ୍ରହ୍ମପୁରରୁ ଭୁବନେଶ୍ୱର ଯାଉଥିବା ସିଲକ୍ ସିଟି ଘରୋଇ ବସ୍ (ଓଡି୧୫ଏଫ୍-୬୪୫୬) ସମ୍ମୁଖ ଭାଗରେ ଏକ ଟ୍ରକ (ଏଚଆର୫୫ଏଜି-୧୯୮୫) ଯାଉଥିଲା । ଟ୍ରକ୍ ଆଗକୁ ଗୋଟିଏ ଗାଈ ଆସିବା ଯୋଗୁଁ ଟ୍ରକ୍ ଡ୍ରାଇଭର୍ ହଠାତ୍ ବ୍ରେକ୍ ଦେଇଥିଲେ । ଏହି ସମୟରେ ପାଶ୍ୱର୍ରୁ ଏକ ଟ୍ରକ୍ଟର ଆସିଥିଲା । ଯାହାଫଳରେ ଡ୍ରାଇଭର ବସ୍କୁ ନିୟନ୍ତ୍ରଣ କରିବାକୁ ଯାଇ ଟ୍ରକ ପଛକୁ ପିଟି ହୋଇଯାଇଥିବା ବସ୍ୟାତ୍ରୀ କହିଥିଲେ । ଦୁର୍ଘଟଣାଗ୍ରସ୍ତ ଟ୍ରକ୍ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖା ଦେଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons