କେନ୍ଦୁଝର,(ବି.ବି.ନୁ୍ୟଜ): କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବାଙ୍କମାରୁଣି ଛକରେ ବୁଧବାର ଅପରାହ୍ନ ପ୍ରାୟ ୫.୩୦ରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ୧୪ ଚକିଆ ଟ୍ରକ୍ ମାଡିଯିବାରୁ ଆଈ ନାତିଙ୍କ ମୃତୁ୍ୟ ଘଟିଛି । ଦୁର୍ଘଟଣା ଘଟିବା ପରେ ପୁଲିସ ପହଞ୍ଚି ଟ୍ରକ୍ ସମେତ ଡ୍ରାଇଭରକୁ ଅଟକ ରଖିଥିବାବେଳେ ମୃତକଙ୍କ ପରିବାର ପକ୍ଷରୁ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରାଯାଇଛି ।
ବୁଧବାର ସନ୍ଧ୍ୟା ୫.୩୦ରେ (ଓଡି-୦୪- କୁ୍ୟ-୨୧୦୭) ନମ୍ବର ବିଶିଷ୍ଟ ୧୪ ଚକିଆ ଟ୍ରକ୍ଟି କେନ୍ଦୁଝର ପଟୁ ଝୁମ୍ପୁରା ଅଭିମୁଖେ ଦ୍ରୁତ ଗତିରେ ଯାଉଥିଲା । ସେହି ସମୟରେ ବାଙ୍କମାରୁଣୀ ଗ୍ରାମର ସ୍ୱର୍ଗତ ରମେଶ ଚନ୍ଦ୍ର ମହାନ୍ତଙ୍କ ସ୍ତ୍ରୀ ସୁମିତ୍ରା ମହାନ୍ତ(୫୬) ତାଙ୍କ ୧ ବର୍ଷର ନାତିକୁ କାଖରେ ଧରି ରାସ୍ତା କଡ ନିଜ ବାଡ ନିକଟରେ ଠିଆ ହୋଇଥିଲେ । ବାଙ୍କମାରୁଣୀ ଛକ ନିକଟରେ ଟ୍ରକ୍ଟି ଭାରସ୍ୟାମ ହରାଇ ରାସ୍ତା ତଳକୁ ମାଡି ଯାଇ ସୁମିତ୍ରାଙ୍କ ଉପରେ ଚଢିଯିବାରୁ ଘଟଣାସ୍ଥଳରେ ଆଇ ନାତି ଗୁରୁତର ହୋଇଥିଲେ । ଏନ୍ଏଚ୍ଆଇ ବୋଲେରୋ ଯୋଗେ ଆଈ, ନାତିଙ୍କୁ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା ନେଉଥିବା ସମୟରେ ଅଧା ବାଟରେ ଦୁହିଁଙ୍କ ମୃତୁ୍ୟ ଘଟିଛି ।
ଖବର ପାଇ ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚô ଦୁର୍ଘଟଣା ଘଟାଇଥିବା ଟ୍ରକ୍କୁ ଜବତ କରିବା ସହ ଟ୍ରକ୍ ଚାଳକଙ୍କୁ ଅଟକ ରଖିଛି । ଦୁର୍ଘଟଣା ପରେ ବାଙ୍କମାରୁଣୀ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିବାବେଳେ ମୃତକଙ୍କ ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରାଯାଇଛି ।
Comments are closed, but trackbacks and pingbacks are open.