କୋରୁକୋଣ୍ଡା,(ବି.ବି.ନୁ୍ୟଜ): ବାଇକ୍ ପଛପଟକୁ ବାଲି ବୋଝେଇ ଟ୍ରକ ପିଟିଦେବାରୁ ଶୁକ୍ରବାର ଏଠାରେ ଜଣଙ୍କର ମୃତୁ୍ୟ ହୋଇଛି । ଏଥିରେ ଅନ୍ୟଜଣେ ଗୁରୁତର ହୋଇଛନ୍ତି । ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସୋମନାଥପୁର ପଞ୍ଚାୟତ ଏମଭି-୩୬ ଗାଁ ନିକଟ ରାଜ୍ୟ ରାଜପଥ-୪୭ର ଆପନ୍ନମାଲା ପୋଲ ପାଖରେ ଏହି ଦୁର୍ଘଟଣା ଘଟିଛି । ମୃତକ ହେଲେ ଏମଭି-୩୬ ଗାଁର ମଳିନ ଦାସ(୬୦) । ଗୁରୁତର ହେଲେ ସେହି ଗାଁର ଜଗଦୀଶ ହାଲଦାର(୫୮) । ଏହାକୁ ନେଇ ଲୋକେ ରାସ୍ତାରେ ଟାୟାର ଜାଳି ଅବରୋଧ କରିଛନ୍ତି ।
ସୂଚନା ଅନୁସାରେ, ଜଗଦୀଶ ଓ ମଳିନ ଏକ ବାଇକ୍(ଓଡି୩୦ବି-୫୭୩୪)ରେ ଜବାଗୁଡାରୁ ଏମଭି-୩୬ ଗାଁକୁ ଫେରୁଥିଲେ । ଦୁର୍ଘଟଣାସ୍ଥଳରେ ଚିତ୍ରକୋଣ୍ଡାର ଏକ ବାଲି ବୋଝେଇ ଟ୍ରକ(ଓଆର୧୦-୫୩୧୯) ପଛପଟରୁ ଆସି ଏମାନଙ୍କ ବାଇକ୍କୁ ଧକ୍କା ଦେଇଥିଲା । ଜଗଦୀଶ ବାଇକ୍ ଚଳାଉଥିବାବେଳେ ମଳିନ ପଛରେ ବସିଥିଲେ । ଟ୍ରକ ତଳେ ଚାପି ହୋଇଯିବାରୁ ଘଟଣାସ୍ଥଳରେ ମଳିନଙ୍କର ମୃତୁ୍ୟ ହୋଇଥିଲା । ଘଟଣା ପ୍ରଘଟ ପରେ ସ୍ଥାନୀୟ ଲୋକେ ପହଞ୍ଚି ହୋ ହାଲ୍ଲା କରିଥିଲେ । ରାସ୍ତାରେ ଟାୟାର ଜାଳି ଅବରୋଧ କରିଥିଲେ । ଖବର ପାଇ ଓରକେଲ ଥାନା ଅଧିକାରୀ ସୌମେନ୍ଦୁ ତ୍ରିପାଠୀ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ଆମ୍ବୁଲାନ୍ସ ଯୋଗେ ଗୁରୁତର ଜଗଦୀଶଙ୍କୁ ମାଲକାନଗିରି ଜିଲ୍ଲା ମେଡିକାଲକୁ ପଠାଇ ଦିଆଯାଇଛି ।


Comments are closed, but trackbacks and pingbacks are open.